![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/9/91/%2528-%2529-Ephedrin.svg/langor-640px-%2528-%2529-Ephedrin.svg.png&w=640&q=50)
ଏଫିଡ୍ରିନ୍
ରାସାୟନିକ ଯୌଗିକ / From Wikipedia, the free encyclopedia
ଏଫିଡ୍ରିନ୍ ଏକ ପ୍ରକାର ଔଷଧ ଯାହା ନିମ୍ନ ରକ୍ତଚାପ ପ୍ରତିରୋଧ କରିବାକୁ ଓ ମେରୁଦଣ୍ଡ ନିଶ୍ଚେତକ ଦେବା ସମୟରେ ଦିଆଯାଏ ।[1] ଆଜ୍ମା, ନିଦ୍ରାରୋଗ ବା ନାର୍କୋଲେପ୍ସି () ଓ ମୋଟାପଣ ନିମନ୍ତେ ଦିଆଯାଏ, କିନ୍ତୁ ଏହି ରୋଗମାନଙ୍କର ଏଫିଡ୍ରିନ୍ ଏକ ପସନ୍ଦ ଯୋଗ୍ୟ ଚିକିତ୍ସା ନୁହେଁ । ଏହା ପାଟିରେ, ମାଂପେଶୀ ଇଞ୍ଜେକସନ ଓ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । ଶିରାଭ୍ୟନ୍ତର ଇଞ୍ଜେକସନ ଦେଲେ ତୁରନ୍ତ କାର୍ଯ୍ୟକାରୀ ହୁଏ, ମାଂସପେଶୀରେ ଦେଲେ ୨୦ ମିନିଟ ଲାଗେ ଓ ପାଟିରେ ଦେଲେ ଏକ ଘଣ୍ଟା ଲାଗେ । ଇଞ୍ଜେକସନ ପ୍ରଭାବ ଏକ ଘଣ୍ଟା ଓ ପାଟିରେ ଦେଲେ ୪ ଘଣ୍ଟା ରହେ ।[1]
![]() | |
![]() | |
Clinical data | |
---|---|
Pronunciation | /[invalid input: 'ɨ']ˈfɛdrɪn/ (![]() |
Trade names | Bronkaid, Primatene |
AHFS/Drugs.com | monograph |
Pregnancy category |
|
Routes of administration | by mouth, IV, IM, SC |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 85% |
Metabolism | minimal liver |
Onset of action | IV (seconds), IM (10 to 20min), by mouth (15 to 60min)[1] |
Elimination half-life | 3–6 hours |
Duration of action | IV/IM (60min), by mouth (2 to 4 hours) |
Excretion | 22-99% kidney |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.005.528 ![]() |
Chemical and physical data | |
Formula | C10H15NO |
Molar mass | 165.23 |
3D model (JSmol) | |
SMILES
| |
InChI
| |
(verify) |
ଏଫିଡ୍ରିନ୍ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦ୍ରା ସମସ୍ୟା, ଉତ୍କଣ୍ଠା, ମୁଣ୍ଡବଥା, ବିଭ୍ରମ/ହାଲ୍ୟୁସିନେସନ, ଉଚ୍ଚ ରକ୍ତଚାପ, ହୃତ୍ କ୍ଷିପ୍ରତା, ଅରୁଚି ଓ ପରିସ୍ରା କରିବା ସମସ୍ୟା ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସଂଘାତ/(stroke), ହୃଦ୍ଘାତ ଓ ଅପବ୍ୟବହାର ଦେଖାଯାଏ ।[1] ଗର୍ଭାବସ୍ଥାରେ ଏହାର ବ୍ୟବହାର ସଠିକ ଲାଗୁଥିଲେ ମଧ୍ୟ ଏହାର ଅନୁଶୀଳନ ହୋଇନାହିଁ ।[2][3] ସ୍ତନ୍ୟପାନ ସମୟରେ ଏହି ଔଷଧ ଦେବାକୁ ନିଷେଧ କରାଯାଏ ।[3] ଆଲଫା ଆଡ୍ରେନର୍ଜିକ ରିସେପ୍ଟର (alpha adrenergic receptor) ଓ ବିଟା ଆଡ୍ରେନର୍ଜିକ ରିସେପ୍ଟର (beta adrenergic receptor) କାମକୁ ତ୍ୱରାନ୍ୱିତ କରି ଏହି ଔଷଧ କାମ କରେ ।[1]
ସନ ୧୮୮୫ରେ ଏଫିଡ୍ରିନ୍ ପ୍ରଥମେ ପୃଥକ କରାଯାଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ପ୍ରତି ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୦.୬୯ରୁ ୧.୩୫ ଆମେରିକୀୟ ଡଲାର ।[6] ଏହା ଆମେରିକାରେ ମୁଲ୍ୟବାନ ନୁହେଁ ।[7] ସାଧାରଣତଃ ଏଫେଡ୍ରା ଗଛରୁ ଏହା ପ୍ରସ୍ତୁତ କରାଯାଏ । ଏଫିଡ୍ରିନ୍ ଖାଦ୍ୟ ପୋଷକ ଆମେରିକାରେ ନିୟମ ବିରୁଦ୍ଧ । ପାରମ୍ପରିକ ଚାଇନା ମେଡିସିନରେ ଏଫିଡ୍ରିନ ଏକ ବ୍ୟତିକ୍ରମ ।[1]