From Wikipedia, the free encyclopedia
ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଥେରାପି (ଇଂରାଜୀ ଭାଷାରେ Immunoglobulin therapy, ଅନ୍ୟ ନାମ ନର୍ମାଲ ହ୍ୟୁମ୍ୟାନ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ/ normal human immunoglobulin ବା NHIG), ଚିକିତ୍ସାରେ ଅନେକ ରୋଗମାନଙ୍କର ଚିକିତ୍ସା ନିମନ୍ତେ କେତେକ ଆଣ୍ଟିବଡି (antibodies) ମିଶ୍ରିତ କରାଯାଏ ।[1][2] ପ୍ରାଇମେରୀ ଇମ୍ମ୍ୟୁନୋଡେଫିସିଏନ୍ସି (primary immunodeficiency), ଇଡିଓପାଥିକ ଥ୍ରୋମ୍ବୋସାଇଟୋପେନିକ ପରପ୍ୟୁରା (idiopathic thrombocytopenic purpura), କ୍ରନିକ ଇନଫ୍ଲାମେଟରି ଡିମାୟେଲିନେଟିଙ୍ଗ ପଲିନିଉରୋପାଥି (chronic inflammatory demyelinating polyneuropathy), କାୱାସାକି ଡିଜିଜ (Kawasaki disease), କେତେକ ଏଚଆଇଭି/ଏଡସ HIV/AIDS, ମିଳିମିଳା measles, ଗୁଲେନ-ବାରି ସିଣ୍ଡ୍ରୋମ (Guillain-Barré syndrome) ଓ ନିର୍ଦ୍ଦିଷ୍ଟ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ମିଳୁନଥିବା କେତେକ ରୋଗ ନିମନ୍ତେ ଏହି ହ୍ୟୁମ୍ୟାନ ଇମ୍ମ୍ୟୁନୋଗ୍ଲୋବ୍ୟଲିନ ଦିଆଯାଏ । ପ୍ରସ୍ତୁତି ଅନୁସାରେ ଏହା ମାଂସପେଶୀରେ (injection into muscle), ବା ଶିରାରେ (vein) ବା ଚର୍ମତଳେ (under the skin) ଦିଆଯାଏ ।[1] ଏହାର ପ୍ରଭାବ କିଛି ସପ୍ତାହ ପର୍ଯ୍ୟନ୍ତ ରହେ । [2]
Clinical data | |
---|---|
Trade names | Flebogamma, Gammagard, others |
Synonyms | normal human immunoglobulin (HNIG), human normal immunoglobulin (HNIG) |
AHFS/Drugs.com | monograph |
Routes of administration | IV, IM, subQ |
ATC code |
|
Legal status | |
Legal status |
|
Identifiers | |
CAS Number | |
ChemSpider |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଓ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ସାଂଘାତିକ ପ୍ରତିକ୍ରିୟାରେ ବୃକ୍କ ସମସ୍ୟା (kidney problems), ଆନାଫାଇଲାକ୍ସିସ, ରକ୍ତ ଜମାଟ (blood clots) ଓ ଲୋହିତ ରକ୍ତ କଣିକା ଭାଙ୍ଗିଯାଏ (red blood cell breakdown) । କେତେକ ପ୍ରକାରର ଆଇଜିଏ ଅଭାବ (IgA deficiency) ଥିଲେ ଏହା ଦିଆଯାଏନାହିଁ । ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ମନେହୁଏ । ମାନବ ରକ୍ତ ପ୍ଲାଜମାରୁ (blood plasma) ହ୍ୟୁମ୍ୟାନ ଇମ୍ମୁନୋଗ୍ଲୋବ୍ୟୁଲିନ ପ୍ରସ୍ତୁତ କରାଯାଏ ।[1] ଏହି ଔଷଧରେ ଅନେକ ଧରଣର ଭୁତାଣୁମାନଙ୍କ (viruses) ବିରୁଦ୍ଧରେ କାମ କରୁଥିବା ଆଣ୍ଟିବଡି ଥାଏ ।[2]
ହ୍ୟୁମ୍ୟାନ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଥେରାପି ପ୍ରଥମେ ସନ ୧୯୩୦ରେ ପ୍ରସ୍ତୁତ କରାଯାଇଥିଲା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସନ ୧୯୮୧ରେ ସ୍ୱୀକୃତ ହୋଇଥିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ଏହି ଔଷଧ କମ୍ପାନୀ ଅନୁସାରେ ଭିନ୍ନ ଭିନ୍ନ ରକମର ଆସେ । ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ଡୋଜର ମୂଲ୍ୟ ୧୧.୨୦ରୁ ୧,୨୦୦.୦୦ ପାଉଣ୍ଡ ହୋଇପାରେ । ହେପାଟାଇଟିସ ବି, ଜଳାତଙ୍କ, ଧନୁଷ୍ଟଙ୍କାର, ହାଡ଼ଫୁଟି ଓ ଆରଏଚଓ (ଡି) ନିମନ୍ତେ ନିର୍ଦ୍ଦିଷ୍ଟ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ମଧ୍ୟ ମିଳୁଛି ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.