![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/82/Ethanol-2D-skeletal.svg/langor-640px-Ethanol-2D-skeletal.svg.png&w=640&q=50)
ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ
From Wikipedia, the free encyclopedia
ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ ବା ମଦ୍ୟ ପ୍ରତ୍ୟାହାର ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Alcohol withdrawal syndrome) ଏକ ଲକ୍ଷଣ ଦଳ ଯାହା ଅନେକ କାଳ ଧରି ଆଲକୋହୋଲ ବା ମଦ୍ୟପାନ ପରେ କମେଇ ଦେଲେ ଦେଖାଯାଇପାରେ । ଏହାର ସ୍ୱାଭାବିକ ଲକ୍ଷଣ ସମୂହ: ଉତ୍କଣ୍ଠା (anxiety), କମ୍ପନ (shakiness), ଝାଳ ବୋହିବା, ବାନ୍ତି, ଟାକିକାର୍ଡ଼ିଆ (fast heart rate|) ଓ ସାମାନ୍ୟ ଜ୍ୱର । ବାତ (seizures), ଦୃଷ୍ଟିଭ୍ରମ/ହାଲୁସିନେସନ (seeing or hearing things that others do not) ଓ ଡେଲିରିଅମ ଟ୍ରେମେନ୍ସ (delirium tremens)/DTs) ଇତ୍ୟାଦି ସାଂଘାତିକ ଲକ୍ଷଣ ମଧ୍ୟ ଦେଖାଯାଇପାରେ ।[1] ଶେଷଥର ପାନ କରିବାର ପ୍ରାୟ ୬ ଘଣ୍ଟା ପରେ ଏହି ଲକ୍ଷଣମାନ ଆରମ୍ଭ ହୋଇ ୨୪ରୁ ୭୨ ପର୍ଯ୍ୟନ୍ତ ଅତି ଖରାପ ଦିଗକୁ ଗତି କରେ ଓ ୭ ଦିନ ମଧ୍ୟରେ ଉପଶମ ହୋଇଯାଏ ।[2][3]
ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ | |
---|---|
![]() ପାନ ଯୋଗ୍ୟ ଆଲକୋହୋଲ (Drinking alcohol) | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Critical care medicine |
ଆଇସିଡ଼ି-୧୦ | F10.23, F10.23(0-9) |
ଆଇସିଡ଼ି-୯-ସିଏମ୍ | 291.81 |
ରୋଗ ଡାଟାବେସ | 3543 |
ମେଡ଼ିସିନ-ପ୍ଲସ | 000764 |
ମଦ୍ୟ ନିର୍ଭରଶୀଳ (dependent) ଲୋକଙ୍କର ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ ହୁଏ । ଯୋଜନା ବା ଅଣଯୋଜନା ଅନୁସାରେ ମଦ୍ୟପାନ କମିଗଲେ ଏହି ଅବସ୍ଥା ଉପୁଜେ । [1] ମସ୍ତିଷ୍କରେ ଥିବା ଗାବା ରିସେପ୍ଟରମାନଙ୍କର (GABA receptors) ପ୍ରତିକ୍ରିୟ କମିଯିବା ଯୋଗୁ ଏହା ହୁଏ । ସିଆଇଡବ୍ଲ୍ୟୁଏ-ଏଆର (Clinical Institute Withdrawal Assessment of Alcohol Scale/CIWA-Ar) ସାହାଯ୍ୟରେ ପ୍ରତ୍ୟାହାର ପ୍ରକ୍ରିୟାକୁ ଅନୁଗମନ କରାଯାଏ । [3]
କ୍ଲୋରଡାଏଜେପୋକସାଇଡ (chlordiazepoxide) ବା ଡାଏଜେପାମ (diazepam) ଭଳି ବେଞ୍ଜୋଡାଏଜେପିନ (benzodiazepines) ଔଷଧ ସାହାଯ୍ୟରେ ଚିକିତ୍ସା କରାଯାଏ । ରୋଗୀର ଲକ୍ଷଣ ଅନୁପାତରେ ଔଷଧ ଦିଆଯାଏ । ରୁଟିନ ଭାବରେ ଥିଆମିନ Thiamine ଦିଆଯାଏ । ବିଦ୍ୟୁତ୍ ବିଶ୍ଳେଷ୍ୟ ସମସ୍ୟା (Electrolyte problems) ଓ ଅଳ୍ପ ରକ୍ତ ସୁଗର ମାତ୍ରା (low blood sugar) ଥିଲେ ସେମାନଙ୍କର ଚିକିତ୍ସା କରାଯାଏ । ଯଥା ଶୀଘ୍ର ଚିକିତ୍ସା ଆରମ୍ଭ କଲେ ଫଳ ଉନ୍ନତ ହୁଏ । [2]
ପଶ୍ଚିମ ପୃଥିବୀରେ ପ୍ରାୟ ୧୫% ଲୋକ ମଦ୍ୟାତ୍ୟୟର ଶିକାର ଜୀବନର ଯେ କୌଣସି ସମୟରେ ହୁଅନ୍ତି । ମଦ୍ୟ ପ୍ରତ୍ୟାହାର ପରେ ପ୍ରାୟ ଅଧା ଲୋକଙ୍କର ପ୍ରତ୍ୟାହାର ଲକ୍ଷଣ ଦେଖାଯାଏ ଓ ୪% ଲୋକଙ୍କର ସାଂଘାତିକ ଲକ୍ଷଣ ପ୍ରକାଶ ପାଏ । [3] ସାଂଘାତିକ ଲକ୍ଷଣରେ ଥିବା ଲୋକଙ୍କ ମଧ୍ୟରୁ ୧୫% ମୃତ୍ୟୁ ବରଣ କରନ୍ତି । [2] ଅନ୍ୟୁନ ଖ୍ରୀ:ପୂ: ୪୦୦ ଶତାବ୍ଦୀରେ ହିପୋକ୍ରେଟ (Hippocrate) ଏହି ପ୍ରତ୍ୟାହାର ଲକ୍ଷଣ ଲିପିବଦ୍ଧ କରିଥିଲେ ।[4][5] ସନ ୧୮୦୦ ପର୍ଯ୍ୟନ୍ତ ଏହା ଏକ ବ୍ୟାପକ ସମସ୍ୟା ବୋଲି ବିଶ୍ୱାସ କରାଯାଉନଥିଲା । [5]