From Wikipedia, the free encyclopedia
ଆଣ୍ଟିଅକ୍ସିଡାଣ୍ଟ (ଇଂରାଜୀ ଭାଷାରେ antioxidant) ଏକ ମଲିକ୍ୟୁଲ (molecule) ଯାହା ଅନ୍ୟ ମଲିକ୍ୟୁଲମାନଙ୍କର ଅକ୍ସିଡେସନ (oxidation) ଅବରୋଧ କରେ । ଅକ୍ସିଡେସନ ଏକ ପ୍ରକାର ରାସାୟନିକ ପ୍ରତିକ୍ରିୟା (chemical reaction) ଯାହା ଚେନ ପ୍ରତିକ୍ରିୟାକାରୀ (chain reaction) ଫ୍ରିରାଡିକାଲ (free radicals)ଦ୍ୱାରା ଜୀବକୋଷ (cells) ନଷ୍ଟ କରିପାରେ । ଥାୟଲ (thiols) ବା ଆସକର୍ବିକ ଏସିଡ ଏହି ଚେନ ପ୍ରତିକ୍ରିୟକୁ ଶେଷ କରିଦିଏ । ଦୁଇ ମୁଖ୍ୟ ପଦାର୍ଥ ସହିତ ଆଣ୍ଟିଅକ୍ସିଡାଣ୍ଟ ସଂଯୁକ୍ତ କରାଯାଏ ଯଥା ଅକ୍ସିଡେସନ ପ୍ରତିରୋଧ କରିବା ନିମନ୍ତେ ଶିଳ୍ପ ସମ୍ବନ୍ଧୀୟ ରାସାୟନିକ ପଦାର୍ଥ ଯୋଗ କରାଯାଏ; ଓ ଖାଦ୍ୟରେ ଥିବା ପ୍ରାକୃତିକ ରାସାୟନିକ ପଦାର୍ଥ ଯାହା ସ୍ୱାସ୍ଥ୍ୟ ଉପରେ ଉପକାରୀ ପ୍ରଭାବ ରଖେ ।
ଉଦ୍ଭିଦ ଓ ପ୍ରାଣୀମାନେ ଗ୍ଲୁଟାଥାୟୋନ (glutathione) ଓ ଦେହରେ ପ୍ରସ୍ତୁତ ବିଭିନ୍ନ ଏଞ୍ଜାଇମ ଯେପରିକି କାଟାଲେଜ (catalase), ସୁପରଅକ୍ସାଇଡ ଡିସମ୍ୟୁଟେଜ (superoxide dismutase) ଓ ଖାଦ୍ୟରେ ଥିବା ଜୀବସାର କ, ଜୀବସାର ଗ ଓ ଜୀବସାର ଇ (vitamin E) ସାହାଯ୍ୟରେ ଜଟିଳ ଓଭରଲାପିଙ୍ଗ ଆଣ୍ଟିଅକ୍ସିଡାଣ୍ଟ ପ୍ରଣାଳୀର ସକ୍ସିଡେଟିଭ ପଦ୍ଧତିକୁ ସନ୍ତୁଳନ କରି ରଖନ୍ତି ।
ଆଣ୍ଟିଅକ୍ସିଡାଣ୍ଟ ଖାଦ୍ୟ ପରିପୂରକ (dietary supplement) ସ୍ୱାସ୍ଥ୍ୟରେ ଉନ୍ନତି କରେନି ବା ରୋଗ ପ୍ରତିଷଧରେ କୌଣସି ସାହାଯ୍ୟ କରେନି । ବିଟା-କାରୋଟିନ (beta-carotene), ମୃତ୍ୟୁ ହାରରେ (mortality rate) ଜୀବସାର କ ଓ ଜୀବସାର ଇ କୌଣସି ପରିବର୍ତ୍ତନ ଆଣିପାରେନି,[1][2] ବା କର୍କଟ ରୋଗ ସଙ୍କଟରେ ପରିପର୍ତ୍ତନ ଆଣିପାରେନି ।[3][4] କାର୍ଡ଼ିଓଭାସ୍କୁଲାର ରୋଗ (cardiovascular disease) ସଙ୍କଟକୁ ସେଲେନିଅମ (selenium) ବା ଜୀବସାର ଇ କମେଇପାରେନି । [5][6]
ଶିଳ୍ପ ସମ୍ବନ୍ଧୀୟ ଆଣ୍ଟିଅକ୍ସିଡାଣ୍ଟ ଯେପରିକି ଖାଦ୍ୟ ସଂରକ୍ଷକ (preservative), କସମେଟିକ ଓ ଜାଳେଣୀର ରେଡକ୍ସ (oxidation) ଇନହିବିଟର ଆକାରରେ ବହୁଳ ଭାବରେ ବ୍ୟବହୃତ ହୁଏ ।[7]
କିଛି ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଜୀବସାର ଭଲ ସ୍ୱାସ୍ଥ୍ୟ ନିମନ୍ତେ ଆବଶ୍ୟକ ହେଲେ ମଧ୍ୟ ସେମାନଙ୍କର ରୋଗ ପ୍ରତିରୋଧ ଶକ୍ତି ଥିବା ବିଷୟରେ ଯଥେଷ୍ଟ ବିତର୍କ ହେଉଛି । ଅଧିକନ୍ତୁ ଯଦି ପ୍ରକୃତ ଉପକାରୀ, ତାହେଲେ କେଉଁ ଆଣ୍ଟିଅକ୍ସିଡାଣ୍ଟ ଓ କେତେ ପରିମାଣର ଆବଶ୍ୟକ ସେକଥା ଅଜ୍ଞାତ ଅଛି ।[8][9][10] କେତେକ ଲେଖକ ଏହାର କ୍ରନିକ ରୋଗର ପ୍ରତିରୋଧ କରିବା ଶକ୍ତି ବିଷୟକ ହାଇପୋଥେସିସକୁ ଯୁକ୍ତି କରୁଥିବା ବେଳେ,[8][11] ଅନ୍ୟମାନେ ଏହା ମୂଳରୁ ଭ୍ରାନ୍ତ ଓ ଅଣପ୍ରମାଣିତ ହୋଇଥିବା କହନ୍ତି ।[12]
ପଲିଫିନଲର (Polyphenol)s, ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭିଟ୍ରୋରେ (in vitro) ଥିଲେ ମଧ୍ୟ ଅତ୍ୟଧିକ ମେଟାବୋଲିଜ୍ମ ଯୋଗୁ ଭିଭୋରେ (in vivo) ଆଣ୍ଟିଅକ୍ସିଡାଣ୍ଟ ହୋଇପାରୁନି ।[13] କେତେକ ପଲିଫିନଲର କାଟେକଲ (catechol) ଦଳ ଇଲେକଟ୍ରନ ଆକସେପ୍ଟର ଭାବରେ କାର୍ଯ୍ୟ କରି ଆଣ୍ଟିଅକ୍ସିଡାଣ୍ଟ କାର୍ଯ୍ୟ ନିର୍ବାହ କରନ୍ତି । [14] ମାନବ ଶରୀରରେ ଅତ୍ୟଧିକ ମେଟାବୋଲିଜ୍ମ ହେଉଥିବାରୁ କାଟେକଲ ଗ୍ରୁପ, ଯେପରିକି କେଟାକଲ-ଓ-ମିଥାଇଲ ଟ୍ରାନସଫରେଜ, ଇଲେକଟ୍ରନ ଆକସେପ୍ଟର ହୋଇପାରେନାହିଁ । ସ୍ୱଳ୍ପ ମାତ୍ରାରେ ଅନେକ ପଲିଫିନଲର ସେଲ ଟୁ ସେଲ ସିଗନାଲିଙ୍ଗ (cell-to-cell signaling), ରିସେପ୍ଟର (receptor) ସେନସିଟିଭିଟି, ଅଣପ୍ରଦାହକାରୀ (inflammatory) ଏଞ୍ଜାଇମ (enzyme) କାର୍ଯ୍ୟ ବା ଜିନ ରେଗୁଲେସନ (gene regulation) ଭୂମିକାକୁ ଆଣ୍ଟିଅକ୍ସିଡାଣ୍ଟ ନିର୍ବାହ କରିପାରେନାହିଁ ।[15][16]
ଯଦିଓ ନିଉରୋଜେନେରେଟିଭ ଆଲଜିମର ରୋଗ ରୋଗ, ପାର୍କିନ୍ସନ୍ ରୋଗ ଓ ଆମାୟୋଟ୍ରୋଫିକ ଲାଟେରାଲ ସ୍କ୍ଲେରୋସିସ ରୋଗମାନଙ୍କ ଉପରେ ଖାଦ୍ୟରେ ଥିବା ଆଣ୍ଟିଅକ୍ସିଡାଣ୍ଟର ପ୍ରଭାବ ବିଷୟର ଗବେଷଣା ଚାଲିଛି,[17][18] ଏହାର ଫଳାଫଳ ଏପର୍ଯ୍ୟନ୍ତ ଜଣାଯାଇନାହିଁ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.