![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/26/Spike-waves.png/640px-Spike-waves.png&w=640&q=50)
ଅପସ୍ମାର
ଅପସ୍ମାର ଗୋଟିଏ ଦୀର୍ଘସ୍ଥାୟୀ ସ୍ନାୟୁ ବ୍ୟତିକ୍ରମ ରୋଗ । / From Wikipedia, the free encyclopedia
ଅପସ୍ମାର ଗୋଟିଏ ଦୀର୍ଘସ୍ଥାୟୀ ସ୍ନାୟୁ ବ୍ୟତିକ୍ରମ ରୋଗ ଯେଉଁଥିରେ ବାତ ଗୋଟିଏ ପ୍ରମୁଖ ଲକ୍ଷଣ ।[1][2] ଏହା ଏପିଲେପ୍ସି ନାମରେ ମଧ୍ୟ ପରିଚିତ ଯାହା ସଳ୍ପ କାଳୀନ ବା ପ୍ରାୟ ଅଣଚିହ୍ନଟ ହୋଇପାରେ ବା ସେଥିରେ ଦୀର୍ଘ ସମୟ ଧରି ପ୍ରବଳ କମ୍ପନ ହୋଇପାରେ । ଏହା ଫଳରେ ଶାରୀରିକ କ୍ଷତି ଯେପରିକି ଅସ୍ଥି ଭଗ୍ନ ହୋଇପାରେ । ବାତ ବାରମ୍ବାର ହୋଇପାରେ ଓ ଏହାର କୌଣସି ଅନ୍ତର୍ନିହିତ କାରଣ ନ ଥାଏ ।[1] କେତେକ ସଂଜ୍ଞା ଅନୁସାରେ ବାତ ବାରମ୍ବାର ଓ ଉତ୍ତେଜନା ବିହୀନ ହେବା ଆବଶ୍ୟକ,[3][4] ଅନ୍ୟ ମତ ଅନୁସାରେ ଗୋଟିଏ ଥର ବାତ ସହ ମସ୍ତିଷ୍କ କ୍ରିୟା ପରିବର୍ତ୍ତନ ଓ ଭବିଷ୍ୟତ ବାତ ସମ୍ଭାବନା ଅଧିକ ଥାଏ[5] ବିଷକ୍ରିୟା ଯୋଗୁ ଉତ୍ପନ୍ନ ହେଉଥିବା ବାତକୁ ଅପସ୍ମାର ଶ୍ରେଣୀରେ ନିଆଯାଏ ନାହିଁ ।[5] ପୃଥିବୀର କେତେକ ଅଞ୍ଚଳରେ ଏହାକୁ ସାମାଜିକ କଳଙ୍କ (stigma) କୁହାଯାଏ ।
Epilepsy | |
---|---|
![]() Generalized 3 Hz spike and wave discharges in EEG | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | neurology[*], epileptology[*] |
ଆଇସିଡ଼ି-୧୦ | G40.-G41. |
ଆଇସିଡ଼ି-୯-ସିଏମ୍ | 345 |
ରୋଗ ଡାଟାବେସ | 4366 |
ମେଡ଼ିସିନ-ପ୍ଲସ | 000694 |
ଇ-ମେଡ଼ିସିନ | neuro/415 |
MeSH | D004827 |
ଅଧିକାଂଶ ଅପସ୍ମାର ରୋଗର କାରଣ ଅଜଣା ଥିଲେ ମଧ୍ୟ କେତେକ କାରଣ ଯଥା ମସ୍ତିଷ୍କ ଆଘାତ, ସ୍ଟ୍ରୋକ, ମସ୍କିଷ୍କ ଅର୍ବୁଦ, ଔଷଧ, ଜନ୍ମଗତ ତୃଟି ଓ ମାତ୍ରାଧିକ ମଦ୍ୟପାନ ଉଲ୍ଲେଖ ଯୋଗ୍ୟ । ପରିଚିତ ଜେନେଟିକ ମ୍ୟୁଟେସନ ଯୋଗୁ କେତେକ ଅପସ୍ମାର ହୁଏ ।.[6][7] ଏହି ରୋଗ ମସ୍ତିଷ୍କରେ ଅସାଧାରଣ ଓ ଅତ୍ୟଧିକ ସ୍ନାୟୁ ଉତ୍ତେଜନା ହେବା ଯୋଗୁ ଦେଖାଯାଏ ।[5] ସମଲକ୍ଷଣ ବିଶିଷ୍ଟ ରୋଗ ଯଥା ଅଚେତା, ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ ବା ଇଲେକ୍ଟ୍ରୋଲାଇଟ ସମସ୍ୟାର ଉପସ୍ଥିତି ନିମନ୍ତେ ପରୀକ୍ଷା କରି ଦୂର କରାଯାଏ । ଆଂଶିକ ଭାବରେ ଏହା ମସ୍ତିଷ୍କ ଇମେଜିଙ୍ଗ ରକ୍ତ ପରୀକ୍ଷା କରି ଚିହ୍ନଟ କରାଯାଏ । ଏହି ରୋଗ ଇଲେକ୍ଟ୍ରୋଏନସେଫାଲୋଗ୍ରାମ (ଇଇଜି) କରି ନିଧାର୍ଯ୍ୟ କରାଯାଏ କିନ୍ତୁ ସାଧାରଣ ପରୀକ୍ଷାଦ୍ୱାରା ଏହାର ଅନୁପସ୍ଥିତି ଜଣାଯାଏ ନାହିଁ ।[6]
ଜଣାଶୁଣା କାରଣରୁ ହେଉଥିବା ଅପସ୍ମାର ପ୍ରତିରୋଧ କରିହୁଏ । ପ୍ରାୟ ୭୦% କେଶ୍ରେ ଔଷଧଦ୍ୱାରା ବାତ ନିୟନ୍ତ୍ରଣ କରିହୁଏ ।[8] ଶସ୍ତା ଔଷଧ ମଧ୍ୟ ଉପଲବ୍ଧ ଅଛି । ଔଷଧ କାମ ନ କଲେ ଅପରେଶନ, ନିଉରୋସ୍ଟିମୁଲେସନ, ବା ଖାଦ୍ୟ ପରିବର୍ତ୍ତନ କରାଯାଏ ।[9][10] ସବୁ ଅପସ୍ମାର ଜୀବନବ୍ୟାପୀ ନୁହେଁ; କେତେକ ରୋଗୀ ଏତେ ଉନ୍ନତି କରନ୍ତି ଯେ ତାଙ୍କର ଆଉ ଔଷଧ ଆବଶ୍ୟକ ହୁଏ ନାହିଁ ।
ସନ ୨୦୧୩ ସୁଦ୍ଧା ପୃଥିବୀରେ ପ୍ରାୟ ୨୨ନିୟୁତ ଅପସ୍ମାର ରୋଗୀ ଥିଲେ ।[11] ପ୍ରାୟ ୮୦ % ରୋଗୀ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଦେଖାଯାଆନ୍ତି ।[3] ସନ ୧୯୯୦ରେ ଏହା ଯୋଗୁ ୧୧୨,୦୦୦ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ୧୧୬,୦୦୦ ମୃତ୍ୟୁ ହୋଇଥିଲେ ।[12] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ହେବା ସମ୍ଭାବନା ବଢ଼େ ।[13][14] ଶିଶୁ ଓ ବୟସ୍କ ଲୋକଙ୍କଠାରେ ଏହି ରୋଗ ନୂଆ ଭାବରେ ଦେଖାଯାଏ ।[15] > ବିକାଶଶୀଳ ଦେଶମାନଙ୍କରେ ବଡ଼ ପିଲା ଓ ଯୁବ ବୟଃପ୍ରାପ୍ତ ଲୋକଙ୍କର ଅନ୍ତର୍ନିହିତ କାରଣମାନଙ୍କ ଯୋଗୁ ଅଧିକ ଅପସ୍ମାର ହୁଏ ।[16] ପ୍ରାୟ ୫–୧୦% ଲୋକଙ୍କର ୮୦ ବର୍ଷ ବୟସ ବେଳକୁ ଅଣଉତ୍ତେଜିତ ବାତ ହୁଏ,[17] ଓ ଦ୍ୱିତୀୟ ବାତ ସମ୍ଭାବନା ପ୍ରାୟ ୪୦ରୁ ୫୦% ଥାଏ ।[18] ପୃଥିବୀର ଅନେକ ସ୍ଥାନରେ ଡ୍ରାଇଭ କରିବାକୁ ସୀମିତ କରାଯାଏ ବା ଭଲ ହେବା ପର୍ଯ୍ୟନ୍ତ ଆଦୌ ଅନୁମତି ଦିଆଯାଏ ନାହିଁ ।[19] ଏପିଲେପ୍ସି ଶବ୍ଦର ଅର୍ଥ ପ୍ରାଚୀନ ଗ୍ରୀକ: ἐεπιλαμβάνειν "ଭାଷାରେ ଅଭିଗ୍ରହଣ କରିବା, ଆୟତ କରିବା ବା ଆକ୍ରାନ୍ତ କରିବା".[20]