From Wikipedia, the free encyclopedia
ହାଇଭ୍ସ (ଇଂରାଜୀ ଭାଷାରେ Hives ବା ଅର୍ଟିକେରିଆ/urticaria) ଏକ ପ୍ରକାର ଲାଲ, ଉତ୍ଥିତ ଓ ଗଲୁକାରୀ ଚର୍ମ ରାସ (skin rash) ।[1] ଏହ ପୋଡ଼ିବା ବା ନାହୁଡ଼ ମାରିବା ଭଳି ଲାଗେ । ଅଧିକାଂଶ ସମୟରେ ଏହି ପ୍ୟାଚ୍ ସ୍ଥାନ ବଦଳାଏ । ଏହି ରୋଗ କିଛି ଦିନ ନିମନ୍ତେ ରହେ ଓ କୌଣସି ସ୍ଥାୟୀ ଚର୍ମ ପରିବର୍ତ୍ତନ କରେନାହିଁ । ଛଅ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ୫% ରୋଗ ରହେ । ଏହି ରୋଗ ପ୍ରତ୍ୟାବର୍ତ୍ତନ କରେ । [2]
ସଂକ୍ରମଣ ତଥା ଔଷଧ, ପୋକ କାମୁଡ଼ା ବା ଖାଦ୍ୟ ଆଲର୍ଜିର ପ୍ରତିକ୍ରିୟା (allergic reaction) ଯୋଗୁ ହାଇଭ୍ସ ରୋଗ ହୁଏ ।[2] ମାନସିକ ଚାପ (Psychological stress), ଥଣ୍ଡା ଉତ୍ତାପ କିମ୍ବା କମ୍ପନ ଟ୍ରିଗର ଯୋଗୁ ଏହି ରୋଗ ହୋଇପାରେ ।[1][2] ପ୍ରାୟ ଅର୍ଦ୍ଧେକ କେଶ୍ରେ କୌଣସି କାରଣ ଖୋଜିଲେ ମିଳେନି ।[2] ହେ ଫିଭର (hay fever) ବା ଆଜ୍ମା (asthma) ରୋଗ ଥିଲେ ହାଇଭ୍ସ ରୋଗ ହେବା ସମ୍ଭାବନା ରହେ ।[3] ଏହି ରୋଗର ସ୍ୱରୁପ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଆଲର୍ଜି ନିର୍ଣ୍ଣୟ କରିବାରେ ପ୍ୟାଚ ଟେଷ୍ଟିଙ୍ଗ (Patch testing ) ଆବଶ୍ୟକ ହୋଇପାରେ ।[2]
ପ୍ରତିଷେଧ ପାଇଁ ଏହି ରୋଗ ସୃଷ୍ଟି କରୁଥିବା କାରକମାନଙ୍କୁ ତ୍ୟାଗ କରାଯାଏ । ଡାଇଫେନହାଇଡ୍ରାମିନ (diphenhydramine) ଭଳି ଆଣ୍ଟିହିସ୍ଟାମିନ (antihistamines) ଓ ରାନିଟିଡିନ ଔଷଧ ଦେଇ ଚିକିତ୍ସା କରାଯାଏ । ସାଂଘାତିକ ହୋଇଥିଲେ କର୍ଟିକୋସ୍ଟିରଏଡ ବା ଲିଉକୋଟ୍ରିଏନ ଇନହିବିଟର (leukotriene inhibitors) ଦିଆଯାଏ । ପରିବେଶ ଉତ୍ତାପ ଥଣ୍ଡା ରଖିପାରିଲେ ଉପକାର ହୁଏ । ଛଅ ସପ୍ତାହରୁ ଅଧିକ ସମୟ ରୋଗ ରହିଲେ ସାଇକ୍ଲୋସ୍ପୋରିନ (cyclosporine) ଭଳି ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressants) ଦିଆଯାଇପାରେ ।[2]
ହାଇଭ୍ସ ରୋଗରେ ପ୍ରାୟ ୨୦% ଲୋକ ଆକ୍ରାନ୍ତ ହୁଅନ୍ତି ।[2] ସ୍ୱଳ୍ପକାଳୀନ ରୋଗ ଉଭୟ ପୁରୁଷ ଓ ମହିଳାଙ୍କୁ ସମ ଭାବରେ ହୁଏ, କିନ୍ତୁ ଦୀର୍ଘକାଳୀନ ରୋଗ ସାଧାରଣତଃ ମହିଳାଙ୍କୁ ଅଧିକ ହୁଏ । ସ୍ୱଳ୍ପକାଳୀନ ରୋଗ ପିଲାମାନଙ୍କୁ ହୁଏ, କିନ୍ତୁ ଦୀର୍ଘକାଳୀନ ରୋଗ ସାଧାରଣତଃ ମଧ୍ୟ ବୟସ୍କ ଲୋକଙ୍କୁ ଅଧିକ ହୁଏ । ହିପ୍ପୋକ୍ରେଟ୍ସଙ୍କ ଅମଳରୁ ହାଇଭ୍ସ ରୋଗର ବର୍ଣ୍ଣନା ହୋଇଆସିଛି ।[4] ଅର୍ଟିକେରିଆ ଶବ୍ଦଟି ଲାଟିନ ଭାଷାରୁ ଆସିଛି ଯାହାର ଅର୍ଥ ନେଟ୍ଲ (nettle) । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.