From Wikipedia, the free encyclopedia
ହଳଦୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ତିନିପ୍ରକାରର, ସାଧାରଣ ହଳଦୀ, କର୍ପୂର ହଳଦୀ ଓ ବଣ ହଳଦୀ । ଏହାଛଡ଼ା ଦାରୁ ହଳଦୀ ନାମରେ ଆଉ ଏକ ପ୍ରକାର ହଳଦୀ ମଧ୍ୟ ରହିଛି, ଯାହା ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଦାରୁହଳଦୀର ଗୁଣ ଏହାଠାରୁ ପୃଥକ୍। ହଳଦୀ ଗଛ ଦେଖିବାକୁ ଗଦଗଛ ପରି ଓ ପତ୍ର ମଧ୍ୟ ଗଦ ପତ୍ର ପରି। ସାରୁ ଫଳିଲାପ୍ରାୟ ଏହା ମାଟି ତଳେ ଫଳିଥାଏ । ପତ୍ରକୁ ମକଚି ଶୁଙ୍ଘିଲେ ହଳଦୀ ପରି ବାସ୍ନା ହୁଏ । ଓଡ଼ିଶାର କନ୍ଧମାଳରେ ଚାଷ ହେଉଥିବା ହଳଦୀ ଗୁଣ ଓ ରଙ୍ଗପାଇଁ ପ୍ରସିଦ୍ଧ।
ହଳଦୀ | |
---|---|
Curcuma longa | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Monocots |
ଅଶ୍ରେଣୀକୃତ: | Commelinids |
ଗଣ: | Zingiberales |
କୁଳ: | Zingiberaceae |
ପ୍ରଜାତି: | Curcuma |
ଜାତି: | C. longa |
ବାଇନୋମିଆଲ ନାମ | |
Curcuma longa | |
ଇଂରାଜୀରେ Turmeric
ହଳଦୀର ବୈଜ୍ଞାନିକ ନାମ, "କୁର୍କୁମା ଲଙ୍ଗା"। ଏହା ଅଦା ପରିବାର ଅର୍ଥାତ ଜିଞ୍ଜି ବରେସି ପରିବାରର ଗୁଳ୍ମ। ଏକ ଭୁନିମ୍ନସ୍ଥ କନ୍ଦ ( rhizome) ବା ଏକ ରୂପାନ୍ତରିତ କାଣ୍ଡରୁ ଏହି ଉଦ୍ଭିଦ ଜନ୍ମିଥାଏ । ଅତିବେଶୀରେ ୪ ଫୁଟ ପର୍ଯ୍ୟନ୍ତ ଉଚ୍ଚତାରେ ବଢୁଥିବା ଏହି ପାଦପର ଏକ କ୍ଷୁଦ୍ର କାଣ୍ଡ ଓ ସେଥିରୁ ଗୋଛାଏ ସିଧା ପତ୍ର ବାହାରିଥାଏ । ପତ୍ର ଫୁଟେରୁ ଅଧିକ ଦୈର୍ଘ୍ୟ ଓ ୪-୫ ଇଞ୍ଚ ପ୍ରସ୍ଥ ବିଶିଷ୍ଟ । ସମାନ୍ତରାଳ ଶିରାବିନ୍ୟାସ । ଧଳା ଓ ଆଂଶିକ ହଳଦିଆ ରଙ୍ଗର ଫୁଲଗୁଡ଼ିକ ଏକ ସ୍ତବକରୁ ବାହାରିଥାଆନ୍ତି । ଏହାର ଫଳ ହୋଇନଥାଏ । କନ୍ଦରୁ ହିଁ ବଂଶବିସ୍ତାର ହୋଇଥାଏ । ଏହି କନ୍ଦକୁ ଆମେ ହଳଦି ଆକାରରେ ବ୍ୟବହାର କରିଥାଉ। ବିଷୁବ ମଣ୍ଡଳୀୟ ଦକ୍ଷିଣ ଏସିଆ ମୁଖ୍ୟତଃ ଭାରତ ହିଁ ହଳଦିର ଆଦି ଜନ୍ମଭୂମି।ଅବଶ୍ୟ ଆମ ଦେଶକୁ ବାଦଦେଲେ ଶ୍ରୀଲଙ୍କା, ଚୀନ, ଜାଭା, ଅଷ୍ଟ୍ରେଲିଆ, ପେରୁ ଏବଂ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରେ ହଳଦିଚାଷ କରାଯାଏ । କିନ୍ତୁ ସାରା ପୃଥିବୀର ହଳଦି ଉତ୍ପାଦନର ପାଖାପାଖି ୯୦ ଭାଗ ଅର୍ଥାତ ୧ ଲକ୍ଷ ଟନ ପରିମାଣର ହଳଦି ଆମ ଦେଶରେ ଉତ୍ପନ୍ନ ହେବା ସହିତ ଏହାର ୮୦ ପ୍ରତିଶତ ନିଜ ଦେଶ ମଧ୍ୟରେ ବ୍ୟବହୃତ ହୋଇଥାଏ। ଆମ ରାଜ୍ୟର ଫୁଲବାଣୀ ଓ କନ୍ଧମାଳ ଜିଲ୍ଲାରେ ପ୍ରଚୁର ହଳଦି ଚାଷ କରାଯାଇଥାଏ ।
"କୁରକୁମିନ୍" ନାମରେ ଏକ ହଳଦିଆ ରଙ୍ଗର ବର୍ଣ୍ଣକ ବା ରଞ୍ଜକ ହଳଦିର ପ୍ରମୁଖ ଉପାଦାନ। ଏଥିସହିତ ଥାଏ ଏକ ସୁବାସିତ ଉଦବାୟୀ ତୈଳ। ସେଥିପାଇଁ ହଳଦିପତ୍ରରେ ଗୁଡ଼ାଇ ଏଣ୍ଡୁରୀ ପିଠା ତିଆରି କଲେ ସେଥିରୁ ଏକ ଆମୋଦିତ କ୍ଷୁଧାଉଦ୍ରେକ କାରୀ ବାସ୍ନା ବାହାରିଥାଏ।
କଟୁ ମିଶ୍ରିତ ତିକ୍ତ ରସ। ଶୀତଳ, ଶାନ୍ତି କାରକ, ବର୍ଣ୍ଣ ବର୍ଦ୍ଧକ, ରକ୍ତ ପରିଷ୍କାରକ, ଦାହ ନିବାରକ, ନିଦ୍ରାକର, କୃମି ବିନାଶକ, ଚର୍ମଦୋଷ ନାଶକ, ରକ୍ତଦୃଷ୍ଟି, ପିତ୍ତଜ ଦୋଷ, ବମନ, ବାତଜ ରୋଗ ନାଶକ ଓ ବିଷ ବିନାଶକ। ମାତ୍ରା ଚାରି ଅଣାରୁ ଏକ ଭରି। ବାହ୍ୟ ବ୍ୟବହାର ଆବଶ୍ୟକତା ଅନୁସାରେ କରା ଯାଇଥାଏ।
ଏହାର ମୂଳକୁ ମୁଖ୍ୟତଃ ଔଷଧ ରୂପରେ ବ୍ୟବହାର କରାଯାଏ । ହଳଦୀ ଗଛର ଏହି ଚେରକୁ ହିଁ ହଳଦୀ କୁହାଯାଏ, ଯାହା କଞ୍ଚା ଓ ଶୁଖାଇ ବ୍ୟବହାର କରାଯାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.