From Wikipedia, the free encyclopedia
ସ୍ଟ୍ରେପ୍ଟୋମାଇସିନ (ଇଂରାଜୀ ଭାଷାରେ Streptomycin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର ଚିକିତ୍ସାରେ ବ୍ୟବହୃତ ହୁଏ । ଏହି ରୋଗଗୁଡ଼ିକର ନାମ ଯକ୍ଷ୍ମା, ମାଇକୋବ୍ୟାକ୍ଟେରିଅମ ଆଭିଅମ କମ୍ପ୍ଲେକ୍ସ (Mycobacterium avium complex), ଏଣ୍ଡୋକାର୍ଡ଼ାଇଟିସ (endocarditis), ବ୍ରୁସେଲୋସିସ (brucellosis), ବରଖୋଲଡେରିଆ ସଂକ୍ରମଣ (Burkholderia infection), ପ୍ଲେଗ ରୋଗ (plague), ଟୁଲାରେମିଆ (tularemia) ଓ ମୂଷାକାମୁଡ଼ା ଜ୍ୱର (rat bite fever).[୨] ସକ୍ରିୟ ଯକ୍ଷ୍ମା ନିମନ୍ତେ ଏହା ଆଇସୋନିଆଜିଡ, ରିଫାମ୍ପିସିନ ଓ ପାଇରାଜିନାମାଇଡ ଔଷଧମାନଙ୍କ ସହିତ ଦିଆଯାଏ ।[୩] ସ୍ଟ୍ରେପ୍ଟୋମାଇସିନ ଇଞ୍ଜେକସନ ଶିରାଭ୍ୟନ୍ତରରେ (injection into a vein) ବା ମାଂସପେଶୀରେ (muscle) ଦିଆଯାଏ ।[୨]
Clinical data | |
---|---|
AHFS/Drugs.com | monograph |
Pregnancy category |
|
Routes of administration | intramuscular, intravenous |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 84% to 88% IM (est.)[୧] 0% by mouth |
Elimination half-life | 5 to 6 hours |
Excretion | kidney |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
NIAID ChemDB | |
ECHA InfoCard | 100.000.323 |
Chemical and physical data | |
Formula | C21H39N7O12 |
Molar mass | 581.574 g/mol |
3D model (JSmol) | |
Melting point | 12 °C (54 °F) |
SMILES
| |
InChI
| |
(what is this?) (verify) |
ସ୍ଟ୍ରେପ୍ଟୋମାଇସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବୁଲା (feeling like the world is spinning), ବାନ୍ତି, ମୁଖ କାଲୁଆ ଜଣାଯିବା, ଜ୍ୱର ଓ ରାସ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗର୍ଭାବସ୍ଥାରେ ଏହା ବ୍ୟବହାର କଲେ ଶିଶୁର ସ୍ଥାୟୀ କାଲା (deafness) ହେବା ସମ୍ଭାବନା ରହେ ।[୨] ସ୍ତନ୍ୟପାନ ସମୟରେ ବ୍ୟବହାର କଲେ ଏହା ନିରାପଦ ଜଣାଯାଏ ।[୩] ମ୍ୟାସ୍ଥେନିଆ ଗ୍ରାଭିସ (myasthenia gravis) ରୋଗରେ ଏହା ଦେବାକୁ ସୁପାରିସ କରାଯାଏ ନାହିଁ ।[୩] ଆମିନୋଗ୍ଲାଇକୋସାଇଡ (aminoglycoside) ଶ୍ରେଣୀର ସ୍ଟ୍ରେପ୍ଟୋମାଇସିନ ଏକ ଔଷଧ । ପ୍ରୋଟିନ ତିଆରି କରୁଥିବା ୩୦ଏସ ରାଇବୋସୋମାଲ ସବୟୁନିତର (30S ribosomal subunits) କାର୍ଯ୍ୟକୁ ଏହା ଅବରୋଧ କରିବାଦ୍ୱାର ଜୀବାଣୁର ବ୍ୟାକ୍ଟେରିସାଇଡାଲ ମୃତ୍ୟୁ (bacterial death) ହୁଏ ।[୨]
ସ୍ଟ୍ରେପ୍ଟୋମାଇସିନ ସନ ୧୯୪୩ରେ ସ୍ଟ୍ରେପ୍ଟୋମାଇସେସ ଗ୍ରାଇସେଅସରୁ Streptomyces griseus ଆବିଷ୍କୃତ ହୋଇଥିଲା ।[୪][୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୩୮ରୁ ୪.୩୯ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଗୋଟିଏ କୋର୍ଷ ଔଷଧର ମୂଲ୍ୟ ୨୦୦ ଆମେରିକୀୟ ଡଲାରରୁ ଅଧିକ ।[୮]
Seamless Wikipedia browsing. On steroids.