ମୁଣ୍ଡବୁଲା, (ଇଂରାଜୀ ଭାଷାରେ ଭର୍ଟିଗୋ/ vertigo) ନାମ ଦିଆଯାଏ ଯେତେବେଳେ ଚାରିପାଖର ଦୃଶ୍ୟ ବୁଲିବାଭଳି ଲାଗେ କିନ୍ତୁ ପ୍ରକୃତରେ ସେମାନେ ସ୍ଥିର ଥାଆନ୍ତି । [୧] ଏହା ବୁଲିବାଭଳି ବା ହଲିବାଭଳି ଅନୁଭବ ହୁଏ । [୧][୨] ଏହା ସହିତ ଅଇ, ବାନ୍ତି, ଝାଳ ବୁହା ଓ ଚାଲିବା ଅସୁବିଧା ହୋଇପାରେ । ମୁଣ୍ଡ ଚଳପ୍ରଚଳ କଲେ ଏହା ଆହୁରି ଖରାପ ହୁଏ । ଯନ୍ତ୍ରଣାବିହୀନ ମୁଣ୍ଡ ବେଆରାମ (dizziness) ରୋଗମାନଙ୍କ ମଧ୍ୟରେ ଏହି ରୋଗ ଅତି ସାଧାରଣ । ଗୋଟିଏ । [୨]
ମୁଣ୍ଡବୁଲାର ସର୍ବାଧିକ କାରଣମାନଙ୍କର ନାମ: ବିନାଇନ ପାରୋକ୍ସିସମାଲ ପୋଜିସନାଲ ଭର୍ଟିଗୋ, ମିନିଅର୍ସ ରୋଗ ବା ଲାବିରିନ୍ଥ ପ୍ରଦାହ.[୧][୨] କମ ସାଧାରଣ ରୋଗମାନଙ୍କର ନାମ: ସ୍ଟ୍ରୋକ୍, ମସ୍ତିଷ୍କ ଅର୍ବୁଦ, ମସ୍ତିଷ୍କ ଆଘାତ, ମଲ୍ଟିପ୍ଲ ସ୍କ୍ଲେରୋସିସ, ଓ ଅଧକପାଳି ଇତ୍ୟାଦି ।[୨] ଆଖି ବନ୍ଦ କରି ଘୁରିଲେ ବା ଦୀର୍ଘ ସମୟ ଧରି ଜାହାଜରେ ଗଲେ ଫିଜିଓଲୋଜିକ ଭର୍ଟିଗୋ ବା ଶରୀରତାତ୍ତ୍ୱିକ ମୁଣ୍ଡବୁଲା ହୁଏ । [୩][୪] କେତେକ ବିଷାକ୍ତ ପଦାର୍ଥ ଯଥା କାର୍ବନ ମୋନୋକ୍ସାଇଡ, ଆଲକୋହୋଲ, ବା ଆସ୍ପିରିନ ସଂସ୍ପର୍ଶରେ ଆସିଲେ ମଧ୍ୟ ମୁଣ୍ଡ ବୁଲାଏ ।[୫] ଭେସ୍ଟିବୁଲାର ସିସ୍ଟମର ମୁଣ୍ଡବୁଲା ଏକ ସମସ୍ୟା । ଏହାର ଅନ୍ୟାନ୍ୟ କାରଣ: ପ୍ରିସିଙ୍କୋପ, ଡିସଇକ୍ୱିଲିବ୍ରିଅମ ଓ ଅନିର୍ଦ୍ଦିଷ୍ଟ ଡିଜିନେସ । [୨]
ବିଭିନ୍ନ ଦଫାରେ ମୁଣ୍ଡବୁଲା ହେଉଥିଲେ ଓ ମଧ୍ୟବର୍ତ୍ତି ସମୟ ସାଧାରଣ ଥିଲେ ଅନ୍ୟ ଏକ ରୋଗ ବିନାଇନ ପାରୋକ୍ସିସମାଲ ପୋଜିସନାଲ ଭର୍ଟିଗୋ ହେଉଥିବାର ସମ୍ଭାବନା ଅଧିକ ଥାଏ । [୬] ଏହି ମୁଣ୍ଡବୁଲା ଏକ ମିନିଟରୁ କମ ସମୟ ହୁଏ । [୨] ଏହି ରୋଗରେ ଡିକ୍ସ-ହଲପାଇକ ଟେଷ୍ଟ କଲେ ନିସ୍ଟାଗମସ (ଆଖି ଡୋଳା ବାରମ୍ବାର ଦିଗ ପରିବର୍ତ୍ତନ କରେ) ହୁଏ । [୧] ମିନିଅର ରୋଗରେ ଅଧିକାଂଶ ସମୟରେ କାନରେ ଶବ୍ଦ ଶୁଣାଯାଏ, ଶ୍ରବଣ ହାନୀ ଓ ମୁଣ୍ଡବୁଲା ୨୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ହୁଏ । ଲାବିରିନ୍ଥ ପ୍ରଦାହ ରୋଗରେ ହଠାତ୍ ମୁଣ୍ଡ ବୁଲା ହୁଏ ଓ ବିନା ଚଳପ୍ରଚଳରେ ନିସ୍ଟାଗମସ ହୁଏ । [୬] ଏହି ରୋଗରେ ମୁଣ୍ଡବୁଲା ଦିନ ଦିନ ଧରି ଚାଲୁ ରହେ । [୬] ଦୁର୍ବଳତା, ମୁଣ୍ଡବଥା, ଗୋଟିଏ ଦୃଶ୍ୟ ବଦଳରେ ଦୁଇଟି ଦୃଶ୍ୟ ଦେଖାଯିବା ଓ କାଲୁଆ ଅନୁଭବ ଥିଲେ ଏହି ରୋଗ ଥିବା ସମ୍ଭାବନା ଅଧିକ ହୁଏ । [୨]
ପ୍ରାୟ ୨୦ରୁ ୪୦ % ଲୋକଙ୍କର ଜୀବନରେ କେତେବେଲେ ହେଲେ ଯନ୍ତ୍ରଣାବିହୀନ ମୁଣ୍ଡ ବେଆରାମ (dizziness) ହୁଏ ଓ ତନ୍ମମଧ୍ୟରୁ ୭.୫-୧୦ % ଲୋକଙ୍କର ମୁଣ୍ଡବୁଲା ଥାଏ । [୭]ଏକ ବର୍ଷରେ ପ୍ରାୟ ୫ % ଲୋକଙ୍କର ମୁଣ୍ଡବୁଲା ହୁଏ । ବୟସ ବଢ଼ିବା ସଙ୍ଗେସଙ୍ଗେ ଏହା ଅଧିକ ହୁଏ ଓ ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ୨ରୁ ୩ ଗୁଣ ଅଧିକ ହୁଏ । ବିକଶିତ ଦେଶମାନଙ୍କରେ ଆଶୁ ଚିକିତ୍ସା ବିଭାଗର ଉପସ୍ଥାନର ୨ରୁ ୩ % ଏହି ରୋଗୀ ଥାଆନ୍ତି । [୮]
ଆଧାର
Wikiwand - on
Seamless Wikipedia browsing. On steroids.