From Wikipedia, the free encyclopedia
ସାଇନାଇଡ ବିଷକ୍ରିୟା (ଇଂରାଜୀ ଭାଷାରେ Cyanide poisoning) ଏକ ପ୍ରକାର ବିଷକ୍ରିୟା (poisoning) ଯାହା ଅନେକ ପ୍ରକାରର ସାଇନାଇଡ (cyanide) ସଂସ୍ପର୍ଶରେ ଆସିବା ଫଳରେ ଦେଖାଯାଏ ।[୨] ପ୍ରାରମ୍ଭିକ ଲକ୍ଷଣରେ ମୁଣ୍ଡବଥା, ମୁଣ୍ଡବୁଲା, ଦୃତ ହୃତ୍ସ୍ପନ୍ଦନ (fast heart rate), ଅଣନିଶ୍ୱାସୀ, ବାନ୍ତି ଇତ୍ୟାଦି ହୁଏ । ଏହା ପରେ ବାତ (seizures), ଧୀର ହୃତ୍ସ୍ପନ୍ଦନ (slow heart rate), ନିମ୍ନ ରକ୍ତଚାପ, ମୂର୍ଚ୍ଛା ଓ ହୃଦ୍ରୋଧ (cardiac arrest) ହୁଏ । [୩] ଲକ୍ଷଣମାନଙ୍କ ପ୍ରାରମ୍ଭ ଅଳ୍ପ କିଛି ମିନିଟ ମଧ୍ୟରେ ହୁଏ । [୩][୪] ରୋଗୀ ବଞ୍ଚିଗଲେ ଦୀର୍ଘକାଳୀନ ସ୍ନାୟୁ ବେମାରୀ ରହିଯାଏ । [୩]
ହାଇଡ୍ରୋଜେନ ସାଇନାଇଡ (hydrogen cyanide) ଗ୍ୟାସ ଓ ଅନେକ ସାଇନାଇଡ ଲବଣ (salts)ରେ ସାଇନାଇଡ ଥାଏ । ଘର ଅଗ୍ନିକାଣ୍ଡର (house fire) ଧୁଆଁ ପ୍ରଶ୍ୱାସରେ ଗଲେ ସାଧାରଣତଃ ଏହି ବିଷକ୍ରିୟା ସାଧିତ ହୁଏ ।[୩] ଧାତୁ ପଲିସ କରାଯାଉଥିବା (metal polishing) କର୍ମସ୍ଥଳୀ, କେତେକ ପୋକମାରୀ (insecticides) ଓ କେତେକ ଆପଲ ମଞ୍ଜିରେ ସମ୍ଭାବ୍ୟ ସାଇନାଇଡ ଥାଇପାରେ । [୪] ସାଇନାଇଡ ଥିବା ତରଳ ପଦାର୍ଥ ଚର୍ମ ମାଧ୍ୟମରେ ଅବଶୋଷିତ ହୋଇଯାଏ । [୫] ସାଇନାଇଡ ଆୟନଦ୍ୱାରା (ions) ଜୈବ ଶ୍ୱାସକ୍ରିୟା (cellular respiration) ଅବରୋଧ ହେବା ଫଳରେ ଦେହର ତନ୍ତୁ ଅମ୍ଳଜାନ (oxygen) ବ୍ୟବହାର କରିପାରେନି । [୩]
ଅଧିକାଂଶ ସମୟରେ ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହୁଏ । କୌଣସି ଲୋକର ଘର ଅଗ୍ନିକାଣ୍ଡ ପରେ ଚେତନା ଶକ୍ତି (level of consciousness) କମିଗଲେ, ରକ୍ତଚାପ କମିଲେ ବା ରକ୍ତ ଲାକ୍ଟେଟ (blood lactate) ଅଧିକ ହେଲେ ଏହି ବିଷ ପ୍ରଭାବ ଥିବା ସନ୍ଦେହ କରାଯାଏ । ରକ୍ତରେ ସାଇନାଇଡ ସ୍ତର ମାପିହୁଏ କିନ୍ତୁ ଏହା ସମୟ ସାପେକ୍ଷ । ଏହି ସ୍ତର ୦.୫–୧ ମି:ଗ୍ରା:/ଲି ଥିଲେ ସାମାନ୍ୟ, ୧–୨ ମି:ଗ୍ରା:/ଲି ଥିଲେ ମଧ୍ୟମ, ୨–୩ ମି:ଗ୍ରା:/ଲି ଥିଲେ ସାଂଘାତିକ କୁହାଯାଏ ଓ ୩ ମି:ଗ୍ରା:/ଲି ହୋଇଗଲେ ମୃତ୍ୟୁ ହୁଏ । [୩]
ରୋଗୀକୁ ଦୂଷିତ ଉତ୍ସରୁ ଦୂରକୁ ଅଣାଯାଏ ଓ ବିସନ୍ଦୁଷିତ (decontaminate) କରାଯାଏ ।[୪] ସହାୟକ ଯତ୍ନ (supportive care) ଓ ୧୦୦% ଅମ୍ଳଜାନ ଦେଇ ଚିକିତ୍ସା କରାଯାଏ ।[୩][୪] ହାଇଡ୍ରୋକ୍ସିକୋବୋଲାମିନ (Hydroxocobalamin) ଏହାର ଆଣ୍ଟିଡୋଟ (antidote) କାମ କରିବା ଜଣାଯାଏ ଓ ଏହା ପ୍ରଥମ ଧାଡ଼ିର ଚିକିତ୍ସା ଭାବରେ ବିବେଚନା କରାଯାଏ । [୬][୩] ସୋଡ଼ିଅମ ଥାୟୋସଲଫେଟ (Sodium thiosulphate) ମଧ୍ୟ ଏଥିନିମନ୍ତେ ଦିଆଯାଏ । [୩] ଇତିହାସ ଅନୁସାରେ ସାଇନାଇଡ ସମୂହ ଆତ୍ମହତ୍ୟା ନିମନ୍ତେ ବ୍ୟବହୃତ ହେଉଥିଲା ଓ ନରସଂହାର (genocide) ନିମନ୍ତେ ନାଜିମାନେ ବ୍ୟବହାର କରୁଥିଲେ । [୪]
Seamless Wikipedia browsing. On steroids.