୧୯୯୯ର ଓଡ଼ିଆ କଥାଚିତ୍ର From Wikipedia, the free encyclopedia
ରକତ ଚିହ୍ନିଛି ନିଜର କିଏ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଜୟ କନ୍ଦୋଇ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ଏହାର କାହାଣୀ ରଚନା କରିଥିଲେ ।[2] ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ବସନ୍ତ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[3] ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନ କରିଥିଲେ ।
ରକତ ଚିହ୍ନିଛି ନିଜର କିଏ | |
---|---|
ନିର୍ଦ୍ଦେଶକ | ବସନ୍ତ ସାହୁ |
ପ୍ରଯୋଜକ | ବିଜୟ କନ୍ଦୋଇ |
ସଂଳାପ | ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | ବସନ୍ତ ସାହୁ |
କାହାଣୀ | ବିଜୟ କାଣ୍ଡୋଇ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ଦିଲ୍ଲିପ |
ସମ୍ପାଦକ | ଅଶୋକ ଶର୍ମା |
ମୁକ୍ତିଲାଭ ତାରିଖ | ୧୭ ଅକ୍ଟୋବର ୧୯୯୯ [1] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୭୯ଲକ୍ଷ ୨୫ହଜାର |
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ଗୀତିକାର ସ୍ୱରୂପ ନାୟକ ଓ କୁନା ତ୍ରିପାଠୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ତପୁ ମିଶ୍ର, ସ୍ୱରୂପ ନାୟକ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.