ବ୍ୟାକ୍ଟେରୁରିଆ
ପରିସ୍ରାରେ ବ୍ୟାକ୍ଟେରିଆ ଥାଏ । From Wikipedia, the free encyclopedia
Remove ads
ପରିସ୍ରାରେ ବ୍ୟାକ୍ଟେରିଆ ଥାଏ । From Wikipedia, the free encyclopedia
ବ୍ୟାକ୍ଟେରୁରିଆ (Bacteriuria) ନାମ ପରିସ୍ରାରେ (urine) ବ୍ୟାକ୍ଟେରିଆ (bacteria) ଥିଲେ ଦିଆଯାଏ ।[୨] ଏହି ରୋଗ ଦୁଇ ପ୍ରକାର ଦେଖାଯାଏ ଯଥା:- ଲକ୍ଷଣଯୁକ୍ତ ((symptomatic)) ଓ ଲକ୍ଷଣ ବିହୀନ ।[୨][୭] ପରିସ୍ରା ବିଶ୍ଳଷଣ (Urinalysis), ପରିସ୍ରା କଲଚର (urine culture) କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ସାଧାରଣତଃ ଏସ୍କେରିସିଆ କୋଲାଇ (Escherichia coli ବ୍ୟାକ୍ଟେରିଆ ଏହି ରୋଗର କାରଣ ଥାଏ ।[୨] ଲୋକର ଲକ୍ଷଣ ନଥିଲେ ରୋଗ ପାଇଁ ପରୀକ୍ଷା କରିବା ଅନାବଶ୍ୟକ ।[୧] ପ୍ରଦୂଷଣ (contamination) ସହିତ ଭେଦାତ୍ମକ ନିର୍ଣ୍ଣୟ କରାଯାଏ ।[୨] ସୁସ୍ଥ ଲୋକର ପରିସ୍ରାରେ କେତେକ ରୋଗ ନକରିବା ଜୀବାଣୁ (non-disease causing bacteria) ରହିଥିବା ଦେଖାଯାଇପାରେ ।[୮] ଏହି ଜୀବାଣୁ ଗୁଡ଼ିକ ମାନବ ଦେହରେ ସହାବସ୍ଥାନ (resident microbiota) କରିଥାଆନ୍ତି । [୮]
ବ୍ୟାକ୍ଟେରୁରିଆ (Bacteriuria) | |
---|---|
Bacteruria | |
ବିଭାଗ | ଆଶୁ ଚିକିତ୍ସା (Emergency medicine), ସଂକ୍ରମକ ରୋଗ (infectious disease) |
ରୋଗ ନିର୍ଣ୍ଣୟ ପଦ୍ଧତି | ପରିସ୍ରା ବିଶ୍ଳଷଣ (Urinalysis), ପରିସ୍ରା କଲଚର (urine culture)[୧] |
ସଠିକ ରୋଗ ନିର୍ଣ୍ଣୟ | Contamination[୨] |
ଚିକିତ୍ସା | ଲକ୍ଷଣ ଅନୁସାରେ ବା ସଙ୍କଟ କାରକ ଅନୁସାରେ [୩][୧] |
ପୁନଃପୌନିକ | ଲକ୍ଷଣ ବିହୀନ: ୩% (ମଧ୍ୟମ ବୟସ୍କା ମହିଳା), ୫୦% ପର୍ଯ୍ୟନ୍ତ (ନର୍ସିଙ୍ଗ ହୋମରେ ଥିବା ମହିଳା)[୪] ଲକ୍ଷଣଯୁକ୍ତ: ବାର୍ଷକ ୧୦% ମହିଳା [୫][୬] |
ଲକ୍ଷଣଯୁକ୍ତ ବ୍ୟାକ୍ଟେରୁରିଆ ରୋଗକୁ ଆଣ୍ଟିବାୟୋଟିକ (antibiotics) ଦେଇ ଚିକିତ୍ସା କରାଯାଏ ।[୧] ଲକ୍ଷଣ ବିହୀନ ବ୍ୟାକ୍ଟେରୁରିଆ ଥିଲେ କୌଣସି ଚିକିତ୍ସାର ଆବଶ୍ୟକତା ନଥାଏ ।[୩] ଗର୍ଭାବସ୍ଥା, ବୃକ୍କ ଟ୍ରାନ୍ସପ୍ଲାଣ୍ଟ (kidney transplant), କିଶୋର ପିଲାଙ୍କର ଭେସିକୋୟୁରେଟେରାଲ ରିଫ୍ଲକ୍ସ (vesicoureteral reflux) ଓ ଯୁବା ଶିଶୁଙ୍କର ମୂତ୍ରନଳୀ ପ୍ରଣାଳୀର (urinary tract) ଅପରେଶନ କରାଯାଉଥିଲେ ଏହାର ବ୍ୟତିକ୍ରମ କରାଯାଏ ।[୩][୧]
ଅନ୍ୟଥା ସୁସ୍ଥ ମଧ୍ୟ ବୟସ୍କା ମହିଳାଙ୍କ ମଧ୍ୟରୁ ୩% ମହିଳାଙ୍କର ଲକ୍ଷଣ ବିହୀନ ବ୍ୟାକ୍ଟେରୁରିଆ ହେବା ଦେଖାଯାଏ ।[୪] ୫୦% ପର୍ଯ୍ୟନ୍ତ ଲକ୍ଷଣଯୁକ୍ତ ବ୍ୟାକ୍ଟେରୁରିଆ ପ୍ରାୟ ବାର୍ଷିକ ୧୦% ମହିଳାଙ୍କର ଓ ୪୦% ପୁରୁଷଙ୍କର ଦେଖାଯାଏ ।[୪] ନର୍ସିଙ୍ଗ ହୋମରେ ଥିବା ମହିଳାଙ୍କର ଦୀର୍ଘସ୍ତାୟୀ ଇଣ୍ଡ୍ୱେଲିଙ୍ଗ କାଥେଟର (indwelling urinary catheter) ଲାଗିଥିଲେ ଏହି ବ୍ୟାକ୍ଟେରୁରିଆ ୧୦୦% ହୁଏ ।[୪] ଯେ କୌଣସି ଗୋଟିଏ ବର୍ଷରେ ପ୍ରାୟ ୧୦% ମହିଳାଙ୍କର ମୂତ୍ରନଳୀ ସଂକ୍ରମଣ ଥାଏ ଓ ସେଥିରୁ ଅଧା ମହିଳାଙ୍କର ସାରା ଜୀବନରେ କେତେବେଳ ହେଲେ ଥରେ ସଂକ୍ରମଣ ହୋଇଥାଏ ।[୫][୬]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.