ଏସ୍କେରିସିଆ କୋଲାଇ (ଇଂରାଜୀ ଭାଷାରେ Escherichia coli) (/ˌɛʃəˈrɪkiə ˈkl/), [1] ଅନ୍ୟ ନାମ ଇ.କୋଲାଇ (E. coli) (/ˌ ˈkl/),[2] ଏହା ଏକ ଗ୍ରାମ ନେଗେଟିଭ ଜୀବାଣୁ (Gram-negative), ଫ୍ୟାକଲ୍‌ଟେଟିଭ ଅନେରୋବ (facultative anaerobic), ରଡ୍ ଆକାରର (rod-shaped), କୋଲାଇଫର୍ମ ଜୀବାଣୁ (coliform bacterium) ଯାହାର ଜାତି ଏସ୍କେରିସିଆ ଓ ଏମାନେ ସାଧାରଣତଃ ଉଷ୍ମରକ୍ତ ବିଶିଷ୍ଟ (warm-blooded) ପ୍ରାଣୀମାନଙ୍କର ଅନ୍ତନଳୀର ନିମ୍ନଭାଗରେ ମିଳନ୍ତି । [3][4] ଅଧିକାଂଶ ଇ କୋଲାଇ ସ୍ଟ୍ରେନ (strains) ବିପଦଶୂନ୍ୟ ଅଟନ୍ତି କିନ୍ତୁ କେତେକ ସେରୋଟାଇପ ହୋଷ୍ଟ ଦେହରେ ବିଷକ୍ରିୟା ଓ ଖାଦ୍ୟ ପ୍ରଦୂଷଣ ସୃଷ୍ଟି କରନ୍ତି; ଏଥିଯୋଗୁ ଖାଦ୍ୟପଦାର୍ଥ ଫେରେଇଦିଆଯାଏ । [5][6] ଏମାନଙ୍କ ମଧ୍ୟରୁ ବିପଦଶୂନ୍ୟ ସ୍ଟ୍ରେନ ଜୀବାଣୁଗୁଡ଼ିକ ଅନ୍ୟ ଅଣୁଜୀବମାନଙ୍କ ସ‌ହିତ ଅନ୍ତନଳୀରେ ସାଧାରଣତଃ ବାସ କରନ୍ତି ଓ ହୋଷ୍ଟମାନଙ୍କ ଦେହରେ ଭିଟାମିନ କେ ଜୀବସାର କେ ପ୍ରସ୍ତୁତ କରନ୍ତି,[7] ଓ ରୋଗ ସୃଷ୍ଟିକାରୀ ଜୀବାଣୁମନଙ୍କର କଲୋନୀ ତିଆରିକୁ ବାଧା ଦିଅନ୍ତି । [8][9] ମଳ ସ‌ହିତ ଇ କୋଲାଇ ପରିବେଶକୁ ଠେଲିହୋଇ ବାହାରିଯାଆନ୍ତି । ମଳ ଭିତରେ ରହି ଏରୋବିକ ସ୍ଥିତିରେ ୩ ଦିନ ମଧ୍ୟରେ ନିଜ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି କରନ୍ତି ଓ ପରେ ସଂଖ୍ୟା କମିଯାଏ । [10]

Quick Facts ଏସ୍କେରିସିଆ କୋଲାଇ, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
ଏସ୍କେରିସିଆ କୋଲାଇ
Thumb
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
Domain: Bacteria
ସଙ୍ଘ: Proteobacteria
ବର୍ଗ: Gammaproteobacteria
ଗଣ: Enterobacterales
କୁଳ: Enterobacteriaceae
ପ୍ରଜାତି: Escherichia
ଜାତି: E. coli
ବାଇନୋମିଆଲ ନାମ
Escherichia coli
(Migula 1895)
Castellani and Chalmers 1919
Synonyms

Bacillus coli communis Escherich 1885

Close

ଅନ୍ତନଳୀ ଅଣୁଜୀବଙ୍କ ମଧ୍ୟରେ ପ୍ରାୟ ୧% ଇ. କୋଲାଇ ଓ ଅନ୍ୟାନ୍ୟ ଫ୍ୟାକଲ୍‌ଟେଟିଭ ଆନେରୋବିକ ଅର୍ଗାନିଜ୍ମ (facultative anaerobes) ମିଶି ରହନ୍ତି,[11] ଓ ମଳ-ମୁଖ ରାସ୍ତାରେ (fecal–oral transmission) ମୁଖ୍ୟତଃ ଜୀବାଣୁ ଯାଇ ରୋଗ ରୋଗ ସୃଷ୍ଟିକରନ୍ତି । ଦେହ ବାହାରେ ଜୀବାଣୁ ଅଳ୍ପ ସମୟ ରହିପାରନ୍ତି ଓ ସେହି ସମୟରେ ନମୁନା ନେଇ ମଳ ପ୍ରଦୂଷଣ (fecal contamination) ନିମନ୍ତେ ପରୀକ୍ଷା କରାଯାଏ । [12][13] ଏକାଧିକ ଗବେଷକ ପରୀକ୍ଷା କରି ଦେଖୁଛନ୍ତି, ଇ କୋଲାଇ ବାହାରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରୁଛନ୍ତି । [14][15]

ଲାବୋରେଟୋରୀରେ ତନ୍ନ ତନ୍ନ କରି ୬୦ ବର୍ଷକାଳ ଧରି ପରୀକ୍ଷା କରି ଜଣାଯାଇଛି ଯେ ଜୀବାଣୁକୁ ସ‌ହଜରେ କଲଚର ଓ ବିକାଶ କରିହେବ ଓ ଏହି ପରୀକ୍ଷାରେ ଅଧିକ ଖର୍ଚ୍ଚ ମଧ୍ୟ ହେବନନି । ଇ କୋଲାଇ ଏକ କେମୋହେଟେରୋଟ୍ରୋଫ (chemoheterotroph) ଯାହାର ରାସାୟନିକ ମିଡିଅମରେ କାର୍ବନ ଓ ଏନର୍ଜି ଯୋଗ କରିବାକୁ ହୁଏ । ଇ. କୋଲାଇ ଏକ ବିସ୍ତୀର୍ଣ୍ଣ ଅନୁଶୀଳନ କରାଯାଇଥିବା ପ୍ରୋକାଇରେଟିକ (prokaryotic) ମଡେଲ ଅର୍ଗାନିଜ୍ମ (model organism) ଯାହା ବାୟୋଟେକନୋଲୋଜି (biotechnology) ଓ ମାଇକ୍ରୋବାୟୋଲୋଜି (microbiology) ନିମନ୍ତେ ଏକ ଉଲ୍ଲେଖନୀୟ ସ୍ପେସି କାମ ଦିଏ ଓ ଏହା ହୋଷ୍ଟ ଅର୍ଗାନିଜ୍‌ମ (host organism) ଭାବରେ ଅଧିକାଂଶ ରିକୋମ୍ବିନାଣ୍ଟ ଡିଏନଏ (recombinant DNA) କାମରେ ସାହାଯ୍ୟ କର । ସ‌ହାୟକ ପରିସ୍ଥିତିରେ ଏହ ୨୦ ମିନିଟ ମଧ୍ୟରେ ପ୍ରଜନନ କରିପାରେ । [16]

ରୋଗରେ ଭୂମିକା

ଅନ୍ତନଳୀରେ ପ୍ରାକୃତିକ ଭାବରେ ରହୁଥିବା ଅଧିକାଂଶ ଇ କୋଲାଇ ସ୍ଟ୍ରେନ ରୋଗ ସୃଷ୍ଟି କରନ୍ତି ନାହିଁ, [17] କିନ୍ତୁ ଉତ୍କଟ ଶ୍ରେଣୀରେ ଜୀବାଣୁ ହୋଇଥିଲେ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍, ମୂତ୍ରାଙ୍ଗ ସଂକ୍ରମଣ, ନବଜାତ ମେନିଞ୍ଜାଇଟିସ୍, ହେମୋରେଜିକ କୋଲାଇଟିସ ଓ କ୍ରନ୍ ରୋଗ ସୃଷ୍ଟି କରିପାରନ୍ତି । ସାଧାରଣ ଲକ୍ଷଣ ଓ ଚିହ୍ନମାନଙ୍କ ମଧ୍ୟରେ ଉପର କ୍ରାମ୍ପ, ତରଳ ଝାଡ଼ା, ହେମୋରେଜିକ କୋଲାଇଟିସ, ବାନ୍ତି ଓ ବେଳେବେଳେ ଜ୍ୱର ହୁଏ ।

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.