From Wikipedia, the free encyclopedia
ଫ୍ରେସ ଫ୍ରୋଜନ ପ୍ଲାଜମା (ଇଂରାଜୀ ଭାଷାରେ Fresh frozen plasma ବା FFP) ଏକ ରକ୍ତ ଜାତୀୟ ପଦାର୍ଥ (blood product) ଯାହା ସମ୍ପୁର୍ଣ୍ଣ ରକ୍ତରୁ (whole blood) ପ୍ରସ୍ତୁତ କରାଯାଏ ।[3] ରକ୍ତରେ କମ୍ ରକ୍ତ ଜମାଟକାରୀ ଉପାଦାନ (blood clotting factors) ଇଣ୍ଟର ନ୍ୟାସନାଲ ନର୍ମାଲାଇଜଡ ରେସିଓ>୧.୫ ଥିଲେ ବା ଅନ୍ୟାନ୍ୟ ରକ୍ତ ପୁଷ୍ଟିସାର (blood proteins) ସ୍ତର କମ୍ ଥିଲେ ଏହି ଫ୍ରେସ ଫ୍ରୋଜନ ପ୍ଲାଜମା ଦିଆଯାଏ ।[3][1] ପ୍ଲାଜମା ବିନିମୟ ନିମନ୍ତେ ମଧ୍ୟ ଏହା ବ୍ୟବହାର କରାଯାଏ ।[2] ଏହା ରୋଗୀକୁ ଦେବା ପୂର୍ବରୁ ନିର୍ଦ୍ଦିଷ୍ଟ ଏହି ବ୍ୟାଚ୍ର କମ୍ପାଟିବିଲିଟି ବା ଅନୁକୂଳ ପରୀକ୍ଷା କରି ତା'ପରେ ଦିଆଯାଏ । ପରିମାଣ ପୁରଣ ବା ଭଲ୍ୟୁମ ଏକ୍ସପାଣ୍ଡର (volume expander) ନିମନ୍ତେ ଏହା ଦିଆଯାଏନାହିଁ ।[3] ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଏହା ଦିଆଯାଏ ।[2]
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଓ ଗଲୁ ହୋଇପାରେ ।[3] କ୍ୱଚିତ୍ ଆଲର୍ଜି ପ୍ରତିକ୍ରିୟା, ରକ୍ତ ଜମାଟ (blood clots), ବା ସଂକ୍ରମଣ (infections) ହୋଇପାରେ ।[3][1] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ରୋଗୀର ପ୍ରୋଟିନ ଏସ ଡେଫିସିଏନ୍ସି (protein S deficiency), ଆଇଜିଏ ଡେଫିସିଏନ୍ସି (IgA deficiency) ବା ହୃଦ୍ପାତ ଇତିହାସ ଥିଲେ ବହୁତ ଯତ୍ନଶୀଳ ହେବାକୁ ପଡ଼େ ।[2] ଜଳ, ପୁଷ୍ଟିସାର, ଶ୍ୱେତସାର, ଚର୍ବି ଓ ଜୀବସାର ଇତ୍ୟାଦିର ଜଟିଳ ମିଶ୍ରଣ କରି ଏହା ତିଆରି କରାଯାଏ ।[1] ଏହା ବରଫିକୃତ ଥିବାରୁ ଏକ ବର୍ଷ ପର୍ଯ୍ୟନ୍ତ ରହିପାରେ ।[1]
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ପ୍ରଥମେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଗଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ୟୁନିଟର ମୂଲ୍ୟ ପ୍ରାୟ ୩୦ ପାଉଣ୍ଡ ।[5] ଏହା ଅନ୍ୟ କେତେକ ଧରଣର ପ୍ରସ୍ତୁତିରେ ବିକ୍ରୟ ହେଉଛି ଓ ସେମାନଙ୍କର ନାମ ଫ୍ଲେବୋଟୋମିର ୨୪ଘଣ୍ଟା ମଧ୍ୟରେ ବରଫିକୃତ ପ୍ଲାଜମା (plasma frozen within 24 hours after phlebotomy), କ୍ରାୟୋପ୍ରେସିପିଟେଟ ରିଡ୍ୟୁସ୍ଡ ପ୍ଲାଜମା (cryoprecipitate reduced plasma) ଓ ସଲଭେଣ୍ଟ ଡିଟରଜେଣ୍ଟ ପ୍ଲାଜମା (solvent detergent plasma) ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.