From Wikipedia, the free encyclopedia
ଫେନକ୍ସିମିଥାଇଲପେନିସିଲିନ (ଇଂରାଜୀ ଭାଷାରେ Phenoxymethylpenicillin, ଅନ୍ୟ ନାମ ପେନିସିଲିନ ଭି/penicillin V), ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ସଂଖ୍ୟକ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ସ୍ଟ୍ରେପ ଥ୍ରୋଟ, ମଧ୍ୟକର୍ଣ୍ଣ ପ୍ରଦାହ ଓ ସେଲ୍ୟୁଲାଇଟିସ୍ ରୋଗମାନଙ୍କରେ ଦିଆଯାଏ । ରିଉମାଟିକ ଜ୍ୱରରେ ଓ ପ୍ଲୀହା କାଢ଼ିଦେବା ପରେ ସଂକ୍ରମଣ ପ୍ରତିରୋଧ ନିମନ୍ତେ ମଧ୍ୟ ଏହା ଦିଆଯାଏ । ଏହି ଔଷଧ ପାଟିରେ ଦିଆଯାଏ ।[1]
Clinical data | |
---|---|
Trade names | Veetids, others |
Synonyms | penicillin phenoxymethyl, penicillin V |
AHFS/Drugs.com | monograph |
MedlinePlus | a685015 |
data |
|
Pregnancy category |
|
Routes of administration | by mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 60% |
Protein binding | 80% |
Metabolism | liver |
Elimination half-life | 30–60 min |
Excretion | kidney |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.001.566 |
Chemical and physical data | |
Formula | C16H18N2O5S |
Molar mass | 350.39 g/mol |
3D model (JSmol) | |
Melting point | 120–128 °C (248–262 °F) |
SMILES
| |
InChI
| |
(verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ ଓ ଆନାଫାଇଲାକ୍ସିସ ଭଳି ଆଲର୍ଜି ପ୍ରତିକ୍ରିୟା (allergic reaction) ହୋଇପାରେ । ପେନିସିଲିନ ଆଲର୍ଜି (penicillin allergy) ଥିବା ଲୋକମାନଙ୍କୁ ଏହା ଦେବାକୁ ମନା ଥାଏ ।[1] ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ।[2] ଏହା ପେନିସିଲିନ (penicillin) ଓ ବିଟାଲାକ୍ଟମ (beta lactam) ଶ୍ରେଣୀର ଔଷଧ । ଏହି ଔଷଧ ଦେବା ଫଳରେ ଜୀବାଣୁ ମୃତ୍ୟୁ (bacterial death) ହୁଏ ।[3]
ସନ ୧୯୪୮ରେ ପ୍ରଥମେ ଫେନକ୍ସିମିଥାଇଲପେନିସିଲିନ ପ୍ରସ୍ତୁତ ହୋଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[3] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନର ଖର୍ଚ୍ଚ ୦.୦୫ରୁ ୦.୯୬ ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ କୋର୍ଷର ଖର୍ଚ୍ଚ ପ୍ରାୟ ୨୫ ଆମେରିକୀୟ ଡଲାର ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.