From Wikipedia, the free encyclopedia
ପାଇରିଡକ୍ସିନ (ଇଂରାଜୀ ଭାଷାରେ Pyridoxine, ଅନ୍ୟ ନାମ ଭିଟାମିନ ବି ୬/vitamin B6 ଓ ପାଇରିଡକ୍ସଲ/pyridoxol) ଏକ ପ୍ରକାର ଜୀବସାର ଖ୬ ଯାହା ସାଧାରଣତଃ ଖାଦ୍ୟରେ ମିଳେ ଓ ଖାଦ୍ୟ ଅନୁପୂରକରେ (dietary supplement) ଦିଆଯାଇଥାଏ । [୧] ଖାଦ୍ୟ ଅନୁପୂରକ ଭାବରେ ଏହା ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ଦିଆଯାଉଥିବା ରୋଗମାନଙ୍କ ନାମ ଯଥାକ୍ରମେ ପାଇରିଡକ୍ସିନ ଅଭାବ (pyridoxine deficiency), ସିଡେରୋବ୍ଲାସ୍ଟିକ ଆନିମିଆ (sideroblastic anaemia), ପାଇରିଡକ୍ସିନ-ଡିପେଣ୍ଡେଣ୍ଟ ଏପିଲେପ୍ସି (pyridoxine-dependent epilepsy), କେତେକ ମେଟାବୋଲିକ ଡିଜଅର୍ଡ଼ର (metabolic disorders), ଆସୋନିଆଜିଡ (isoniazid) ସମସ୍ୟା ଓ ଛତୁ ବିଷକ୍ରିୟା (mushroom poisoning) । [୩][୧] ଏହା ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
Clinical data | |
---|---|
Synonyms | vitamin B6,[୧] pyridoxol[୨] |
AHFS/Drugs.com | monograph |
Pregnancy category |
|
Routes of administration | by mouth, IV, IM, subQ |
ATC code |
|
Identifiers | |
IUPAC name
| |
CAS Number | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.548 |
Chemical and physical data | |
Formula | C8H11NO3 |
Molar mass | ୧୬୯.୧୮ g·mol−1 |
3D model (JSmol) | |
Melting point | 159 to 162 °C (318 to 324 °F) |
SMILES
| |
InChI
|
ପାଇରିଡକ୍ସିନ ଦେହରେ ଉତ୍ତମରୂପେ ସହ୍ୟ କରିହୁଏ । ବେଳେବେଳେ ମୁଣ୍ଡବଥା, କାଲୁଆ ଅନୁଭବ ଓ ନିଦୁଆ ଆଦି ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ସାଧାରଣ ମାତ୍ରାରେ ନେଲେ ଏହା ନିରାପଦ ରହେ । ପାଇରିଡକ୍ସିନ ଏକ ଭିଟାମିନ ବି/ଜୀବସାର ଖ ଶ୍ରେଣୀର ଭିଟାମିନ । ଶରୀରରେ ଆମିନୋ ଏସିଡ (amino acids), ଶ୍ୱେତସାର (carbohydrates) ଓ ଲିପିଡ (lipids) ତିଆରି କରିବାରେ ପାଇରିଡକ୍ସିନ ଆବଶ୍ୟକ ହୁଏ । [୩] ଫଳ (fruit), ପନିପରିବା (vegetables) ଓ ଶସ୍ୟମାନଙ୍କରେ (grain) ଏହାର ଉତ୍ସ ଥାଏ ।[୪]
ସନ ୧୯୩୪ରେ ପାଇରିଡକ୍ସିନ ଆବିଷ୍କୃତ ହୋଇଥିଲା, ସନ ୧୯୩୪ରେ ପୃଥକ କରାଯାଇଥିଲା ଓ ସନ ୧୯୩୯ରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ।[୫][୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର କ୍ରୟ ମୂଲ୍ୟ ୦.୫୯ରୁ ୩.୫୪ ଆମେରିକୀୟ ଡଲାର ।[୮] ଅନେକ ଦେଶମାନଙ୍କରେ ଖାଦ୍ୟରେ (breakfast cereal) ଏହା ମିଶେଇ ଦିଆଯାଏ । [୪]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.