ଡର୍ମାଟୋମାୟୋସାଇଟିସ ବା ଡିଏମ (ଇଂରାଜୀ ଭାଷାରେ Dermatomyositis/ DM) ଏକ ଦୀର୍ଘକାଳୀନ ମାଂସପେଶୀ (muscles) ପ୍ରଦାହ ବେମାରୀ (inflammatory disorder) ।[1] ଏହି ରୋଗରେ ଚର୍ମ ରାସ ଓ ସମୟ କ୍ରମେ ମାଂସପେଶୀ ଦୁର୍ବଳ ଲକ୍ଷଣ ଦେଖାଯାଏ ।[1] ଏହି ଲକ୍ଷଣ ହଠାତ ବା ସମୟ କ୍ରମେ ଦେଖାଯାଏ ।[1] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଓଜନ ହ୍ରାସ, ଜ୍ୱର, ଫୁସଫୁସ ପ୍ରଦାହ ଓ ଆଲୋକ ସମ୍ବେଦନଶୀଳ ହେବା ଦେଖାଯାଏ ।[1] ରୋଗ ଅଧିକ ଜଟିଳ ହେଲେ କ୍ୟାଲସିନୋସିସ (calcium deposits in muscles or skin) ବା ଚର୍ମ ଓ ମାଂସପେଶୀରେ କ୍ୟାଲସିଅମ ଜମା ହୋଇଯାଏ । [1]

Quick Facts ଡର୍ମାଟୋମାୟୋସାଇଟିସ (Dermatomyositis), ବିଭାଗ ...
ଡର୍ମାଟୋମାୟୋସାଇଟିସ (Dermatomyositis)
Thumb
ଜଣେ ଜୁଭେନାଇଲ ଡର୍ମାଟୋମାୟୋସାଇଟିସ ରୋଗୀର ନ‌କ୍ଲମାନଙ୍କରେ (knuckle) ପାପ୍ୟୁଲ (areas) ଦେଖାଯାଉଛି ଯାହାକୁ ଗୋଟ୍ରୋନ ପାପ୍ୟୁଲ କୁହାଯାଏ ।
ବିଭାଗରିଉମାଟୋଲୋଜି (Rheumatology)
ଲକ୍ଷଣରାସ, ମାଂସପେଶୀ ଦୁର୍ବଳତା, ଓଜନ ହ୍ରାସ ଓ ଜ୍ୱର ।[1]
ଆକ୍ରାନ୍ତ ସମୟ୪୦ରୁ ୫୦ ବର୍ଷ ବୟସ [2]
ଅବଧିଦୀର୍ଘକାଳୀନLong term[1]
କାରଣଅଜ୍ଞାତ[1]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ ନିର୍ଣ୍ଣୟ, ରକ୍ତ ପରୀକ୍ଷା, ଇଲେକଟ୍ରୋମାୟୋଗ୍ରାଫି (electromyography) ଓ ମାଂସପେଶୀ ବାୟୋପ୍ସି (muscle biopsies) । [2]
ସଠିକ ରୋଗ ନିର୍ଣ୍ଣୟପଲିମାୟୋସାଇଟିସ (Polymyositis), ଇନ‌କ୍ଲୁଜନ ମାୟୋସାଇଟିସ (inclusion body myositis), ସ୍କ୍ଲେରୋଡର୍ମା (scleroderma[2]
ଔଷଧକର୍ଟିକୋସ୍ଟିରଏଡ (Corticosteroids), ମେଥୋଟ୍ରେକ୍ସେଟ, ଆଜାଥାୟୋପ୍ରିନ[1]
ଚିକିତ୍ସାଔଷଧ, ଫିଜିକାଲ ଥେରାପି (physical therapy), ବ୍ୟାୟାମ, ଉତ୍ତାପ ଥେରାପି, ଅର୍ଥୋଟିକ୍ସ (orthotics), ସାହାଯ୍ୟକାରୀ ଯନ୍ତ୍ରପାତି ଓ ବିଶ୍ରାମ ।[1]
ପୁନଃପୌନିକ~ ବାର୍ଷିକ ୧୦୦,୦୦୦ ଲୋକରେ ଜଣେ । [2]
Close

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[1] ଏହାର ଅଟୋଇମ୍ମ୍ୟୁନ ରୋଗ (autoimmune disease) ବା ଭୁତାଣୁ ସଂକ୍ରମଣ (viral infection) ଯୋଗୁ ହେଉଥିବା ପ୍ରତିପାଦନ କରାଯାଉଛି ।[1] ଏହା ଏକ ପ୍ରକାର ପ୍ରଦାହ ଜନିତ ମାୟୋପାଥି (inflammatory myopathy) ରୋଗ ।[1] ଲକ୍ଷଣ, ରକ୍ତ ପରୀକ୍ଷା, ଇଲେକଟ୍ରୋମାୟୋଗ୍ରାଫି (electromyography) ଓ ମାଂସପେଶୀ ବାୟୋପ୍ସି (muscle biopsies) ଆଦି ପରୀକ୍ଷାମାନଙ୍କର ସାହାଯ୍ୟ ନେଇ ରୋଗ ନିର୍ଣ୍ଣୟ କରାଯାଏ ।[2]

ଏହି ରୋଗ ଆରୋଗ୍ୟ ହୁଏନି କିନ୍ତୁ ଚିକିତ୍ସା ଫଳରେ ଲକ୍ଷଣରେ ଉନ୍ନତି ହୁଏ ।[1] ସାଧାରଣତଃ ଔଷଧ, ଫିଜିକାଲ ଥେରାପି (physical therapy), ବ୍ୟାୟାମ, ଉତ୍ତାପ ଥେରାପି, ଅର୍ଥୋଟିକ୍ସ (orthotics), ସାହାଯ୍ୟକାରୀ ଯନ୍ତ୍ରପାତି ଓ ବିଶ୍ରାମ ଦେଇ ଚିକିତ୍ସା କରାଯାଏ ।[1] ସାଧାରଣତଃ କର୍ଟିକୋସ୍ଟିରଏଡ (Corticosteroids) ଦେଇ ଚିକିତ୍ସା କରାଯାଏ ଓ ଉନ୍ନତି ନହେଲେ (ମେଥୋଟ୍ରେକ୍ସେଟ), (ଆଜାଥାୟୋପ୍ରିନ) ଇତ୍ୟାଦି ବ୍ୟବ‌ହାର କରାଯାଏ ।[1] ଶିରାଭ୍ୟନ୍ତର ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (Intravenous immunoglobulin) ଦେଲେ ମଧ୍ୟ ଉନ୍ନତି ହୁଏ । [1] ଉପ‌ଯୁକ୍ତ ଚିକିତ୍ସାରେ ଅଧିକାଂଶ ରୋଗୀଙ୍କର ଉନ୍ନତି ହୁଏ ଓ ଅଳ୍ପ କେତେକ ଲୋକଙ୍କର ରୋଗ ଭଲ ହୋଇଯାଏ ।[1]

ବର୍ଷକୁ ୧୦୦,୦୦୦ଲୋକରେ ଜଣେ ନୂଆ ଡର୍ମାଟୋମାୟୋସାଇଟିସ ରୋଗୀ ଚିହ୍ନଟ ହୁଏ ।[2] ଚାଳିଶ ଓ ପଚାଶ ଦଶକରେ ଏହି ରୋଗ ହୁଏ ଓ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ;[2] କିନ୍ତୁ ଯେ କୌଣସି ବୟସରେ ଏହି ରୋଗ ହୋଇପାରେ ।[2] ସନ ୧୮୦୦ରେ ପ୍ରଥମେ ଏହି ରୋଗର ବର୍ଣ୍ଣନା କରାଯାଇଥିଲା ।[3]

ଆଧାର

ବାହ୍ୟ ଲିଙ୍କ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.