From Wikipedia, the free encyclopedia
ସ୍କ୍ଲେରୋଡର୍ମା (ଇଂରାଜୀ ଭାଷାରେ Scleroderma) ଏକ ଅଟୋଇମ୍ମ୍ୟୁନ ରୋଗ (autoimmune disease) ଦଳକୁ ବୁଝାଏ ଯେଉଁଥିରେ ଚର୍ମ (skin), ରକ୍ତ ନଳୀ (blood vessels), ମାଂସପେଶୀ (muscles) ଓ ଶରୀର ଅଭ୍ୟନ୍ତରସ୍ଥ ଅଙ୍ଗମାନଙ୍କରେ (internal organ) ପରିବର୍ତ୍ତନ ଆଣିପାରେ ।[2][6] ଏହି ରୋଗ କେବଳ ଚର୍ମରେ ବା ଚର୍ମା ସହିତ ଦେହ ଭିତର ଅଙ୍ଗ ମାନଙ୍କରେ ହୋଇପାରେ ।[2] ଏହି ରୋଗରେ ଚମ ମୋଟା ଓ ଶକ୍ତ ହୁଏ, ଥକ୍କା ଲାଗେ ଓ ଥଣ୍ଡା ପାଗରେ ଗୋଡ଼ ହାତର ଆଙ୍ଗୁଠିକୁ ରକ୍ତ ସରବରାହ କମିଯାଏ । [1] ଏହି ଦଳର ଏକ ରୋଗ କ୍ରେସ୍ଟ ସିଣ୍ଡ୍ରୋମରେ (CREST syndrome), କ୍ୟାଲସିନୋସିସ (calcium deposits), ରେନଡ ସିଣ୍ଡ୍ରୋମ (Raynaud's syndrome), ଏସୋଫେଗସ ସମସ୍ୟା (esophageal), ସ୍କ୍ଲେରୋଡାକ୍ଟିଲି (thickening of the skin of the fingers and toes) ଓ ଟେଲାଞ୍ଜିଏକ୍ଟାସିସ (areas of small dilated blood vessels) ହୋଇପାରେ । [1]
ସ୍କ୍ଲେରୋଡର୍ମା (Scleroderma) | |
---|---|
ବିଭାଗ | ରିଉମାଟୋଲୋଜି (Rheumatology) |
ଆକ୍ରାନ୍ତ ସମୟ | ମଧ୍ୟ ବୟସ[1] |
କାରଣ | ଅଜ୍ଞାତ[2] |
ବିପଦ କାରକ | ପାରିବାରିକ ଇତିହାସ, ଜେନେଟିକ (genetic) କାରକ, ସିଲିକା (silica) ସଂସ୍ପର୍ଷ [3][4][5] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ, ଚର୍ମ ବାୟୋପ୍ସି (skin biopsy), ରକ୍ତ ପରୀକ୍ଷା [6] |
ସଠିକ ରୋଗ ନିର୍ଣ୍ଣୟ | ମିଳିତ କନେକ୍ଟିଭ ତନ୍ତୁ ରୋଗ (Mixed connective tissue disease), ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍, ପଲିମାୟୋସାଇଟିସ (polymyositis), ଡର୍ମାଟୋମାୟୋସାଇଟିସ[1] |
ଔଷଧ | କର୍ଟିକୋସ୍ଟରଏଡ (Corticosteroids), ମେଥୋଟ୍ରେକ୍ସେଟ, ନନ୍-ସ୍ଟିରଏଡାଲ ଆଣ୍ଟିଇନଫ୍ଲାମେଟରି ଡ୍ରଗସ (non-steroidal anti-inflammatory drugs) (NSAIDs)[2] |
ଚିକିତ୍ସା | ସହଯୋଗୀ ଯତ୍ନ (Supportive care)[1] |
Prognosis | ସ୍ଥାନୀୟ: ସାଧାରଣ ଆୟୁଷ [7] ଶାରୀରିକ: କମ୍ ଆୟୁଷ[3] |
ପୁନଃପୌନିକ | ପ୍ରତି ୧୦୦,୦୦୦ ଲୋକରେ ବର୍ଷକୁ ୩ ଜଣ (systemic)[3] |
ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[2] ଏହି ରୋଗର ସଙ୍କଟ କାରକ ମଧ୍ୟରେ ପାରିବାରିକ ଇତିହାସ, ଜେନେଟିକ (genetic) କାରକ, ସିଲିକା (silica) ସଂସ୍ପର୍ଷ ଉଲ୍ଲେଖଯୋଗ୍ୟ ।[3][4][5] ଇମ୍ମ୍ୟୁନ ସିସ୍ଟମ ନିଜ ଦେହର ସୁସ୍ଥ ତନ୍ତୁକୁ ଆକ୍ରମଣ କରିବାରୁ କନେକ୍ଟିଭ ତନ୍ତୁ (connective tissue) ଅସାଧାରଣ ଭାବରେ ବଢ଼ିଯାଏ ।[6] ଲକ୍ଷଣ, ଚର୍ମ ବାୟୋପ୍ସି (skin biopsy), ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [6]
ସ୍କ୍ଲେରୋଡର୍ମା ରୋଗ ଆରୋଗ୍ୟସାଧ୍ୟ ନହେଲେ ମଧ୍ୟ ଚିକିତ୍ସା କଲେ ଲକ୍ଷଣରେ ଉନ୍ନତି ହୁଏ ।[2] କର୍ଟିକୋସ୍ଟରଏଡ (Corticosteroids), ମେଥୋଟ୍ରେକ୍ସେଟ, ନନ୍-ସ୍ଟିରଏଡାଲ ଆଣ୍ଟିଇନଫ୍ଲାମେଟରି ଡ୍ରଗସ (non-steroidal anti-inflammatory drugs) (NSAIDs) ଇତ୍ୟାଦି ଦେଇ ଚିକିତ୍ସା କରାଯାଏ ।[2] ରୋଗର ଅଗ୍ରଗତି ଉପରେ ଫଳାଫଳ ନିର୍ଭର କରେ । [3] ରୋଗଟି ସ୍ଥାନୀୟ ହୋଇଥିଲେ ସାଧାରଣ ଆୟୁଷ (life expectancy) ରହେ ।[7] ଶାରୀରିକ ରୋଗ ଥିଲେ ଆରମ୍ଭ ପର ପ୍ରାୟ ୧୧ ବର୍ଷ ଆୟୁଷ ରହେ ।[3] ଫୁସଫୁସ, ପାକଅନ୍ତନଳୀ ବା ହୃତ୍ପିଣ୍ଡ ଜଟିଳତା ଯୋଗୁ ମୃତ୍ୟୁ ହୁଏ । [3]
ବର୍ଷକୁ ପ୍ରତି ୧୦୦,୦୦୦ ଲୋକରେ ୩ ଜଣ ସ୍କ୍ଲେରୋଡର୍ମା ରୋଗରେ ଆକ୍ରନ୍ତ ହୁଅନ୍ତି ।[3] ମଧ୍ୟ ବୟସରେ ଏ ରୋଗ ଆରମ୍ଭ ହୁଏ ।[1] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୁଅନ୍ତି ।[1] ସନ ୧୭୫୩ରେ କାର୍ଲୋ କୁର୍ଜିଓ ପ୍ରଥମେ ସ୍କ୍ଲେରୋଡର୍ମା ବିଷୟ ଉପସ୍ଥାପନ କରିଥିଲେ,[8] ଓ ସନ ୧୮୪୨ରେ ଲିପିବଦ୍ଧ କରିଥିଲେ ।[9] ସ୍କ୍ଲେରୋଡର୍ମା ଶବ୍ଦଟି ଗ୍ରୀକ ଭାଷାରୁ ନିଆଯାଇଛି; ସ୍କ୍ଲେରୋସିସ ଅର୍ଥାତ୍ ଶକ୍ତ ଓ ଡର୍ମା ଅର୍ଥ ଚର୍ମ । [6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.