From Wikipedia, the free encyclopedia
ଟେସ୍ଟୋସ୍ଟିରନ (ଇଂରାଜୀ ଭାଷାରେ Testosterone) ଏକ ଔଷଧ ଓ ଏହା ଦେହରେ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଏକ ସ୍ଟିରଏଡ ହରମୋନ ।[1] ମେଲ ହାଇପୋଗୋନାଡିଜ୍ମ (male hypogonadism) ଓ କେତେକ ଧରଣର ସ୍ତନ କର୍କଟରେ ଏହି ଔଷଧ ଦିଆଯାଏ । ଏହାଦ୍ୱାରା କ୍ରୀଡ଼ା ସାମର୍ଥ୍ୟ (athletic ability) ବଢ଼ିଯାଏ ।[1] ବୟସ୍କ ପୁରୁଷଙ୍କର ଟେସ୍ଟୋସ୍ଟିରନ ସ୍ତର ବଢ଼େଇବା ନିମନ୍ତେ ଏହା ଉପକାରୀ କି କ୍ଷତିକାରକ, ସେ ବିଷୟ ସ୍ପଷ୍ଟ ହୋଇ ନାହିଁ ।[2] ଟେସ୍ଟୋସ୍ଟିରନ ଚର୍ମରେ ଲଗେଇ ଦିଆଯାଏ, ଇଞ୍ଜେକସନ ଆକାରରେ ଦିଆଯାଏ ବା ଗାଲରେ ଲଗାଯାଏ ।[1]
Clinical data | |
---|---|
Trade names | ବେପାର ନାମ Androderm ଇତ୍ୟାଦି |
Synonyms | Δ4-Androsten-17β-ol-3-one |
AHFS/Drugs.com | monograph |
MedlinePlus | a614041 |
data |
|
Pregnancy category |
|
Routes of administration | ମାଂସପେଶୀ ଇଞ୍ଜେକସନ, ଚର୍ମ ମାଧ୍ୟମ (କ୍ରିମ, ଜେଲ ବା ପ୍ୟାଚ ଆକାର) ଓ ସବ୍-କ୍ୟୁ ପେଲେଟ । |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | Low (due to extensive first pass metabolism) |
Metabolism | Liver, testis and prostate |
Elimination half-life | 2–4 hours |
Excretion | Urine (90%), feces (6%) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.336 |
Chemical and physical data | |
Formula | C19H28O2 |
Molar mass | 288.42 |
3D model (JSmol) | |
Specific rotation | +110.2° |
Melting point | 155 °C (311 °F) |
SMILES
| |
InChI
| |
(verify) |
ଟେସ୍ଟୋସ୍ଟିରନର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ବ୍ରଣ (acne), ଫୁଲିବା ଓ ଗାଇନାକୋମାସ୍ଟିଆ ବା ପୁରୁଷ ସ୍ତନ ବୃଦ୍ଧି (breast enlargement in males) ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଯକୃତ ବିଷାକ୍ତ (liver toxicity), ହୃତ୍ପିଣ୍ଡ ରୋଗ (heart disease) ଓ ବ୍ୟବହାରିକ ପରିବର୍ତ୍ତନ ହୁଏ । ମହିଳା ଓ ପିଲାଙ୍କ ଦେହରେ ଭିରିଲାଇଜେସନ (virilization) ବା ପୁରୁଷ ଚିହ୍ନ ପ୍ରକାଶ ପାଏ । ପ୍ରୋସ୍ଟେଟ କର୍କଟ ରୋଗୀ ଏହି ଔଷଧ ବ୍ୟବହାର କରିବା ଉଚିତ ନୁହେଁ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ବିପଦ ସୃଷ୍ଟି କରିପାରେ ।[1]
ପୁରୁଷଙ୍କର ମୁଷ୍କ (testicles) ବା ଟେସ୍ଟିକ୍ଲରେ ଟେସ୍ଟୋସ୍ଟିରନ ତିଆରି ହୁଏ । ଆଡ୍ରେନାଲ ଗ୍ରନ୍ଥି (adrenal gland) ଓ ଓଭାରିରେ (ovaries) ମଧ୍ୟ ଏହା ସ୍ୱଳ୍ପ ମାତ୍ରାରେ ତିଆରି ହୁଏ ।[3] ଏହା ପୁରୁଷଙ୍କର ମୂଖ୍ୟ ଯୌନ ହରମୋନ ଓ ପୁରୁଷ ପ୍ରଜନନ ପ୍ରଣାଳୀରେ ମୂଖ୍ୟ ଭୂମିକା ନିର୍ବାହ କରିଥାଏ । ଯୁବାବସ୍ଥା ଆରମ୍ଭରେ ମାଂସପେଶୀ ବିକାଶ ଓ ପୁରୁଷ ସୁଲଭ ବାଳ (body hair) ତିଆରି ଆଦି ସେକେଣ୍ଡାରୀ ଯୌନ ଲକ୍ଷଣ (secondary sexual characteristic) ପ୍ରକାଶ ପାଏ ।[4] ଯୁବତୀମାନଙ୍କ ଅପେକ୍ଷା ଯୁବା ପୁରୁଷଙ୍କର ଟେସ୍ଟୋସ୍ଟିରନ ସ୍ତର ୫ଗୁଣ ଅଧିକ ଥାଏ ।[5]
ସନ ୧୯୩୫ରେ ପ୍ରଥମେ ଟେସ୍ଟୋସ୍ଟିରନ ତିଆରି କରାଯାଇଥିଲା ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ବ୍ୟବହାର ୨୦୦୧ରୁ ୨୦୧୧ ମଧ୍ୟରେ ୩ଗୁଣ ବଢ଼ିଯାଇଛି ।[7] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ଏହାର ମୂଲ୍ୟ ଏହାର ଆକାର ପ୍ରକାର ଉପରେ ନିର୍ଭର କରେ ।[9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.