From Wikipedia, the free encyclopedia
ପୁରୁଷମାନଙ୍କର ପ୍ରଜନନ ବିଭାଗରେ ପ୍ରୋସ୍ଟେଟ ନାମରେ ଏକ ଗ୍ରନ୍ଥି (Prostate) ଅଛି । ଏହି ଗ୍ରନ୍ଥିରୁ ପ୍ରୋସ୍ଟେଟ କର୍କଟ ଜାତ ହୁଏ । ଅଧିକାଂଶ ପ୍ରୋସ୍ଟେଟ କର୍କଟ ଧୀର ଗତିରେ ବଢେ[1] । ଅନ୍ୟ କେତେକେ ଦୃତ ଗତିରେ ବଢନ୍ତି[2] । ଏହି କର୍କଟ ବିକ୍ଷେପିତ (Metastasis) ହୋଇ ଅସ୍ଥି ଓ ଲସିକା ଗ୍ରନ୍ଥିରେ କର୍କଟ ହୁଏ । ଆରମ୍ଭରୁ ଏହାର କୌଣସି ଲକ୍ଷଣ ନ ଥାଏ ।[3] ପରବର୍ତ୍ତୀ ସମୟରେ ପରିସ୍ରା କରିବାରେ ଅସୁବିଧା ହୁଏ, ପରିସ୍ରାରେ ରକ୍ତ ପଡ଼େ, ପେଲଭିସରେ ତଥା ଅଣ୍ଟାରେ ପରିସ୍ରା କଲାବେଳେ କଷ୍ଟ ହୁଏ ।[4] ବିନାଇନ ପ୍ରୋସ୍ଟେଟାଟିକ ହାଇପରପ୍ଲାସିଆ ରୋଗରେ ସମାନ ଲକ୍ଷଣ ପ୍ରକାଶ ପାଏ । ପରେ ଲୋହିତ ରକ୍ତ କଣିକା କମ ହେତୁ ଥକ୍କା ଲାଗେ ।[3]ଏହି ରୋଗ ହେଲେ ପରିସ୍ରା କଲାବେଳେ କଷ୍ଟ ହୁଏ, ଯୌନ ସମ୍ପର୍କ କ୍ଷତିଗ୍ରସ୍ତ ହୁଏ ଓ ଲିଙ୍ଗ ଉତ୍ଥାନରେ ଅସୁବିଧା ହୁଏ ।
ବୃଦ୍ଧାବସ୍ଥା, ପରିବାରରେ ଏହି ରୋଗର ଇତିହାସ, ଜାତି ବା ରେସ୍ ଇତ୍ୟାଦି ଏହି ରୋଗର ସଙ୍କଟାବସ୍ଥା ସୃଷ୍ଟି କରନ୍ତି । ଏହି ରୋଗ ଭୋଗୁଥିବା ୯୯ % ଲୋକଙ୍କ ବୟସ ୫୦ ବର୍ଷରୁ ଉର୍ଦ୍ଧ୍ୱ । ପ୍ରଥମ ଡିଗ୍ରୀ ସମ୍ପର୍କରେ ଏହି ରୋଗ ସଙ୍କଟ ୨ରୁ ୩ ଗୁଣ ହୁଏ । ଆମେରିକାରେ ଅବସ୍ଥାନ କରୁଥିବା ଆଫ୍ରିକୀୟ ଲୋକମାନଙ୍କର ଗୋରା ଆମେରିକା (କକେଶୀୟ) ଲୋକଙ୍କ ଅପେକ୍ଷା ଅଧିକ ପ୍ରୋସ୍ଟେଟ କର୍କଟ ହୁଏ । ପ୍ରକ୍ରିୟାକୃତ ଖାଦ୍ୟ, ଲାଲ ମାଂସ, କ୍ଷୀରଜାତ ଦ୍ରବ୍ୟ ଓ କମ ପରିବା ଯୁକ୍ତ ଖାଦ୍ୟ ଖାଇଲେ ଏହି ସଙ୍କଟ ସୃଷ୍ଟି ହୋଇପାରେ ।[5] ଏହି ରୋଗ ବାୟୋପ୍ସିଦ୍ୱାରା ଜଣାପଡ଼େ । ମେଡିକାଲ ଇମେଜିଙ୍ଗ କଲାପରେ ଏହାର ବ୍ୟାପିବା ସ୍ଥାନ ଜଣାପଡ଼େ ।[4]
ପ୍ରୋସ୍ଟେଟ କର୍କଟ ସ୍କ୍ରନିଙ୍ଗ କରିବା ଏକ ଦ୍ୱନ୍ଦାତ୍ମକ ବିଷୟ ।[5][3] ପ୍ରୋସ୍ଟେଟ କର୍କଟ ନିର୍ଧାରକ ଆଣ୍ଟିଜେନ ପରୀକ୍ଷାଦ୍ୱାରା ଅଧିକ ସଂଖ୍ୟକ ପ୍ରୋସ୍ଟେଟ କର୍କଟ ଚିହ୍ନଟ ହୁଏ କିନ୍ତୁ ମୃତ୍ୟୁ ସଂଖ୍ୟା କମେନି ।[6] ଅଧିକାଂଶ ପ୍ରୋସ୍ଟେଟ କର୍କଟ ଲକ୍ଷଣ ବିହୀନ ରହୁଥିବା ହେତୁ ଆମେରିକାର ପ୍ରତିଷେଧ ଟାସ୍କ ଫୋର୍ସ ଏହି ପରୀକ୍ଷା ବିରୁଦ୍ଧରେ ମତ ଦେଉଛନ୍ତି କାରଣ ଏହାଦ୍ୱାର ଅନାବଶ୍ୟକ ଅଧିକ ରୋଗ ନିର୍ଣ୍ଣୟ ହୁଏ । ଏହି ପରୀକ୍ଷା ଜନିତ କ୍ଷତି ଅପେକ୍ଷା ଲାଭ ଅଧିକ ମିଳେନି ।[7] ନିମ୍ନ ଗ୍ରେଡ କର୍କଟରେ While ୫α- ରିଡକ୍ଟେଜ ଇନ୍ହିବିଟରଦ୍ୱାରା କମିଲେ ମଧ୍ୟ ଉଚ୍ଚ ଗ୍ରେଡ କର୍କଟର ସଙ୍କଟରେ ପରିବର୍ତ୍ତନ ହେଉ ନ ଥିବାରୁ ଏହାକୁ ପ୍ରତିଷେଧ ବିସାବରେ ଦିଆଯିବାକୁ ଅନୁମୋଦନ କରାଯାଉନାହିଁ ।[5] ଅଧିକ ଖାଦ୍ୟ ବା ଲବଣ ଦେଲେ ଏହି ସଙ୍କଟରେ ପରିବର୍ତ୍ତନ ହୁଏନାହିଁ ।[5][8]
ଅନେକ ରୋଗୀଙ୍କୁ ଅଧିକ ସମସ୍ୟା ନ ହେବା ପର୍ଯ୍ୟନ୍ତ କେବଳ ଜଗିବା ଯଥେଷ୍ଟ । ଅପରେଶନ, ରାଡିଏସନ ଥେରାପି, ହରମୋନ ଥେରାପି କିମ୍ବା କେମୋଥେରାପିର ମିଶ୍ରିତ ଚିକିତ୍ସା ଦରକାର ହୁଏ ।[4] ରୋଗଟି କେବଳ ପ୍ରୋସ୍ଟେଟ ଗ୍ରନ୍ଥି ମଧ୍ୟ ଭାଗରେ ଥିଲେ ଆରୋଗ୍ୟ ହୋଇଯାଏ ।[3] ଅସ୍ଥିକୁ ବ୍ୟାପିଥିଲେ କଷ୍ଟ ଲାଘବ ଔଷଧ, ବାଇଫସ୍ଫୋନେଟ ଓ ଟାର୍ଗେଟେଡ ଥେରାପି ଉପକାର କରେ । ରୋଗୀର ବୟସ, ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ବ୍ୟାପକତା ତଥା ଗମ୍ଭୀରତା ଉପରେ ଫଳାଫଳ ନିର୍ଭର କରେ । ଅଧିକାଂଶ ପ୍ରୋସ୍ଟେଟ କର୍କଟ ରୋଗୀଙ୍କର ରୋଗ ଯୋଗୁ ମୃତ୍ୟୁ ହୁଏନି ।[4] ପାଞ୍ଚ ବର୍ଷିଆ ଆୟୁଷ ଆମେରିକାରେ ୯୯ % ।[9] ପୃଥିବୀରେ ଏହା ଦ୍ୱିତୀୟ ସାଧାରଣ ରୋଗ ଓ ପୁରୁଷଙ୍କ କର୍କଟ ସମ୍ପର୍କୀୟ ମୃତ୍ୟୁ ମଧ୍ୟରେ ଏହାର ସ୍ଥାନ ପଞ୍ଚମ ।[10] ସନ ୨୦୧୨ର ଆକଳନ ଅନୁସାରେ୧.୧ ନିୟୁତ ଲୋକ ଏହି ରୋଗ ଭୋଗିଥିଲେ ଓ ୩୦୭,୦୦୦ ମୃତ୍ୟୁ ହୋଇଥିଲା ।[10] ୮୪ଟି ଦେଶର ପୁରୁଷମାନଙ୍କର ଏହା ଅତି ସାଧାରଣ ରୋଗ ଥିଲା[5] ଓ ସାଧାରଣତଃ ବିକଶିତ ଦେଶମାନଙ୍କରେ ହେଉଥିଲା । ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ହାର ବଢ଼ୁଛି ।[11] ପି.ଏସ.ଏ. ପରୀକ୍ଷାଦ୍ୱାରା ଏହି ରୋଗର ଚିହ୍ନଟ ୧୯୮୦ ଓ ୧୯୯୦ ମସିହାରେ ବଢ଼ିଛି ।[5] ୬୦ ବର୍ଷରୁ ଉର୍ଦ୍ଧ୍ୱ ଅଣସମ୍ବନ୍ଧୀୟ ମୃତକଙ୍କ ମଧ୍ୟରେ ୩୦ରୁ ୭୦ % ରୋଗୀଙ୍କର ପ୍ରୋସ୍ଟେଟ କର୍କଟ ଥିବା ଦେଖାଯାଇଥିଲା ।[3]
ପୃଥିବୀରେ ପ୍ରୋସ୍ଟେଟ ଅନୁସନ୍ଧାନରେ ତାରତମ୍ୟ ଦେଖାଯାଏ । ଦକ୍ଷିଣ ଓ ପୂର୍ବ ଏସିଆରେ ଏହା ଅଳ୍ପ ଦେଖାଯାଏ, ୟୁରୋପ ଓ ଆମେରିକାରେ ବେଶୀ ଦେଖାଯାଏ[12] । ବୟଷ ୫୦ ପରେ ଏହା ଅଧିକ ହୁଏ[13] ପୃଥିବୀରେ ଏହା ସମୁଦାୟ ମୃତ୍ୟୁ କାରଣରେ ଷଷ୍ଠ ସ୍ଥାନ ଅଧିକାର କରିଛି ।[11] । ସାରା ପୃଥିବୀର କର୍କଟ ମୃତ୍ୟୁରେ ପ୍ରୋସ୍ଟେଟ କର୍କଟ ଷଷ୍ଠ ସ୍ଥାନ ଅଧିକାର କଲେ ମଧ୍ୟ ଇଂଲଣ୍ଡରେ ଏହା ପ୍ରଥମ ଓ ଆମେରିକାରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଛି[13] । ବିକଶିତ ଦେଶମାନଙ୍କରେ ଏହା ଅତି ସାଧାରଣ ରୋଗ ଓ ବିକାଶଶୀଳ ଦେଶମାନଙ୍କରେ ଏହାର ସଂଖ୍ୟା ବଢ଼ିବାକୁ ଲାଗିଛି । ଗୋଟିଏ ଆଶ୍ୱାସନାର ବିଷୟ ପ୍ରୋସ୍ଟେଟ କର୍କଟ ଥାଇ ମଧ୍ୟ ଅନେକ ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ, କୌଣସି ଔଷଧ ଦରକାର ହୁଏ ନାହିଁ ଓ ସେମାନେ ଅନ୍ୟ କିଛି ରୋଗରେ ମୃତ୍ୟୁ ବରଣ କରନ୍ତି । ଏହି ରୋଗ ଖାଦ୍ୟ ଓ ଜେନେଟିକ ପ୍ରଭାବରେ ଜାତ ହେବା ବିଶ୍ୱାସ କରାଯାଏ ।
ରୋଗ ଲକ୍ଷଣ, ରୋଗୀର ପରୀକ୍ଷା, ପ୍ରୋସ୍ଟେଟ ସ୍ପେସିଫିକ୍ ଆଣ୍ଟିଜେନ୍ (Prostate-specific antigen) ଓ ବାୟୋପ୍ସିଦ୍ୱାରା ଏହି ରୋଗ ଧରାଯାଏ । ପ୍ରୋସ୍ଟେଟ ସ୍ପେସିଫିକ୍ ଆଣ୍ଟିଜେନ୍ଦ୍ୱାରା ଏହି ରୋଗ ଧରାଯାଏ କିନ୍ତୁ ଏହାଦ୍ୱାରା ରୋଗର ମୃତ୍ୟୁ ହାର କମେ ନାହିଁ । ଏହି ରୋଗର ବହୁଳ ଅନୁସନ୍ଧାନ କରିବାରେ ଲକ୍ଷଣବିହୀନ ରୋଗୀମାନଙ୍କର ସଂଖ୍ୟା ମିଶିଯିବା ସମ୍ଭାବନା ଥିବାରୁ ୨୦୧୨ ମସିହାରେ ଆମେରିକାରେ ଏହା ବିରୁଦ୍ଧରେ ମତ ପ୍ରକାଶ ପାଇଥିଲା[7] ।
ରୋଗର ଆକ୍ରମଣ ମାତ୍ରା ଉପରେ ଏହାର ଚିକିତ୍ସା ନିର୍ଭର କରେ । ସ୍ୱଳ୍ପ ସଙ୍କଟ ଜନକ ରୋଗକୁ କେବଳ ଜଗିରଖି ଚିକିତ୍ସା କରାଯାଏ । ଅପରେଶନ୍, ରାଡିଏସନ ଥେରାପି ସାହାଯ୍ୟରେ ଏହି କର୍କଟ ରୋଗ ଚିକିତ୍ସା କରାଯାଏ । ଅଳ୍ପ ସଂଖ୍ୟକ କାୟୋ ଅପରେଶନ୍, ହରମୋନ୍ ଓ କେମୋଥେରାପି ସାହାଯ୍ୟରେ ବଢ଼ି ଯାଇଥିବା କର୍କଟ ରୋଗ ଚିକିତ୍ସା କରାଯାଏ । କେତେକ ଅନୁଶୀଳନରୁ ଜଣାଯାଏ ହସ୍ତ ମୈଥୁନଦ୍ୱାରା ପ୍ରୋସ୍ଟେଟ କର୍କଟ ସଙ୍କଟ କମିଯାଏ[14][15][16] ।
ବୟସ, ବିକ୍ଷେପ, ଅଣୁବୀକ୍ଷଣ ଯନ୍ତ୍ରରେ ଏହାର ଚେହେରା ଅନୁସାରେ ରୋଗର ଶେଷ ଫଳ ନିର୍ଭର କରେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.