Remove ads
From Wikipedia, the free encyclopedia
କରୋନାରୀ ଧମନୀ ରୋଗ, (ଇଂରାଜୀ ଭାଷା ନାମ କରୋନାରୀ ଆର୍ଟେରି ଡିଜିଜ, ବା ସି.ଏ.ଡି. ଓ ଇସକେମିକ ହାର୍ଟ ଡିଜିଜ ବା ଆଇ.ଏଚ.ଡି., ଆଥେରୋସ୍କ୍ଲେରୋଟିକ ହାର୍ଟ ଡିଜିଜ, ଆଥେରୋସ୍କ୍ଲେରୋଟିକ କାର୍ଡ଼ିଓଭାସ୍କୁଲାର ଡିଜିଜ ଓ ଓ କରୋନାରୀ ହାର୍ଟ ଡିଜିଜ ଯଥାକ୍ରମେ Coronary artery disease ବା CAD, ischemic heart disease ବା IHD),[୧] atherosclerotic heart disease,[୨] atherosclerotic cardiovascular disease,[୩] and coronary heart disease,[୪]) ଏକ ରୋଗଦଳ ଯେଉଁଥିରେ ସ୍ଟେବଲ ଆଞ୍ଜିନା, ଅନସ୍ଟେବଲ ଆଞ୍ଜିନା ଓ ହଠାତ୍ କରୋନାରୀ ମୃତ୍ୟୁ ହୁଏ ।[୫] ଏହି ରୋଗ ହୃଦରକ୍ତନଳୀ ରୋଗ ଦଳର ଏକ ମୂଖ୍ୟ ସଦସ୍ୟ । [୬] ଏହି ରୋଗ ହେଲେ ପ୍ରବଳ ଛାତି ଯନ୍ତ୍ରଣା ହୁଏ ଯାହା କାନ୍ଧ, ବାହୁ, ପିଠି, ବେକ ଓ ମୁହଁର ନିମ୍ନ ଭାଗ ପର୍ଯ୍ୟନ୍ତ ବ୍ୟାପିପାରେ । [୭] ବେଳେ ବେଳେ ଛାତି ଜ୍ୱଳନ ହୁଏ ଯେପରି ଅମ୍ଳ/ଏସିଡିଟି ଥିଲେ ହୁଏ । [୭] ସାଧାରଣତଃ ବ୍ୟାୟାମ କଲାବେଳେ ବା ଆବେଗ ଚାପ ଥିଲେ ଏହି ରୋଗ ହୁଏ, ଅଳ୍ପ କେତେକ ମିନିଟ ପର୍ଯ୍ୟନ୍ତ ରହେ ଓ ବିଶ୍ରାମ ନେଲେ ଭଲ ଲାଗେ । [୭] ଛୋଟ ଶ୍ୱାସକ୍ରିୟା ହୋଇପାରେ ବା କଦବା କୌଣସି ଲକ୍ଷଣ ନ ଥାଇ ପାରେ । [୭] ଏହାର ପ୍ରଥମ ଲକ୍ଷଣ ହୃଦ୍ଘାତ ହୋଇପାରେ । [୮] ଅନ୍ୟ ଜଟିଳତା ମଧ୍ୟରେ ହୃଦ୍ପାତ କିମ୍ବା ଅନିୟମିତ ହୃତ୍ ସ୍ପନ୍ଦନ ହୁଏ ।[୮]
କରୋନାରୀ ଧମନୀ ରୋଗ | |
---|---|
ବିଭାଗ | cardiology[*], pediatric cardiac surgery[*] |
ଆଇସିଡ଼ି-୧୦ | I20.-I25. |
ଆଇସିଡ଼ି-୯-ସିଏମ୍ | 410-414, 429.2 |
ମେଡ଼ିସିନ-ପ୍ଲସ | 007115 |
ଇ-ମେଡ଼ିସିନ | radio/192 |
Patient UK | କରୋନାରୀ ଧମନୀ ରୋଗ |
MeSH | D003324 |
ଏହି ରୋଗର ସଙ୍କଟଦାୟକ ଅବସ୍ଥା: ଉଚ୍ଚ ରକ୍ତଚାପ, ଧୁମ୍ରପାନ, ଡାଏବେଟିସ ମେଲିଟସ, ବ୍ୟାୟାମ ଅଭାବ, ମୋଟାପଣ, ଦରିଦ୍ର ଖାଦ୍ୟ, ରକ୍ତରେ ଅତ୍ୟଧିକ କୋଲେସ୍ଟେରଲ, ଅଧିକ ମଦ୍ୟପାନ ଇତ୍ୟାଦି । [୯][୧୦] ଅବସାଦ ମଧ୍ୟ ଏହାର ଅନ୍ୟ ସଙ୍କଟଦାୟକ ଅବସ୍ଥା । [୧୧] ଅନ୍ତର୍ନିହିତ କାର୍ଯ୍ୟକାରୀତା ମଧ୍ୟରେ କରୋନାରୀ ଧମନୀରେ ଆଥେରୋସ୍କ୍ଲେରୋସିସ ମୁଖ୍ୟ ଭୂମିକା ନିଏ । [୧୦] ଏହି ରୋଗ ନିର୍ଣ୍ଣୟ କରିବା ନିମନ୍ତେ ଇସିଜି, କାର୍ଡ଼ିଆକ ସ୍ଟ୍ରେସ ପରୀକ୍ଷା ଓ କରୋନାରୀ ଆଞ୍ଜିଓଗ୍ରାମ ଆବଶ୍ୟକ ହୁଏ । [୧୨]
ପ୍ରତିଷେଧକ ଭାବେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ନିୟମିତ ବ୍ୟାୟାମ, ସଠିକ ଓଜନ ଓ ଧୂମ୍ରପାନ ନ କରିବା ଉପକାରୀ ସାବ୍ୟସ୍ତ ହୁଏ । [୧୩] ଅନ୍ୟାନ୍ୟ ରୋଗ ଯଥା ଡାଏବେଟିସ, ଉଚ୍ଚ କୋଲେସ୍ଟେରଲ ଓ ଉଚ୍ଚ ରକ୍ତଚାପ ନିମନ୍ତେ ଔଷଧ ସେବନ ଆବଶ୍ୟକ । [୧୩] ଲକ୍ଷଣ ନ ଥାଇ ବା ସ୍ୱଳ୍ପ ସଙ୍କଟଜନକ ଅବସ୍ଥା ଥିଲେ ସ୍କ୍ରିନିଙ୍ଗ ଅନାବଶ୍ୟକ ଅଟେ । [୧୪] ଏହାର ଚିକିତ୍ସା ପ୍ରତିଷେଧ ଭଳି କରିବାକୁ ହୁଏ । [୧୫][୧୬] ଅଧିକନ୍ତୁ ଅନ୍ୟ ଔଷଧ ଯଥା ଆସ୍ପିରିନ, ବିଟା ବ୍ଲକର, ନାଇଟ୍ରୋଗ୍ଲିସେରିନ ଆବଶ୍ୟକ ଅନୁସାରେ ଦିଆଯାଏ ।[୧୬] ସାଙ୍ଘାତିକ ରୋଗରେ ପର୍କ୍ୟୁଟାନିଅସ କରୋନାରୀ ଇଣ୍ଟରଭେନସନ (percutaneous coronary intervention ବା PCI) କିମ୍ବା କରୋନାରୀ ବାଇପାସ ଅପରେଶନ (coronary artery bypass surgery ବା CABG) ସାହାଯ୍ୟ ନିଆଯାଏ ।[୧୬][୧୭] ସ୍ଥିତାବସ୍ଥାରେ ଥିବା ରୋଗରେ ପିସିଆଇ ବା ସିଏବିଜି ଅପରେଶନ କଲେ ଆୟୁଷ ବୃଦ୍ଧି ବା ହୃଦ୍ଘାତ ସଙ୍କଟ କମିବାର ସୂଚନା ମିଳୁନାହିଁ । [୧୮]
ସନ ୧୯୯୦ରେ ପୃଥିବୀରେ ମୃତ୍ୟୁର ପ୍ରଥମ କାରଣ ରୂପେ ଏହି ରୋଗର ନାମ ଥିଲା ଓ ୫.୭୪ ନିୟୁତ ମୃତ୍ୟୁ (୧୨ %) ହୋଇଥିଲା ଯାହା ବଢ଼ିଯାଇ ସନ ୨୦୧୩ରେ ୮.୧୪ ନିୟୁତ (୧୬.୮%) ହୋଇଥିଲା । [୬] ସିଏଡି ସଙ୍କଟରେ ମୃତ୍ୟୁ ବୟସ ୧୯୮୦ରୁ ୨୦୧୦ ମଧ୍ୟରେ ବିକଶିତ ଦେଶମାନଙ୍କରେ ବଢ଼ିଯାଇଛି ।[୧୯] ଯେ କୌଣସି ବୟସରେ ସିଏଡି ସଂଖ୍ୟା ୧୯୯୦ରୁ ୨୦୧୦ ମଧ୍ୟରେ କମିଯାଇଛି । [୨୦] ଆମେରିକାରେ ୬୫ ବର୍ଷ ବୟସ ଉପରେ ୨୦୧୦ ମସିହାରେ ୨୦ % ଲୋକଙ୍କର ସିଏଡି ଥିଲା, ୪୫ରୁ ୬୪ ଭିତରେ ୭ % ଥିଲା ଓ ୧୮ରୁ ୪୫ ଭିତରେ ୧.୩ % ଥିଲା । [୨୧] ପୁରୁଷମାନଙ୍କର ମହିଳାଙ୍କ ଅପେକ୍ଷା ଅଧିକ ରୋଗ ହେଉଛି । [୨୧]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.