From Wikipedia, the free encyclopedia
ଉଲ୍ଫ-ପାର୍କିନସନ-ହ୍ୱାଇଟ ସିଣ୍ଡ୍ରୋମ/ Wolff–Parkinson–White syndrome ବା WPW) ଏକ ବେମାରୀ ଯେଉଁଥିରେ ହୃତ୍ପିଣ୍ଡର ବୈଦ୍ୱୁତିକ ମଣ୍ଡଳରେ ସମସ୍ୟା ଦେଖାଯିବା ଫଳରେ ଲକ୍ଷଣ ଦେଖାଯାଏ ।[3][2] ବୈଦ୍ୟୁତିକ ସମସ୍ୟା ଥିଲେ ମଧ୍ୟ ୪୦% ଲୋକଙ୍କର କୌଣସି ଲକ୍ଷଣ ଦେଖାଯାଏନାହିଁ ।[5] ଅସାଧାରଣ ହୃତ ସ୍ପନ୍ଦନ (Abnormally fast heartbeat), ଦ୍ରୁତ ହୃତ ସ୍ପନ୍ଦନ (palpitations), ସିଙ୍କୋପି (loss of consciousness), ଅଣନିଶ୍ୱାସୀ (shortness of breath), ମୁଣ୍ଡ ହାଲୁକା ଅନୁଭବ ଆଦି ଲକ୍ଷଣମାନ ଦେଖାଯାଏ ।[1] ଅନିୟମିତ ହୃତ୍ସ୍ପନ୍ଦନ (irregular heartbeat) ମଧ୍ୟରେ ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ (paroxysmal supraventricular tachycardia) ସାଧାରଣତଃ ଅଧିକ ଦେଖାଯାଏ ।[1]
ଉଲ୍ଫ-ପାରକିନସନ-ହ୍ୱାଇଟ ସିଣ୍ଡ୍ରୋମ/ Wolff–Parkinson–White syndrome | |
---|---|
ଡବ୍ଲ୍ୟୁପିଡବ୍ଲ୍ୟୁ ପ୍ୟାଟର୍ଣ୍ଣ/ WPW pattern, ଭେଣ୍ଟ୍ରିକୁଲାର ପ୍ରି-ଏକସାଇଟେସନ ଉଇଥ ଆରିଦମିଆ/ Ventricular pre-excitation with arrhythmia, ଅରିକୁଲୋଭେଣ୍ଟ୍ରିକୁଲାର ଆକସେସରି ପାଥୱେ ସିଣ୍ଡ୍ରୋମ/ auriculoventricular accessory pathway syndrome[1][2] | |
ବିଭାଗ | ହୃଦରୋଗ ବିଭାଗ Cardiology |
ଲକ୍ଷଣ | ଅସାଧାରଣ ହୃତ ସ୍ପନ୍ଦନ (Abnormally fast heartbeat), ଦ୍ରୁତ ହୃତ ସ୍ପନ୍ଦନ (palpitations), ସିଙ୍କୋପି (loss of consciousness), ଅଣନିଶ୍ୱାସୀ (shortness of breath), ମୁଣ୍ଡ ହାଲୁକା ଅନୁଭବ ।[1][2] |
ଆକ୍ରାନ୍ତ ସମୟ | ଜନ୍ମ [1] |
କାରଣ | ହୃତପିଣ୍ଡରେ ଉପସାଧନ ରାସ୍ତା/ Accessory pathway in the heart[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲେଲେକ୍ଟ୍ରୋକାର୍ଡିଓଗ୍ରାମରେ ଛୋଟ ପିଆର ଇଣ୍ଟରଭାଲ ସହ ଡେଲ୍ଟା ୱେଭ/ (Electrocardiogram shows a short PR interval and delta wave)[3] |
ଚିକିତ୍ସା | ସଜାଗ ଅପେକ୍ଷା (Watchful waiting), ଔଷଧ, ରେଡିଓଫ୍ରିକ୍ୱେନ୍ସି କ୍ୟାଥେଟର ଆବ୍ଲାସନ /radiofrequency catheter ablation[4][5] |
Prognosis | ଲକ୍ଷଣ ନଥିଲେ ବର୍ଷକୁ ପିଲାଙ୍କ ମୃତ୍ୟୁ ସଙ୍କଟ ୦.୫% ଓ ବଡ଼ ମଣିଷଙ୍କ ମୃତ୍ୟୁ ସଙ୍କଟ ୦.୧% [5] |
ପୁନଃପୌନିକ | ୦.୨%[1] |
ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[2] ଅଳ୍ପ ସଂଖ୍ୟକ କେତେକ କେଶ୍ରେ ପିଆରକେଏଜି୨ (PRKAG2) ଜିନର ମ୍ୟୁଟେସନ (mutation) ହୋଇ ଉତ୍ତରାଧିକାର ସୂତ୍ରରେ ପିତାମାତାଙ୍କଠାରୁ ଅଟୋସୋମାଲ ଡୋମିନାଣ୍ଟ (autosomal dominant) ଫେସନରେ ଇନହେରିଟ (inherited) ହୋଇଥାଏ ।[2] ଏଥିରେ ଅଳିନ୍ଦ (atria) ଓ ନିଳୟ (ventricles) ମଧ୍ୟରେ ଏକ ଅଧିକ ଇଲେକଟ୍ରିକାଲ ପାଥୱେ (accessory electrical conduction pathway) ତିଆରି ହୋଇଥାଏ ।[1] ଏହା ଏବସ୍ଟେନ ଆନୋମାଲି (Ebstein anomaly) ଓ ହାଇପୋକାଲେମିକ ପିରିଓଡିକ ପାରାଲିସିସ (hypokalemic periodic paralysis) ସହ ସହାବସ୍ଥାନ କରିଥାଏ ।[1] ଇଲେକଟ୍ରୋକାର୍ଡ଼ିଓଗ୍ରାମ electrocardiogram (ECG) ଚିତ୍ରରେ ଛୋଟ ପିଆର ଇଣ୍ଟରଭାଲ (PR interval) ଓ ଡେଲଟା ୱେଭ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[3] ଏହା ଏକ ପ୍ରକାର ପ୍ରି-ଏକସାଇଟେସନ ସିଣ୍ଡ୍ରୋମ (pre-excitation syndrome) ।[3]
ଏହି ରୋଗକୁ ଔଷଧ ବା ରେଡିଓଫ୍ରିକ୍ୱେନ୍ସି କାଥେଟର ଆବ୍ଲାସନ (radiofrequency catheter ablation) ସାହାଯ୍ୟରେ ଚିକିତ୍ସା କରାଯାଏ ।[4] ଜନସଂଖ୍ୟାର ୦.୧ରୁ ୦.୩% ଲୋକଙ୍କର ଏହି ରୋଗ ଥାଏ ।[1] ଲକ୍ଷଣ ନଥିଲେ ବର୍ଷକୁ ପିଲାଙ୍କ ମୃତ୍ୟୁ ସଙ୍କଟ ୦.୫% ଓ ବଡ଼ ମଣିଷଙ୍କ ମୃତ୍ୟୁ ସଙ୍କଟ ୦.୧% ରହେ ।[5] ଲକ୍ଷଣବିହୀନ କେଶ୍ରେ କେବଳ ପର୍ଯ୍ୟବେକ୍ଷଣ କଲେ ଯଥେଷ୍ଟ ହୁଏ ।[5] ଆଟ୍ରିଆଲ ଫିବ୍ରିଲେସନ (atrial fibrillation) ଥାଇ କେଶ୍ ଜଟିଳ ହୋଇଥିଲେ କାର୍ଡ଼ିଓଭର୍ସନ (cardioversion) ବା ପ୍ରୋକେନାମାଇଡ (procainamide) ଔଷଧ ଦିଆଯାଇପାରେ ।[6] ଲୁଇ ଉଲ୍ଫ (Louis Wolff), ଜନ ପାର୍କିନସନ (John Parkinson), ଓ ପଲ୍ ଡୁଡଲି ହ୍ୱାଇଟଙ୍କ (Paul Dudley White) ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ଯେଉଁମାନେ ଏ ରୋଗର ଇସିଜି ଚିତ୍ର ବିଷୟ ସନ ୧୯୩୦ରେ ବର୍ଣ୍ଣନା କରିଥିଲେ । [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.