From Wikipedia, the free encyclopedia
ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ (ଇଂରାଜୀ ଭାଷାରେ Paroxysmal supraventricular tachycardia ବା PSVT) ଏକ ପ୍ରକାର ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ (supraventricular tachycardia).[2] କୌଣସି ଲକ୍ଷଣ ଅଧିକାଂଶ ସମୟରେ ଏହି ରୋଗରେ ନ ଥାଏ ।[1] ଅନ୍ୟଥା ଏହାର ଲକ୍ଷଣ: ଖର ସ୍ପନ୍ଦନ(palpitations) ,ମୁଣ୍ଡ ହାଲୁକା ଲାଗିବା, ଝାଳ ବୋହିବା, ଅଣନିଶ୍ୱାସୀ (shortness of breath) ଓ ଛାତି ଯନ୍ତ୍ରଣା (chest pain) ।[3] ରୋଗ ଆକ୍ରମଣ ହଠାତ ଆରମ୍ଭ ଓ ହଠାତ ଶେଷ ହୋଇଯାଏ ।[4]
ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଏହାର ସଙ୍କଟ କାରକମାନଙ୍କର ନାମ ମଦ, କେଫିନ (caffeine), ନିକୋଟିନ (nicotine), ମାନସିକ ଚାପ (psychological stress) ଓ ବଂଶାନୁକ୍ରମିକ ରୋଗ ଉଲ୍ଫ-ପାର୍କିନସନ-ହ୍ୱାଇଟ (Wolff-Parkinson-White) ସିଣ୍ଡ୍ରୋମ । ଇସିଜି (electrocardiogram ବା ECG) ଚିତ୍ର ଦେଖି ରୋଗ ନିର୍ଣ୍ଣୟ କରାଯାଏ ଯେଉଁଥିରେ ଅଣଓସାରିଆ କ୍ୟୁଆରଏସ କମ୍ପ୍ଲେକ୍ସ ଓ ଦୃତ ହୃତ ସ୍ପନ୍ଦନ ଦେଖାଯାଏ ଯାହା ୧୫୦ରୁ ୨୪୦/ମିନିଟ ହୋଇଥାଏ । [4]
ପ୍ରାରମ୍ଭିକ ଚିକିତ୍ସାରେ ଭାଗାଲ ମାନୋଭର (Vagal maneuver) ଯେପରିକି ଭାଲସଲଭା ମାନୋଭର (valsalva maneuver) କରାଯାଏ । ଏହ କାର୍ଯ୍ୟକାରୀ ନ ହେଲେ ଓ ସାଧାରଣ ରକ୍ତଚାପ ଥିଲେ ଆଡେନୋସିନ (adenosine) ଔଷଧ ଦିଆଯାଏ । ଆଡେନୋସିନ କାର୍ଯ୍ୟକ୍ଷମ ନ ହେଲେ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers) ବା ବିଟା ବ୍ଲକର (beta blocker) ଦିଆଯାଇପାରେ । ଏ ସମସ୍ତ କାର୍ଯକ୍ଷମ ନ ହେଲେ ସିଙ୍କ୍ରୋନାଇଜ୍ଡ କାର୍ଡ଼ିଓଭରସନ (synchronized cardioversion) ଚିକିତ୍ସା କରାଯାଏ ।[5] କାଥେଟର ଆବ୍ଲାସନ (catheter ablation) ପଦ୍ଧତିରେ ଭବିଷ୍ୟତ ଆକ୍ରମଣ ପ୍ରତିଷେଧ କରାଯାଇପାରେ ।[4]
ପ୍ରତି ୧୦୦୦ ଲୋକରେ ପ୍ରାୟ ୨.୩ ଜଣଙ୍କୁ ଏହି ରୋଗ ହୁଏ ।[6] ୧୨ରୁ ୪୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ସମସ୍ୟା ଆରମ୍ଭ ହୁଏ ।[4][6] ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ହୁଏ । ଅନ୍ୟଥା ସାଧାରଣ ହୃତପିଣ୍ଡ ଥିବା ଲୋକଙ୍କର ଫଳାଫଳ ଭଲ ହୁଏ । [4] ଇକୋକାର୍ଡ଼ିଓଗ୍ରାମ (ultrasound of the heart) ସାହାଯ୍ୟରେ ଅନ୍ୟ ସମ୍ଭାବ୍ୟ ସମସ୍ୟା ଖୋଜି ସମାଧାନ କରିବାକୁ ହୁଏ । [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.