ସବଆରାକନଏଡ ହେମୋରେଜ (ଇଂରାଜୀ ଭାଷାରେ Subarachnoid hemorrhage ବାSAH) ଏକ ରୋଗ ଯେଉଁଥିରେ ମସ୍ତିଷ୍କ‌କୁ (brain) ଘୋଡ଼େଇ ରଖୁଥିବା (ଆରାକନଏଡ (arachnoid membrane) ଓ ପାୟା ମାଟର (pia mater) ମଧ୍ୟବର୍ତ୍ତୀ ସ୍ଥାନ‌ରେ ଥିବା ସବଆରାକନଏଡ ସ୍ପେସରେ ରକ୍ତସ୍ରାବ bleeding ହୁଏ । [1] ଏହି ରୋଗ ହେଲେ ଥଣ୍ଡରକ୍ଲାପ ମୁଣ୍ଡବିନ୍ଧା (Severe headache of rapid onset), ବାନ୍ତି (vomiting), ଚେତନା ସ୍ତର କମିଯିବା (decreased level of consciousness) ଓ ଜ୍ୱର ଆଦି ଲକ୍ଷଣ ଦେଖାଯାଏ ଓ ସମୟ ସମୟରେ ବାତ (seizure) ମଧ୍ୟ ହୁଏ ।[1] ବେକରେ କଷ୍ଟ ହୁଏ ଓ ଅନମନୀୟ ହୁଏ ।[2] ଏକ ଚତୁର୍ଥାଂଶ ରୋଗୀଙ୍କର ବଡ଼ ଧରଣର ରକ୍ତସ୍ରାବର ଏକ ମାସ ମଧ୍ୟରେ ଏକ ଛୋଟ ଧରଣର ରକ୍ତସ୍ରାବ ହୁଏ । [1]

Quick Facts ସବଆରାକନଏଡ ହେମୋରେଜ (Subarachnoid hemorrhage), ଉଚ୍ଚାରଣ ...
ସବଆରାକନଏଡ ହେମୋରେଜ (Subarachnoid hemorrhage)
Subarachnoid haemorrhage
Thumb
ମସ୍ତିଷ୍କ ସ୍କାନ ଚିତ୍ରର ମଧ୍ୟ ଭାଗରେ ଦେଖାଯାଉଥିବା ଧଳା ଅଂଶଟି ସବଆରାକନଏଡ ହେମୋରେଜ ଥିବା ଓ ସଲକସ (sulci|) ଦିଗକୁ ଯାଇଥିବା ସୂଚନା ଦେଉଛି ।
ଉଚ୍ଚାରଣ
  • /ˌsʌbəˈræknɔɪd ˈhɛmrɪ, ˈhɛmərɪ/
ବିଭାଗସ୍ନାୟୁ ଶଲ୍ୟ (Neurosurgery)
ଲକ୍ଷଣଥଣ୍ଡରକ୍ଲାପ ମୁଣ୍ଡବିନ୍ଧା (Severe headache of rapid onset), ବାନ୍ତି (vomiting), ଚେତନା ସ୍ତର କମିଯାଏ (decreased level of consciousness)[1]
କାରଣମୁଣ୍ଡ ଆଘାତ (Head injury), ସେରେବ୍ରାଲ ଆନିଉରିଜ୍ନ (cerebral aneurysm)[1]
ବିପଦ କାରକଉଚ୍ଚ ରକ୍ତଚାପ, ଧୂମ୍ରପାନ (smoking), ମଦ୍ୟାତ୍ୟୟ, କୋକେନ[1]
ରୋଗ ନିର୍ଣ୍ଣୟ ପଦ୍ଧତିସିଟି ସ୍କାନ (CT scan), ଲମ୍ବର ପଙ୍କଚର (lumbar puncture)[2]
ସଠିକ ରୋଗ ନିର୍ଣ୍ଣୟମେନିଞ୍ଜାଇଟିସ, ଅଧକପାଳୀ, ସେରେବ୍ରାଲ ଭେନସ ଥ୍ରୋମ୍ବୋସିସ (cerebral venous sinus thrombosis)[3]
ଔଷଧଲାବେଟାଲୋଲ (Labetalol), ନିମୋଡିପିନ (nimodipine)[1]
ଚିକିତ୍ସାସ୍ନାୟୁ ଶଲ୍ୟ (Neurosurgery) ବା (radiologically guided interventions)[1]
Prognosis45% risk of death at 30 days (aneurysmal)[1]
ପୁନଃପୌନିକବର୍ଷକୁ ପ୍ରତି ୧୦,୦୦୦ ଲୋକରେ ଜଣକୁ ହୁଏ [1]
Close

ମୁଣ୍ଡ ଆଘାତ (head injury) ପରେ ବା ସ୍ୱତଃ ସେରେବ୍ରାଲ ଆନିଉରିଜ୍ମ (cerebral aneurism) ଫାଟିଯିବା ଫଳରେ ସବଆରାକନଏଡ ହେମୋରେଜ ହୁଏ । [1] ଉଚ୍ଚ ରକ୍ତଚାପ, ଧୂମ୍ରପାନ (smoking), ମଦ୍ୟାତ୍ୟୟ, କୋକେନ ସେବନ ଥିଲେ ଏହି ରୋଗ ସଙ୍କଟ ରହେ ।[1] ସାଧାରଣତଃ ଏହି ରୋଗ ହେବାର ୬ ଘଣ୍ଟା ମଧ୍ୟରେ ସିଟି ସ୍କାନ (CT scan) କଲେ ରୋଗ ନିର୍ଣ୍ଣୟ ହୋଇପାରେ ।[2] କେତେକ କ୍ଷେତ୍ରରେ ଲମ୍ବର ପଙ୍କଚର (lumbar puncture) ଆବଶ୍ୟକ ହୁଏ ।[2] ଏହା ପରେ ରୋଗର ଅନ୍ତର୍ନିହିତ କାରଣ ନିର୍ଣ୍ଣୟ କରିବା ନିମନ୍ତେ ମଧ୍ୟ ଅନେକ ପରୀକ୍ଷା କରିବା ଆବଶ୍ୟକ ହୁଏ ।[2]

ତୁରନ୍ତ ମସ୍ତିଷ୍କ ଅପରେଶନ (neurosurgery) ବା ରେଡିଓଲୋଜିକାଲି ଗାଇଡେଡ ଇଣ୍ଟରଭେନସନ (radiologically guided interventions) କରାଯାଏ ।[1] ତୁରନ୍ତ ଅପରେଶନ ସମ୍ଭବ ନହେଲେ ରକ୍ତଚାପ କମେଇବାକୁ ଲାବେଟାଲୋଲ (Labetalol) ଔଷଧ ଦେଇ ଅପେକ୍ଷା କରାଯାଏ ।[1] ଜ୍ୱର ଥିଲେ ଆବଶ୍ୟକ ଔଷଧ ଦିଆଯାଏ ।[1] ଭାସୋସ୍ପାଜ୍ମ କମେଇବା ନିମନ୍ତେ ନିମୋଡିପିନ (nimodipine) ଭଳି କ୍ୟାଲସିଅମ ଚ୍ୟାନେଲ ବ୍ଲକର calcium channel blocker ଦିଆଯାଏ ।[1] ବାତ ପ୍ରତିଷେଧ ନିମନ୍ତେ ରୁଟିନ ଔଷଧର ଉପକାରୀତା ସ୍ପଷ୍ଟ ହେଉନାହିଁ ।[1] ଆନିଉରିଜ୍ମ ଯୋଗୁ ଏହି ରୋଗ ହେଉଥିଲେ ପ୍ରାୟ ୩୦ ଦିନ ମଧ୍ୟରେ ଅର୍ଦ୍ଧକ ରୋଗୀଙ୍କର ମୃତ୍ୟୁ ହୁଏ ଓ ବଞ୍ଚିଯାଇଥିବା ରୋଗୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ରୋଗୀଙ୍କର ଅନ୍ୟାନ୍ୟ ସମସ୍ୟା ଦେଖାଯାଏ ।[1] ୧୦-୧୫% ରୋଗୀ ଡାକ୍ତରଖାନାରେ ପ‌ହଞ୍ଚିବା ପୂର୍ବରୁ ମୃଯୁ ବରଣ କରନ୍ତି ।[4]

ପ୍ରତି ବର୍ଷ ୧୦,୦୦୦ ଲୋକ ମଧ୍ୟରୁ ଜଣେ ସବଆରାକନଏଡ ହେମୋରେଜ ରୋଗର ଆକ୍ରାନ୍ତ ହୁଏ । [1] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[1] ପ୍ରାୟ ୫୫ ବର୍ଷ ବୟସ ମଧରେ ୫୦% ଲୋକ ଆକ୍ରାନ୍ତ ହୁଅନ୍ତି ।[4] ଏହା ଏକ ପ୍ରକାର ସ୍ଟ୍ରୋକ (stroke) ଓ ସମୁଦାୟ ସ୍ଟ୍ରୋକ ରୋଗୀଙ୍କର ୫% ଏହି ରୋଗରେ ପୀଡ଼ିତ ହୁଅନ୍ତି । [4] ସନ ୧୯୩୦ରେ ଏହି ରୋଗ ନିମନ୍ତେ ପ୍ରଥମେ ଅପରେଶନ ଆରମ୍ଭ କରାଗଲା ।[5] ସନ ୧୯୯୦ରୁ ବଡ଼ ରକ୍ତନଳୀ ମାଧ୍ୟମରେ କଏଲିଙ୍ଗ ("coiling") ଅପରେଶନ ଆରମ୍ଭ କରାଗଲା ।[6] }}

ଆଧାର

ବାହ୍ୟ ଲିଙ୍କ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.