ବାତ ବ୍ୟାଧିରେ ମସ୍ତିଷ୍କରେ ଅସ୍ୱାଭାବିକ ଓ ଅତ୍ୟଧିକ ସ୍ନାୟୁ ସକ୍ରିୟ ହୁଅନ୍ତି | [6] ଏହାର ବାହ୍ୟ ପ୍ରଭାବରେ ଶରୀରରେ ଅନିୟନ୍ତ୍ରିତ କମ୍ପନ ସ‌ହିତ ଚେତାଶୂନ୍ୟତା ଦେଖାଯାଏ ଯାହାକୁ ଇଂରାଜୀରେ ଟୋନିକ-କ୍ଲିନିକ ସିଜର ବା ବାତ କୁହାଯାଏ ବା ଶରୀରର କେବଳ ଏକ ଅଂଶ କମ୍ପନ ପ୍ରଭାବିତ ହୁଏ ତ‌ଥା ସାମୟିକ ଚେତନାହାନୀ ହୋଇପାରେ | [3] ଅଧିକାଂଶ ସମୟ ଏହି ଘଟଣାଗୁଡ଼ିକ ୨ ମିନିଟରୁ କମ୍ ରହିଥାଏ ଏବଂ ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ କିଛି ସମୟ ଲାଗେ | [4] [8] ମୂତ୍ରାଶୟ ନିୟନ୍ତ୍ରଣ ରହେନି | [3]

 

Quick Facts Epileptic seizure, ବିଭାଗ ...
Epileptic seizure
Epileptic fit,[1] seizure, fit, convulsions[2]
Thumb
Generalized 3 Hz spike and wave discharges in EEG
ବିଭାଗNeurology, emergency medicine
ଲକ୍ଷଣVariable[3]
ଅବଧିTypically < 2 minutes[4]
କାରଣProvoked: Low blood sugar, alcohol withdrawal, low blood sodium, fever, brain infection, concussion[3][5]
Unprovoked: Unknown, brain injury, brain tumor, previous stroke[4][3][6][7]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, blood tests, medical imaging, electroencephalography[7]
ସଠିକ ରୋଗ ନିର୍ଣ୍ଣୟSyncope, nonepileptic psychogenic event, tremor, migraine, transient ischemic attack[3][4]
ଚିକିତ୍ସାLess than 5 min: Place person on their side, remove nearby dangerous objects[8]
More than 5 min: Treat as per status epilepticus[8]
ପୁନଃପୌନିକ~10% of people (at one point in time)[4][9]
Close

ଉତ୍ତେଜନା ବା ଅଣଉତ୍ତେଜନାରୁ ବାତ ହୋଇପାରେ | [6] ନିମ୍ନ ରକ୍ତ ଶର୍କରା, ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ, ଅଳ୍ପ ସୋଡିୟମ୍ ରକ୍ତ‌ତା, ଜ୍ୱର, ମସ୍ତିଷ୍କ ସଂକ୍ରମଣ କିମ୍ବା କନ୍‌କସନ ଭଳି ଏକ ଅସ୍ଥାୟୀ ଘଟଣା ହେତୁ ଉତ୍ତେଜିତ ବାତ ହୁଏ | [3] [6] [4] [3] [6] [7] ଚାପ କିମ୍ବା ନିଦ୍ରା ଅଭାବରୁ ଅଣଉତ୍ତେଜିତ ବାତ ହୋଇପାରେ | [3] ମସ୍ତିଷ୍କର ରୋଗ, ଯେଉଁଠାରେ ଅତି କମରେ ଗୋଟିଏ ବାତ ଏବଂ ଅଧିକ ସମୟ ଧରି ବାତ ହେବାର ଆଶଙ୍କା ରହିଥାଏ, ଏହାକୁ ସାମୂହିକ ଭାବରେ ଅପସ୍ମାର କୁହାଯାଏ | [6] ଅନେକ ସମୟରେ ମୂର୍ଚ୍ଛା, ଅଣଏପିଲେପ୍ଟିକ ସାଇକୋଜେନିକ ଘଟଣା ଓ କମ୍ପନ ହେଲେ ଅପସ୍ମାର ବାତ ସଦୃଶ ଦେଖାଯାଏ କିନ୍ତୁ ତାହା ପ୍ରକୃତରେ ବାତ ନୁହେଁ । [3]

ଅଳ୍ପ ସମୟରୁ ଅଧିକ କାଳ ଧରି ଚାଲିଥିବା ବାତ ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରେ | [10] ପାଞ୍ଚ ମିନିଟରୁ ଅଧିକ ସମୟ ଧରି ଚାଲିଥିବା ବାତକୁ ସାଂଘାତିକ ଅପସ୍ମାର ବା ସ୍ଟାଟସ ଏପିଲେପ୍ଟିକସ୍ ଭାବରେ ଗ୍ରହଣ କରାଯିବା ଉଚିତ୍ | [8] ଇଲେକ୍ଟ୍ରୋଏନସେଫାଲୋଗ୍ରାମ (ଇଇଜି/ EEG) କିମ୍ବା ମସ୍ତିଷ୍କ ଇମେଜିଙ୍ଗରେ ଏକ ନିର୍ଦ୍ଦିଷ୍ଟ ସମସ୍ୟା ନ ମିଳିବା ପର୍ଯ୍ୟନ୍ତ ଏହା ନିମନ୍ତେ ଦୀର୍ଘକାଳୀନ ଚିକିତ୍ସା ଆବଶ୍ୟକ ହୁଏ ନାହିଁ | [7] ଗୋଟିଏ ବାତ ହେବା ପରେ ଏହାର ଅନୁଶୀଳନ କାର୍ଯ୍ୟ ବାହ୍ୟରୋଗୀ ଭାବରେ ଶେଷ କରିବା ନିରାପଦ ଅଟେ | [3] ଅନେକ ଲୋକଙ୍କର ପ୍ରଥମ ବାତ ପରି ଜଣାଯାଉଥିଲେ ମଧ୍ୟ ପୂର୍ବରୁ ଘଟିଥିବା ଅନ୍ୟାନ୍ୟ ଛୋଟ ଛୋଟ ବାତ ହୋଇପାରେ | [11]

ପ୍ରାୟ ୧୦% ଲୋକ ଅତି କମରେ ଥରେ ଏପିଲିପଟିକ୍ ଆକ୍ରାନ୍ତ ହୋଇଥାଆନ୍ତି | [4] [9] ବର୍ଷକୁ ପ୍ରତି ୧୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୩.୫ ଜଣଙ୍କର ଉତ୍ତେଜିତ ବାତ ହେଉଥିବାବେଳେ ବର୍ଷକୁ ପ୍ରତି ୧୦,୦୦୦ ଲୋକଙ୍କର ୪.୨ ଅଣଉତ୍ତେଜିତ ବାତ ହୁଏ। [4] ଗୋଟିଏ ବାତ ହେବା ପରେ, ଦ୍ୱିତୀୟ ଥର ଅନୁଭବ କରିବାର ସମ୍ଭାବନା ପ୍ରାୟ ୫୦% ଥାଏ | [12] ଯେ କୌଣସି ସମୟରେ ଜନସଂଖ୍ୟାର ପ୍ରାୟ ୧% ଲୋକଙ୍କୁ ଅପସ୍ମାର ପ୍ରଭାବିତ କରିଥାଏ [9] ଏବଂ ପ୍ରାୟ ୪% ଲୋକ ସମୟ ସମୟରେ ପ୍ରଭାବିତ ହୁଅନ୍ତି । [7] ଅପସ୍ମାରରେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୮୦% ଲୋକ ବିକାଶଶୀଳ ଦେଶମାନଙ୍କରେ ବାସ କରନ୍ତି। [9] ଅନେକ ସ୍ଥାନରେ ରୋଗୀ ଲୋକମାନେ ଏକ ନିର୍ଦ୍ଦିଷ୍ଟ ସମୟ ଧରି ବାତ ନହେବା ପର୍ଯ୍ୟନ୍ତ ଗାଡି ଚଳାଇବା ବନ୍ଦ କରିବା ଆବଶ୍ୟକ କରନ୍ତି | [4]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.