From Wikipedia, the free encyclopedia
କ୍ଷଣସ୍ଥାୟୀ ଅଳ୍ପରକ୍ତତା ଆକ୍ରମଣ (ଇଂରାଜୀ ଭାଷାରେ transient ischemic attack / TIA, ଯାହା ଏକ ମିନି-ଷ୍ଟ୍ରୋକ ଭାବରେ ମଧ୍ୟ ଜଣାଶୁଣା) ରୋଗ ଏକ ପ୍ରକାର ସ୍ନାୟୁରୋଗ ଯେଉଁଥିରେ ମସ୍ତିଷ୍କ ବା ରେଟିନାକୁ ଅଳ୍ପକ୍ଷଣ ନିମନ୍ତେ ରକ୍ତ ପ୍ରବାହ କମିଯାଇଥାଏ କିନ୍ତୁ ତନ୍ତୁ ମୃତ୍ୟୁ ହୁଏ ନାହିଁ | [4] ଏହା ଷ୍ଟ୍ରୋକ ଭଳି ଲକ୍ଷଣ ସୃଷ୍ଟି କରେ, ଯେଉଁଥିରେ ଶରୀରର ଗୋଟିଏ ପାର୍ଶ୍ୱ ଦୁର୍ବଳ ବା କାଲୁଆ ହୋଇଯାଏ, ହଠାତ୍ ଦୃଷ୍ଟିଶକ୍ତି କମିଯାଏ, କହିବା ଓ ବୁଝିବା କଷ୍ଟକର ହୋଇଯାଏ କିମ୍ବା ଦ୍ୱନ୍ଦ୍ୱ ହୁଏ | [2] ଲକ୍ଷଣ ସାଧାରଣତଃ ହଠାତ୍ ଏବଂ ଏକ ଘଣ୍ଟା ମଧ୍ୟରେ ଶେଷ ହୋଇଯାଏ । [2]
Transient ischemic attack | |
---|---|
Mini-strokes | |
ବିଭାଗ | Neurology, vascular surgery |
ଲକ୍ଷଣ | Weakness or numbness on one side, sudden loss of vision, difficulty talking or understanding, poor coordination, confusion[2] |
ଆକ୍ରାନ୍ତ ସମୟ | Sudden[2] |
ଅବଧି | < 1 hr[2] |
ବିପଦ କାରକ | Diabetes, high blood pressure, smoking, alcoholism, psychological stress, lack of exercise[3] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and medical imaging[4] |
ସଠିକ ରୋଗ ନିର୍ଣ୍ଣୟ | Bells palsy, migraine, carotid artery dissection, multiple sclerosis, syncope, stroke, meningitis[3] |
ଚିକିତ୍ସା | Lifestyle changes, medications, surgery[3] |
Prognosis | Survival ~ 91% (hospital discharge) 67% (five yr)[5] |
ପୁନଃପୌନିକ | 1 per 1,000 per yr[3] |
ମଧୁମେହ, ଉଚ୍ଚ ରକ୍ତଚାପ, ଧୂମପାନ, ମଦ୍ୟପାନ, ମାନସିକ ଚାପ ଏବଂ ବ୍ୟାୟାମର ଅଭାବ ଯୋଗୁ ଏହି ରୋଗ ସୃଷ୍ଟି ହୋଇପାରେ | [3] ଠିକ୍ ଷ୍ଟ୍ରୋକ ଏହା କାର୍ଯ୍ୟକାରୀ ହୁଏ | [3] ଏହି ରୋଗର ସଂଜ୍ଞା ପୂର୍ବରୁ ୨୪ ଘଣ୍ଟାରୁ କମ୍ ଲକ୍ଷଣର ଅବଧି ଉପରେ ଆଧାରିତ ଥିଲା; ନୂଆ ସଂଜ୍ଞାରେ ଇନଫାର୍କସନ ବା ମେଡିକାଲ ଇମେଜିଙ୍ଗରେ କୌଣସି ପ୍ରମାଣ ମିଳେ ନାହିଁ | [4]
ଡାକ୍ତରୀ ଭାଷାରେ ଏହା ଏକ ଜରୁରୀ କାଳୀଣ ପରିସ୍ଥିତି | [3] ଚିକିତ୍ସାରେ ଧୂମପାନ ବନ୍ଦ କରିବା ଏବଂ ମଦ୍ୟପାନକୁ ସୀମିତ ରଖିବା ଭଳି ଜୀବନ ପ୍ରଣାଳୀରେ ପରିବର୍ତ୍ତନ, ଆସ୍ପିରିନ୍ କିମ୍ବା ଆଣ୍ଟିକୋଆଗୁଲାଣ୍ଟ ଦିଆଯାଏ । [2] ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ରକ୍ତଚାପ ନିୟନ୍ତ୍ରଣ, ଷ୍ଟାଟିନ୍ ଏବଂ ରକ୍ତ ଶର୍କରା ନିୟନ୍ତ୍ରଣ ଅନ୍ତର୍ଭୁକ୍ତ। [3] ବେକରେ ସଂକୀର୍ଣ୍ଣ ଧମନୀ ଥିବା ଲୋକଙ୍କର ଏକ କାରୋଟିଡ ଏଣ୍ଡାଅର୍ଟେରେକ୍ଟୋମି ଅସ୍ଟ୍ରୋପଚାର କରାଯାଇପାରେ | [3] ଏହିଭଳି ରୋଗୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକଙ୍କର ଭବିଷ୍ୟତରେ ଷ୍ଟ୍ରୋକ୍ ଆଶଙ୍କା ଥାଏ । [2]
ପ୍ରାୟ ୨% ଲୋକଙ୍କର ପୂର୍ବରୁ ଏହି ରୋଗ ଥାଏ ଏବଂ ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ପ୍ରତି ବର୍ଷ ନୂତନ ଭାବେ ଜଣେ ପ୍ରଭାବିତ ହୁଏ | [3] ବୃଦ୍ଧ ଲୋକମାନେ (> ୬୦ ବର୍ଷ) ଅଧିକ ପ୍ରଭାବିତ ହୁଅନ୍ତି | [3] [6] ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [7] ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ ଅମଳରେ ହିପୋକ୍ରେଟସ ଏହି ରୋଗର ବର୍ଣ୍ଣନା କରିଥିଲେ ଏବଂ ପରବର୍ତ୍ତୀ ଷ୍ଟ୍ରୋକ୍ ପାଇଁ ଏହା ଏକ ବିପଦ କାରଣ ବୋଲି ଉଲ୍ଲେଖ କରିଥିଲେ | [8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.