From Wikipedia, the free encyclopedia
ମଲ୍ଟିପ୍ଲସ୍କ୍ଲେରୋସିସ ବା ଏମଏସ (ରୋଗର ଅନ୍ୟ ନାମ ଡିସ୍ସେମିନେଟେଡ ସ୍କ୍ଲେରୋସିସ ଓ ଏନକେଫାଲାଇଟିସ ଡିସ୍ସେମିନାଟା) ରୋଗରେ ମସ୍ତିସ୍କ ଓ ମେରୁଦଣ୍ଡରେ ଥିବା ସ୍ନାୟୁ କୋଷର ଇନ୍ସୁଲେଟିଙ୍ଗ ଆବରଣ ନଷ୍ଟ ହୋଇଯାଏ ।[1] ଏହି ଫଳରେ ଆବରଣ ନଷ୍ଟ ହୁଏ ଓ ସ୍ନାୟୁ ମଣ୍ଡଳ ସମ୍ପର୍କ ସ୍ଥାପନ ନ ହୋଇ ପାରି ଅନେକ ପ୍ରକାର ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଏ ।[2] ଏହାଯୋଗୁ ଶାରୀରିକ, ମାନସିକ ଓ ସ୍ନାୟୁ ଜନିତ ଚିହ୍ନ ଓ ଲକ୍ଷଣମାନ ଦେଖାଯାଏ ।[2][3][4] ଦ୍ୱିତ ଦୃଷ୍ଟି, ଗୋଟିଏ ଆଖରେ ଅନ୍ଧତ୍ୱ ବା କଣାଦୋଷ, ଦୂର୍ବଳ ମାଂସପେଶୀ ସ୍ପର୍ଷ ସମସ୍ୟା ଓ ସମନ୍ୱୟ ଅଭାବ ଭଳି ଲକ୍ଷଣମାନ ଦେଖାଯାଏ ।[1]ଏହି ରୋଗ ବିଭିନ୍ନ ପ୍ରକାର ଦେଖାଯାଏ, ନୂଆ ଲକ୍ଷଣ ଏକାନ୍ତ ଭାବରେ ଆସେ ବା ସମୟକ୍ରମେ ବୃଦ୍ଧି ହୁଏ ।[5]
ଏହାର ସଠିକ କାରଣ ଅଜଣା ହୋଇ ରହିଛି, ଇମ୍ମ୍ୟନି ନଷ୍ଟ ବା ମାୟେଲିନ ଥିବା ସ୍ନାୟୁ କୋଷ ପ୍ରସ୍ତୁତ କରିବାର ଅକ୍ଷମତା ହୋଇପାରେ ।[6] ଭୁତାଣୁ ସଂକ୍ରମଣ ଯୋଗୁ ଟ୍ରିଗର ହୋଇ ଜେନେଟିକ, ପରିବେଶ କାରକ ଯୋଗୁ ହୋଇ ପାରେ ।[3][7] ଚିହ୍ନ ଓ ଲକ୍ଷଣ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ସାହାଯ୍ୟକାରୀ ପରୀକ୍ଷାଦ୍ୱାରା ସିଦ୍ଧନ୍ତରେ ଉପନୀତ ହୁଅନ୍ତି ।[8]
ଏହି ରୋଗ ଆରୋଗ୍ୟ ହେବା ଜଣା ଯାଇନାହିଁ ।[1] ରୋଗ ଆକ୍ରମଣ ପରେ କାର୍ଯ୍ୟକଳାପରେ ଉନ୍ନତି ଆଣିବାକୁ ଓ ନୂଆ ଆକ୍ରମଣ ରୋକିବାକୁ ଚେଷ୍ଟା କରାଯାଏ ।[3] ଏହି ରୋଗରେ ବ୍ୟବହାର କରାଯାଉଥିବା ଔଷଧ ସାମାନ୍ୟ କାର୍ଯ୍ୟକାରୀ ହୁଏ ଓ ସହନ ମଧ୍ୟ ଅଳ୍ପ ହୁଏ । ଶାରୀରିକ ଥେରାପିଦ୍ୱାରା ଶରୀରର କାର୍ଯ୍ୟରେ କିଛି ଉନ୍ନତି ହେବାରେ ସାହାଯ୍ୟ ହୁଏ ।[1] କୌଣସି ଉପକାରର ପ୍ରମାଣ ନ ଥିଲେ ମଧ୍ୟ ଅନେକ ଲୋକ ଅଲ୍ଟରନେଟ ମେଡିସିନର ସାହାଯ୍ୟ ନିଅନ୍ତି ।[9] ଦୀର୍ଘକାଳୀନ ଫଳାଫଳ ଆଗରୁ କହିହୁଏନି, କିନ୍ତୁ ଅଳ୍ପ ବୟସରୁ ରୋଗ ଆରମ୍ଭ ହେଇଥିବା ମହିଳାମାନଙ୍କର ବା ଆରମ୍ଭରୁ ଅଳ୍ପ କେତେକ ଆକ୍ରମଣ ହୋଇଥିଲେ ବା ପୁନଃପୁନଃ ହେଉଥିଲେ ଭଲ ଫଳ ମିଳେ ।[10] ରୋଗ ନ ଥିବା ଲୋକମାନଙ୍କ ଅପେକ୍ଷା ଏହି ରୋଗୀମାନଙ୍କ ଆୟୁଷ ହାରାହାରି ୫ରୁ ୧୦ ବର୍ଷ କମ୍ ହୁଏ । [2]
କେନ୍ଦ୍ରୀଯ ସ୍ନାୟୁ ମଣ୍ଡଳରେ ହେଉଥିବା ଅଟୋଇମ୍ମ୍ୟୁ ରୋଗମାନଙ୍କ ମଧ୍ୟରେ ଏହି ଏମଏସ ରୋଗ ଅତି ସାଧାରଣ ।[11] ବିଭିନ୍ନ ସ୍ଥାନ ଅନୁସାରେ ଏହି ରୋଗହାର ଅଲଗା ହୁଏ, ସନ ୨୦୧୩ରେ ପୃଥିବୀରେ ୨.୩ ନିୟୁତ ଲୋକଙ୍କୁ ଏହି ରୋଗ ହୋଇଥିଲା ।[12][13] ସନ ୧୯୯୦ରେ ଏହି ରୋଗ ଯୋଗୁ ମୃତ୍ୟୁ ସଂଖ୍ୟା ୧୨,୦୦୦ ହୋଇଥିବା ବେଳେ ସନ ୨୦୧୩ରେ ମୃତ୍ୟୁ ସଂଖ୍ୟ ବଢ଼ିଯାଇ ୨୦,୦୦୦ ହୋଇଥିଲା । [14] କୋଡ଼ିଏରୁ ପଚାଶ ବର୍ଷ ବୟସ ମଧ୍ୟରେ ଏହି ରୋଗ ଆରମ୍ଭ ହୁଏ ଓ ମହିଳାମାନେ ପୁରୁଷଙ୍କ ଅପେକ୍ଷା ୨ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି ।[15] ସନ ୧୮୬୮ ମସିହାରେ ଜିନ୍ ମାର୍ଟିନ୍ ସାର୍କୋ (Jean-Martin Charcot) ପ୍ରଥମେ ଏହି ରୋଗ ବିଷୟରେ ଲେଖିଥିଲେ ।[16] ମସ୍ତିଷ୍କ ଓ ମେରୁଦଣ୍ଡର ଶ୍ୱେତ ମ୍ୟାଟରରେ ଅନେକ ସ୍କାର ହେଉଥିବା ଲକ୍ଷ କରି ଏହାର ନାମ ମଲ୍ଟିପ୍ଲ ସ୍କ୍ଲେରୋସିସ ନାମ ଦିଆଯାଇଛି ।[16] ଅନେକ ନୂଆ ନିର୍ଣ୍ଣୟ ଓ ଚିକିତ୍ସା ପଦ୍ଧତିର ଅନୁସନ୍ଧାନ ଚାଲିଛି ।[17]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.