From Wikipedia, the free encyclopedia
୧୪ଶ ଲୋକ ସଭା (୧୭ ମଇ ୨୦୦୪ - ୧୮ ମଇ ୨୦୦୯), ୨୦୦୪ ମସିହାର ସାଧାରଣ ନିର୍ବାଚନ ପରେ ଗଠିତ ହୋଇଥିଲା । ଏହି ଲୋକ ସଭା ପାଇଁ ୨୦ ଅପ୍ରେଲ ୨୦୦୪ରୁ ୧୦ ମଇ ୨୦୦୪ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପୂର୍ବ ଲୋକ ସଭା ତଥା ୧୩ଶ ଲୋକ ସଭାଠାରୁ ୬୨ଟି ଆସନ ଅଧିକ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । କଂଗ୍ରେସ ଦଳର ନେତା ମନମୋହନ ସିଂହ ଏହି ଲୋକ ସଭାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ଏହି ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୮ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।[1]
୧୨ ଡିସେମ୍ବର ୨୦୦୫ରେ ଷ୍ଟାର ଟିଭି ନ୍ୟୁଜ ଚେନାଲରେ ଅପରେସନ ଦୁର୍ଯ୍ୟୋଧନ ନାମକ ଏକ ଷ୍ଟିଙ୍ଗ୍ ଅପରେସନର ଟେଲିକଷ୍ଟ କରାଯାଇଥିଲା, ଯେଉଁଥିରେ ସଂସଦର ୧୧ ଜଣ ସଦସ୍ୟ (ଲୋକ ସଭାର ୧୦ ଜଣ ଏବଂ ରାଜ୍ୟ ସଭାର ଜଣେ ସଦସ୍ୟ) ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଥିଲେ ।[3] ରାଜ୍ୟ ସଭାର ନୀତିଶାସ୍ତ୍ର ସମିତି ଏବଂ ଲୋକ ସଭାର ଏକ ବିଶେଷ ସମିତିଦ୍ୱାରା ପଚରାଉଚୁରାଦ୍ୱାରା ଏହି ସଦସ୍ୟମାନଙ୍କୁ ଦୋଷୀ ଭାବରେ ଦର୍ଶାଗଲା[4] ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଦିଆଗଲା ।
୨୩ ଡିସେମ୍ବର ୨୦୦୫ରେ, ୧୪ଶ ଲୋକ ସଭାରୁ ନିମ୍ନରେ ଦର୍ଶାଯାଇଥିବା ୧୦ ଜଣ ସଦସ୍ୟମାନଙ୍କୁ ବହିଷ୍କାର କରିଦିଆଯାଇଥିଲା:
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.