ସ୍ଟ୍ରେପ୍ଟୋମାଇସିନ (ଇଂରାଜୀ ଭାଷାରେ Streptomycin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଏହି ରୋଗ‌ଗୁଡ଼ିକର ନାମ ଯକ୍ଷ୍ମା, ମାଇକୋବ୍ୟାକ୍ଟେରିଅମ ଆଭିଅମ କମ୍ପ୍ଲେକ୍ସ (Mycobacterium avium complex), ଏଣ୍ଡୋକାର୍ଡ଼ାଇଟିସ (endocarditis), ବ୍ରୁସେଲୋସିସ (brucellosis), ବରଖୋଲଡେରିଆ ସଂକ୍ରମଣ (Burkholderia infection), ପ୍ଲେଗ ରୋଗ (plague), ଟୁଲାରେମିଆ (tularemia) ଓ ମୂଷାକାମୁଡ଼ା ଜ୍ୱର (rat bite fever).[2] ସକ୍ରିୟ ଯକ୍ଷ୍ମା ନିମନ୍ତେ ଏହା ଆଇସୋନିଆଜିଡ, ରିଫାମ୍ପିସିନପାଇରାଜିନାମାଇଡ ଔଷଧମାନଙ୍କ ସ‌ହିତ ଦିଆଯାଏ ।[3] ସ୍ଟ୍ରେପ୍ଟୋମାଇସିନ ଇଞ୍ଜେକସନ ଶିରାଭ୍ୟନ୍ତରରେ (injection into a vein) ବା ମାଂସପେଶୀରେ (muscle) ଦିଆଯାଏ ।[2]

Quick Facts Clinical data, AHFS/Drugs.com ...
ସ୍ଟ୍ରେପ୍ଟୋମାଇସିନ
Thumb
Thumb
Clinical data
AHFS/Drugs.commonograph
Pregnancy
category
  • US: D (Evidence of risk)
    Routes of
    administration
    intramuscular, intravenous
    ATC code
    Legal status
    Legal status
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability84% to 88% IM (est.)[1] 0% by mouth
    Elimination half-life5 to 6 hours
    Excretionkidney
    Identifiers
    IUPAC name
    • 5-(2,4-diguanidino-
      3,5,6-trihydroxy-cyclohexoxy)- 4-[4,5-dihydroxy-6-(hydroxymethyl)
      -3-methylamino-tetrahydropyran-2-yl] oxy-3-hydroxy-2-methyl
      -tetrahydrofuran-3-carbaldehyde
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    NIAID ChemDB
    ECHA InfoCard100.000.323 Edit this at Wikidata
    Chemical and physical data
    FormulaC21H39N7O12
    Molar mass581.574 g/mol
    3D model (JSmol)
    Melting point12 °C (54 °F)
    SMILES
    • C[C@H]1[C@@]([C@H]([C@@H](O1)O[C@@H]2[C@H]([C@@H]([C@H]([C@@H]([C@H]2O)O)N=C(N)N)O)N=C(N)N)O[C@H]3[C@H]([C@@H]([C@H]([C@@H](O3)CO)O)O)NC)(C=O)O
    InChI
    • InChI=1S/C21H39N7O12/c1-5-21(36,4-30)16(40-17-9(26-2)13(34)10(31)6(3-29)38-17)18(37-5)39-15-8(28-20(24)25)11(32)7(27-19(22)23)12(33)14(15)35/h4-18,26,29,31-36H,3H2,1-2H3,(H4,22,23,27)(H4,24,25,28)/t5-,6-,7+,8-,9-,10-,11+,12-,13-,14+,15+,16-,17-,18-,21+/m0/s1 checkY
    • Key:UCSJYZPVAKXKNQ-HZYVHMACSA-N checkY
     ☒NcheckY (what is this?)  (verify)
    Close

    ସ୍ଟ୍ରେପ୍ଟୋମାଇସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବୁଲା (feeling like the world is spinning), ବାନ୍ତି, ମୁଖ କାଲୁଆ ଜଣାଯିବା, ଜ୍ୱର ଓ ରାସ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗର୍ଭାବସ୍ଥାରେ ଏହା ବ୍ୟବ‌ହାର କଲେ ଶିଶୁର ସ୍ଥାୟୀ କାଲା (deafness) ହେବା ସମ୍ଭାବନା ରହେ ।[2] ସ୍ତନ୍ୟପାନ ସମୟରେ ବ୍ୟବ‌ହାର କଲେ ଏହା ନିରାପଦ ଜଣାଯାଏ ।[3] ମ୍ୟାସ୍ଥେନିଆ ଗ୍ରାଭିସ (myasthenia gravis) ରୋଗରେ ଏହା ଦେବାକୁ ସୁପାରିସ କରାଯାଏ ନାହିଁ ।[3] ଆମିନୋଗ୍ଲାଇକୋସାଇଡ (aminoglycoside) ଶ୍ରେଣୀର ସ୍ଟ୍ରେପ୍ଟୋମାଇସିନ ଏକ ଔଷଧ । ପ୍ରୋଟିନ ତିଆରି କରୁଥିବା ୩୦ଏସ ରାଇବୋସୋମାଲ ସବୟୁନିତର (30S ribosomal subunits) କାର୍ଯ୍ୟକୁ ଏହା ଅବରୋଧ କରିବାଦ୍ୱାର ଜୀବାଣୁର ବ୍ୟାକ୍ଟେରିସାଇଡାଲ ମୃତ୍ୟୁ (bacterial death) ହୁଏ ।[2]

    ସ୍ଟ୍ରେପ୍ଟୋମାଇସିନ ସନ ୧୯୪୩ରେ ସ୍ଟ୍ରେପ୍ଟୋମାଇସେସ ଗ୍ରାଇସେଅସରୁ Streptomyces griseus ଆବିଷ୍କୃତ ହୋଇଥିଲା ।[4][5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୩୮ରୁ ୪.୩୯ ଆମେରିକୀୟ ଡଲାର ।[7] ଯୁକ୍ତରାଷ୍ଟ୍ର ଆମେରିକାରେ ଗୋଟିଏ କୋର୍ଷ ଔଷଧର ମୂଲ୍ୟ ୨୦୦ ଆମେରିକୀୟ ଡଲାରରୁ ଅଧିକ ।[8]

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.