ପରମ ବୀର ଚକ୍ର ସମ୍ମାନିତ ଭାରତୀୟ ସୈନିକ From Wikipedia, the free encyclopedia
କମ୍ପାନୀ ହାଭିଲଦାର ମେଜର ପିରୁ ସିଂହ (ଶ୍ରୀ ପିରୁ ସିଂ ଶେଖାବତ) (୨୦ ମଇ ୧୯୧୮ - ୧୮ ଜୁଲାଇ ୧୯୪୮) ଜଣେ ଭାରତୀୟ ସୈନିକ ଥିଲେ। । ସେ ୧୯୪୭ ମସିହାର ଇଣ୍ଡୋ-ପାକ୍ ଯୁଦ୍ଧରେ ମୃତ୍ୟୁ ବରଣ କରିଥିଲେ । ତାଙ୍କୁ ୧୯୫୨ ମସିହାରେ ପରମ ବୀର ଚକ୍ର ପ୍ରଦାନ କରାଯାଇଥିଲା ।[1]
କମ୍ପାନୀ ହାଭିଲଦାର ମେଜର ପିରୁ ସିଂହ ଶେଖାବତ | |
---|---|
ଜନ୍ମ | ରାମପୁରା ବେରୀ, ରାଜପୁତାନା, ବ୍ରିଟିଶ ଭାରତ (ଆଜିର ଦିନରେ) ଝୁନଝୁନ ଜିଲ୍ଲା, ରାଜସ୍ଥାନ, ଭାରତ | ୨୦ ମଇ ୧୯୧୮
ମୃତ୍ୟୁ | ୧୮ ଜୁଲାଇ ୧୯୪୮ ୩୦) ତିଥୱାଲ, ଜାମ୍ମୁ କାଶ୍ମୀରର ଅଞ୍ଚଳ, ଭାରତ | (ବୟସ
ନିଯୁକ୍ତିଦାତା | British India ଭାରତ |
ସେବା/ | British Indian Army Indian Army |
କାର୍ଯ୍ୟକାଳ | ୧୯୩୬–୧୯୪୮ |
ପଦବୀ | କମ୍ପାନୀ ହାଭିଲଦାର ମେଜର |
ସେବା ସଂଖ୍ୟା | 2831592 |
ସେନା ବିଭାଗ | ଷଷ୍ଠ ବାଟାଲିୟନ, ରାଜପୁତନା ରାଇଫଲ୍ସ |
ସଂଘର୍ଷ/ଯୁଦ୍ଧ | ୧୯୪୭ ମସିହାର ଭାରତ-ପାକିସ୍ତାନୀ ଯୁଦ୍ଧ |
ପୁରସ୍କାର | ପରମ ବୀର ଚକ୍ର |
ଶ୍ରୀ ପିରୁ ସିଂହ ୨୦ ମଇ ୧୯୧୮ ମସିହାରେ ରାଜସ୍ଥାନର ବେରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଲାଲ ସିଂହଙ୍କ ପୁତ୍ର ଥିଲେ ।[2] ତାଙ୍କ ପରିବାରରେ ସାତୋଟି ପିଲା; ଅର୍ଥାତ ତିନି ଭାଇ ଏବଂ ଚାରି ଭଉଣୀ ରହିଥିଲେ, ସେମାନଙ୍କ ମଧ୍ୟରୁ ଶ୍ରୀ ସିଂହ ସାନ ଥିଲେ । ଯୁବକ ଅବସ୍ଥାରେ ଶ୍ରୀ ସିଂହ ସବୁବେଳେ ବିଦ୍ୟାଳୟକୁ ଘୃଣା କରୁଥିଲେ କାରଣ ସେ ସୀମିତ ପରିବେଶକୁ ପସନ୍ଦ କରୁନଥିଲେ । ଥରେ ସହପାଠୀଙ୍କ ସହ ଝଗଡା କରିବା ପାଇଁ ଶିକ୍ଷକ ତାଙ୍କୁ ଗାଳି ଦେବାପରେ ସେ ସ୍କୁଲରୁ ପଳାଇ ଆସିଥିଲେ କିନ୍ତୁ ଆଉ ବିଦ୍ୟାଳୟକୁ ଗଲେ ନାହିଁ । ଏହା ପରେ ଶ୍ରୀ ସିଂହ ତାଙ୍କ ପିତାମାତାଙ୍କୁ ସେମାନଙ୍କ ଚାଷ ଜମିରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ । ଶ୍ରୀ ସିଂ ପିଲାଦିନରୁ ସେନାରେ ଯୋଗଦେବାକୁ ଚାହୁଁଥିଲେ । ତାଙ୍କୁ ୧୮ ବର୍ଷ ବୟସ ହୋଇନଥିବାରୁ ତାଙ୍କୁ ଦୁଇଥର ବହିଷ୍କାର କରାଯାଇଥିଲା,[3] କିନ୍ତୁ ପରେ ସେ ସେନାରେ ଯୋଗ ଦେଇଥିଲେ ।
ଶ୍ରୀ ପିରୁ ସିଂ ଶେଖାବତ ୨୦ ମଇ ୧୯୩୬ ମସିହାରେ ଜେଲମଠାରେ ପ୍ରଥମ ପଞ୍ଜାବ ସେନାଦଳର ଦଶମ ବାହିନୀରେ ନାମ ଲେଖାଇଥିଲେ । ତାଲିମ ସମାପ୍ତ ହେବା ପରେ, ୧ ମଇ ୧୯୩୭ ମସିହାରେ, ଶ୍ରୀ ସିଂହଙ୍କୁ ସମାନ ସେନାଦଳର ୫ତମ ବାହିନୀରେ ପୋଷ୍ଟ କରାଯାଇଥିଲା । ବିଦ୍ୟାଳୟ ପ୍ରତି ତାଙ୍କର ଘୃଣା ସତ୍ତ୍ୱେ ଶ୍ରୀ ସିଂହ ଶିକ୍ଷାକୁ ଗୁରୁତର ସହ ନେଇଥିଲେ ଏବଂ ସେନାରେ ଶିକ୍ଷା ପ୍ରମାଣପତ୍ର ପାଇଥିଲେ । ଅନ୍ୟ କେତେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ୭ ଅଗଷ୍ଟ ୧୯୪୦ ମସିହାରେ ଲାନ୍ସ ନାୟକ ପଦବୀକୁ ଉନ୍ନୀତ କରାଯାଇଥିଲା । ପ୍ରଥମ ପଞ୍ଜାବର ୫ତମ ବାହିନୀ ସହିତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଉତ୍ତର-ପଶ୍ଚିମ ସୀମାନ୍ତରେ କାର୍ଯ୍ୟକାରୀ କରିଥିଲେ ।
ମାର୍ଚ୍ଚ ୧୯୪୧ ମସିହାରେ ତାଙ୍କୁ ନାୟକ ପଦକୁ ପଦୋନ୍ନତି ଦିଆଯାଇଥିଲା ଏବଂ ସେପ୍ଟେମ୍ବରରେ ଜେଲମସ୍ଥିତ ପଞ୍ଜାବ ରେଜିମେଣ୍ଟାଲ ସେଣ୍ଟରରେ ପ୍ରଶିକ୍ଷକ ଭାବରେ ପୋଷ୍ଟ କରାଯାଇଥିଲା । ପରେ ଫେବୃଆରୀ ୧୯୪୨ ମସିହାରେ ହାଭିଲଦାରକୁ ପଦୋନ୍ନତି ଦିଆଯାଇଥିଲା । ଶ୍ରୀ ସିଂହ ଜଣେ ଉତ୍କୃଷ୍ଟ କ୍ରୀଡ଼ାବିତ ଥିଲେ, ସେ ଇଣ୍ଟର ରେଜିମେଣ୍ଟାଲ ଏବଂ ଜାତୀୟ ସ୍ତରୀୟ ଚାମ୍ପିୟନଶିପରେ ଚାଲୁଥିବା ହକି, ବାସ୍କେଟବଲ୍ ଏବଂ ଫ୍ରାନ୍ସ ଦେଶରେ ଦୌଡ଼ ପ୍ରତିଯୋଗିତାରେ ତାଙ୍କର ସେନାଦଳକୁ ପ୍ରତିନିଧିତ୍ୱ କରିଥିଲେ । ସେ ମଇ ୧୯୪୫ ମସିହାରେ କମ୍ପାନୀ ହାଭିଲଦାର ମେଜର ଭାବରେ ପଦୋନ୍ନତି ପାଇଥିଲେ । ଅକ୍ଟୋବର ୧୯୪୫ ମସିହା ପର୍ଯ୍ୟନ୍ତ ସେ ଜଣେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ତାଙ୍କୁ ରାଜପୁତାନା ରାଇଫଲ୍ସର ଷଷ୍ଠ ବାହିନୀକୁ ସ୍ଥାନାନ୍ତର କରାଯାଇଥିଲା ।
୧୮ ଜୁଲାଇ ୧୯୪୮ ମସିହାରେ, ୬ଜଣ ରାଜପୁତାନା ରାଇଫଲର CHM ପିରୁ ସିଂହଙ୍କୁ ତିଥୱାଲ, ଜାମ୍ମୁ କାଶ୍ମୀରରେ ଶତ୍ରୁଦ୍ୱାରା ଅଧିକୃତ ପାହାଡ ଉପରେ ଆକ୍ରମଣ କରିବାର ଦାୟିତ୍ୱ ଦିଆଯାଇଥିଲା ।[4][5] ଏହି ଆକ୍ରମଣ ସମୟରେ ସେମାନେ ଏମ.ଏମ.ଜିରୁ ପ୍ରବଳ ଗୁଳି ଚଳାଇ ବିସ୍ଫୋରକ ଗୋଳା ଫିଙ୍ଗିଥିଲେ । ତାଙ୍କ ସୈନ୍ୟବାହିନୀର ଅଧାରୁ ଅଧିକ ସୈନିକ ନିହତ ଏବଂ କିଛି ଜଣ ଆହତ ହୋଇଥିଲେ । CHM ପିରୁ ସିଂହ ତାଙ୍କର ଅବଶିଷ୍ଟ ଲୋକଙ୍କୁ ଯୁଦ୍ଧ ଜାରି ରଖିବାକୁ ପ୍ରେରଣା ଦେଇଥିଲେ ଏବଂ ଆହତ ହୋଇଥିଲେ ମଧ୍ୟ ଶତ୍ରୁ MMG ଧାରଣ କରିଥିବା ଦୁଇଟି ବଙ୍କରକୁ ନଷ୍ଟ କରିଦେଇଥିଲେ । ଯେତେବେଳେ ଶତ୍ରୁମାନେ ତାଙ୍କ ଉପରେ ଆଉ ଏକ ବିସ୍ଫୋରକ ହାତ-ଗୋଳା ଫିଙ୍ଗିଥିଲେ, ସେତେବେଳେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶେଷ ନିଶ୍ୱାସ ନେବା ପୂର୍ବରୁ ଶତ୍ରୁମାନଙ୍କ ସ୍ଥିତିକୁ ନଷ୍ଟ କରିଦେଇଥିଲେ ।
ଉଲ୍ଲେଖନୀୟ ସାହସିକତା ଏବଂ ଅଦମ୍ୟ ସାହସିକତାର ପ୍ରଦର୍ଶନ ଏବଂ ସର୍ବୋଚ୍ଚ ବଳିଦାନ ଦେଇଥିବାରୁ କମ୍ପାନୀ ହାଭିଲଦାର ମେଜର ପିରୁ ସିଂହଙ୍କୁ ପରମ ବୀର ଚକ୍ର ପ୍ରଦାନ କରାଯାଇଥିଲା ।
ଝୁନଝୁନରେ "ସହିଦ ପିରୁ ସିଂହ ଶେଖାବତ ସର୍କଲ" ନାମକ ଏକ ସଡ଼କ ଛକକୁ ରାଜସ୍ଥାନ ସରକାର ତାଙ୍କ ନାମରେ ନାମିତ କରିଥିଲେ ।[6] ହିମାଚଳ ପ୍ରଦେଶର ୟୋଲରେ "ପିରୁ ସିଂହ ଛକ" ନାମକ ଏକ ଛକ ତାଙ୍କ ନାମରେ ନାମିତ ହୋଇଛି ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.