ଏହାଏକ ହିନ୍ଦୁ ମନ୍ଦିର ଯାହା କୃଷ୍ଣଙ୍କୁ ସମର୍ପିତ ହୋଇଛି । From Wikipedia, the free encyclopedia
ଦ୍ୱାରକାଧୀଶ ମନ୍ଦିର, ଅନ୍ୟ ନାମ ଜଗତ ମନ୍ଦିର, ବା ଦ୍ୱାରକାଧିଶ, ଏକ ହିନ୍ଦୁ ମନ୍ଦିର ଯାହା କୃଷ୍ଣଙ୍କୁ ସମର୍ପିତ ହୋଇଛି ଯାହାଙ୍କୁ ଦ୍ୱାରକାର ରାଜା ବା ଦ୍ୱାରକାଧୀଶ ମଧ୍ୟ କୁହାଯାଏ । ଭାରତର ଥିବା ଗୁଜରାଟ ପ୍ରଦେଶରେ ଏହି ମନ୍ଦିରକୁ ଚାରି ଧାମ ମଧ୍ୟରୁ ଗୋଟିଏ ଧାମର ମର୍ଯ୍ୟାଦା ଦିଆଯାଏ । ପାଞ୍ଚ ମହଲା ବିଶିଷ୍ଟ ମୂଖ୍ୟ ମନ୍ଦିରରେ ୭୨ଟି ସ୍ତମ୍ଭ ଅଛି ଯାହାକୁ ଜଗତ ମନ୍ଦିର ବା ନିଜ ମନ୍ଦିର କୁହାଯାଏ । ସ୍ଥାପତ୍ୟ ଦୃଷ୍ଟିରୁ ଦେଖିଲେ ଏହି ମନ୍ଦିର ୨୦୦୦ ପୂର୍ବେ ତିଆରି ହୋଇଥିବା ଜଣାଯାଏ ।[1][2][3] ଏହି ମନ୍ଦିର ୧୫ଶ-୧୬ ଶ ଶତାବ୍ଦୀରେ ପରିବର୍ଦ୍ଧିତ ହୋଇଥିଲା ।[4][5]୧୯୮୮, [6][7]
ପରମ୍ପରା ଅନୁସାରେ ମୂଳ ମନ୍ଦିରଟି କୃଷ୍ଣଙ୍କ ନାତି ବଜ୍ରନାଭ ତିଆରି କରିଥିଲେ ଯାହା କୃଷ୍ଣଙ୍କର ବାସସ୍ଥଳୀ ଥିଲା । ୧୪୭୨ ମସିହାରେ ମାହମୁଦ ବେଗାଡ ଏହି ମନ୍ଦିରକୁ ଭାଙ୍ଗି ଦେଇଥିଲେ ଓ ତାହା ୧୫ଶ-୧୬ଶ ଶତାବ୍ଦୀରେ ପୁନର୍ନିମାଣ କରାଯାଇଥିଲା । ପବିତ୍ର ଚାରି ଧାମ ମଧ୍ୟରୁ ଏହା ଗୋଟିଏ ବୋଲି ବିବେଚିତ ହୁଏ । ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟ ଏହି ମନ୍ଦିର ପରିଦର୍ଶନ କରିଥିଲେ । ଅନ୍ୟ ତିନି ଧାମର ନାମ ରାମେଶ୍ୱରମ, ବଦ୍ରିନାଥ ଓ ପୁରୀ । ବିଷ୍ଣୁଙ୍କର ୯୮ତମ ଦିବ୍ୟ ଦେଶମ ଯାହା ବିଷୟରେ ପବିତ୍ର ଦିବ୍ୟ ପ୍ରବନ୍ଧ ପୁସ୍ତକରେ ଲିପିବଦ୍ଧ ଅଛି । ରାଜା ଜଗତ ସିଂହ ରାଠୋର .[8] ଏହାର ପୁନର୍ନିମାଣ କରିଥିଲେ ଯାହାର ଉଚ୍ଚତା ସମୁଦ୍ର ପତନଠାରୁ ୧୨.୧୯ ମିଟର ଉଚ୍ଚ । ଏହି ମନ୍ଦିର ଭିତରେ ଗର୍ଭଗୃହ (ନିଜ ମନ୍ଦିର ବା ହରିଦଗର୍ଭ) ଓ ଅନ୍ତରାଳ ଥିଲା । [9] ସେ ଯାହାହେଉ ଏହି ମନ୍ଦିର ୧୬ଶ ଶତାବ୍ଦୀରେ ତିଆରି ହୋଇଥିଲା ।
ଦ୍ୱାରକାଧୀଶ ମନ୍ଦିର द्वारकाधीश मंदिर | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
ଦେବାଦେବୀ | କୃଷ୍ଣ |
Festivals | କୃଷ୍ଣ ଜନ୍ମାଷ୍ଟମୀ |
Location | |
ସ୍ଥାନ | ଦ୍ୱାରକା |
State | ଗୁଜରାଟ |
Country | ଭାରତ |
ଭୌଗଳିକ ଅବସ୍ଥିତି | 22°14′16.39″N 68°58′3.22″E |
Architecture | |
Type | ମନ୍ଦିର |
Style | ମାରୁ-ଗୁର୍ଯର ସ୍ଥାପତ୍ୟ (Māru-Gurjara architecture) |
Completed | 15th—16th century (present architecture) |
Website | |
www |
ହିନ୍ଦୁ କିମ୍ବଦନ୍ତୀ ଅନୁସାରେ ସମୁଦ୍ର ଗର୍ଭରୁ ଉଦ୍ଧାର କରିଥିବା ଏକ ଜାଗାରେ କୃଷ୍ଣ ଦ୍ୱାରକା ନଗରୀ ତିଆରି କରିଥିଲେ । ଥରେ କୃଷ୍ଣ ଓ ରୁକ୍ମିଣୀଙ୍କୁ ଦର୍ଶନ କରିବାକୁ ଦୁର୍ବାସା ଋଷି ଆସିଥିଲେ । ରାଜ ଦମ୍ପତି ତାଙ୍କ ନବରକୁ ନେଇ ଯିବାକୁ ଋଷି ଇଚ୍ଛା ପ୍ରକାଶ କରିଥିଲେ । କିଛି ଦୂର ଚାଲିବା ପରେ ରୁକ୍ମିଣୀ ଥକ୍କା ହୋଇଗଲେ ଓ କିଛି ଜଳ ଦେବାକୁ କୃଷ୍ଣଙ୍କୁ ଅନୁରୋଧ କଲେ । ସେହି ସ୍ଥାନରେ କୃଷ୍ଣ ଏକ ଗର୍ତ୍ତ ଖୋଳି ଗଙ୍ଗା ନଦୀକୁ ଆଣିଥିଲେ । ଦୁର୍ବାସା ଋଷି କ୍ରୋଧାନ୍ୱିତ ହୋଇ ସେହି ସ୍ଥାନରେ ରୁକ୍ମିଣୀଙ୍କୁ ରହିଯିବାକୁ ଅଭିଶାପ ଦେଇଥିଲେ । ମନ୍ଦିରର ଯେଉଁ ସ୍ଥାନରେ ଋକ୍ମିଣୀଙ୍କ ବିଗ୍ରହ ଅଛି, ସେହି ସ୍ଥାନରେ ସେ ଠିଆ ହୋଇଥିଲେ ।[10]
ମହାଭାରତ ପୁରାଣରେ ବର୍ଣ୍ଣିତ ଗୁଜରାଟ ପ୍ରଦେଶର ଦ୍ୱାରକା ସହର ଏକଦା ଦ୍ୱାରକା ରାଜ୍ୟ ଥିଲା । ଗୋମତୀ ନଦୀ କୂଳରେ ଅବସ୍ଥିତ ଏହି ସହର କୃଷ୍ଣଙ୍କର ଦ୍ୱାରକା ରାଜ୍ୟର ରାଜଧାନୀ ଥିଲା । ସେଠାରେ ଥିବା ପଥରର ପରୀକ୍ଷାରୁ ଏହା ଐତିହାସିକ ଜଣାଯାଏ ଓ କେତେକ ଜଳ ମଧ୍ୟସ୍ଥ ପଦାର୍ଥ ପରୀକ୍ଷାରୁ ତାହା ମଧ୍ୟଯୁଗୀୟ ଜଣାଯାଏ । ପୁରାତନ ବନ୍ଦର ଜଳ ପ୍ରଭାବରୁ କ୍ଷୟ ହୋଇଥିବା ଜଣାଯାଏ । [11] କୃଷ୍ଣଙ୍କର ଅଣନାତି ବଜ୍ରନାଭ,କୃଷ୍ଣଙ୍କର ଉଆସ ଥିବା ସ୍ଥାନରେ ଏହି ମନ୍ଦିର ତିଆରି କରିଥିବା କଥା ହିନ୍ଦୁମାନେ ବିଶ୍ୱାସ କରନ୍ତି । ୧୭୪୨ ମସିହାରେ ମାହାମୁଦ ବେଗାଡ଼ା ଏହି ମନ୍ଦିରକୁ ଧ୍ବଂସ କରିଥିଲେ ।[12] ଚାଲୁକ୍ୟ ପଦ୍ଧତିରେ ତିଆରି ଏହି ମନ୍ଦିର ୧୫-୧୬ଶ ଶତାବ୍ଦୀରେ ତିଆରି ହୋଇଥିବା ଜଣାଯାଏ । ପୂର୍ବ-ପଶ୍ଚିମ ଦିଗରେ ଏହାର ଦୈର୍ଘ୍ୟ ୧୭x୨୧ ମିଟର ଓ ଉତ୍ତର ଦକ୍ଷିଣ ଦିଗରେ ଦୈର୍ଘ୍ୟ ୨୩x29 ମିଟର । ମନ୍ଦିର ଶିଖର ଉଚ୍ଚତା ୫୧.୮ ମିଟର ।
ପୁରାତନ ସହର ଓ ମହାଭାରତରେ ଲିଖିତ କୃଷ୍ଣଙ୍କ ବାସସ୍ଥଳୀ ହୋଇଥିବାରୁ ହିନ୍ଦୁମାନଙ୍କର ଦ୍ୱାରକା ଏକ ତୀର୍ଥ ସ୍ଥାନ ଭାବରେ ସ୍ୱୀକୃତ ହୋଇଛି । ତିନୋଟି ‘କୃଷ୍ଣ ତୀର୍ଥସ୍ଥାନ’ ମଧ୍ୟରୁ ଏହା ଗୋଟିଏ ଓ ଅନ୍ୟ ଦୁଇଟିର ନାମ ହରିୟାଣା ପ୍ରଦେଶର ’୪୮ କୋଷ କୁରୁକ୍ଷେତ୍ର ପରିକ୍ରମା’ ଓ ମଥୁରାର ‘ବ୍ରଜ ପରିକ୍ରମା’ । ମନ୍ଦିର ଚୁଡ଼ାର ପତାକାରେ ସୂର୍ଯ୍ୟ ଓ ଚନ୍ଦ୍ର ଚିହ୍ନ ଅଛି ଯାହା ପୃଥିବୀରେ ସୂର୍ଯ୍ୟ ଚନ୍ଦ୍ର ଥବା ଯାଏ ଏହି ମନ୍ଦିର ରହିବା ସୂଚନା ଦିଏ ।[13] ଦୈନିକ ୫ ଥର ପତାକା ବଦଳ କରାଯାଏ, କିନ୍ତୁ ଚିହ୍ନ ସମାନ ରହେ । ୭୨ ସ୍ତମ୍ଭ ଉପରେ ନିର୍ମିତ ଏହି ମନ୍ଦିରର ପାଞ୍ଚଟି ମହଲା ଅଛି । ଏହାର ଉଚ୍ଚତା ୭୮.୩ ମିଟର ।[13][14] ବିଭିନ୍ନ ରାଜ ଶାସକ ଥିଲେ ମଧ୍ୟ ମନ୍ଦିରର ସ୍ଥାପତ୍ୟ ସମାନ ରହିଛି ଯାହା ଚୂନ ପଥରରେ ତିଆରି ହୋଇଛି ।
ହିମାଳୟର ପାଦଦେଶରେ ଗଙ୍ଗୋତ୍ରି, ଜମୁନୋତ୍ରି, ବଦ୍ରିନାଥ ଓ କେଦାରନାଥ ନାମକ ଚାରୋଟି ‘ଛୋଟ ଧାମ’ ଅଛି । [15]ଚାରି ଧାମରୁ ଚିହ୍ନଟ କରିବା ନିମନ୍ତେ ‘ଛୋଟ ଧାମ ନାମ ଦିଆଯାଇଛି ।[16]
ମନ୍ଦିରର ମୂଖ୍ୟ ପ୍ରବେଶ ଦ୍ୱାର ଉତ୍ତର ଦିଗରେ ଅଛି ଯାହାକୁ ‘ମୋକ୍ଷ ଦ୍ୱାର’ କୁହାଯାଏ । ଉତ୍ତର ଦିଗର ଦ୍ୱାରକୁ ସ୍ୱର୍ଗ ଦ୍ୱାର କୁହାଯାଏ । ଏହି ଦ୍ୱାରରୁ ୫୬ଟି ପାହାଚ ଅଛି ଯାହା ଗୋମତୀ ନଦୀ ତୀର ପର୍ଯ୍ୟନ୍ତ ଯାଇଛି ।[17] ହିନ୍ଦୁ, ଶୈବ ଓ ବୈଷ୍ଣବ: ଏହି ତିନି ଧର୍ମରେ ଲୋକମାନେ ବିଭକ୍ତ ହେଲେ ମଧ୍ୟ ସବୁ ଧର୍ମର ଲୋକ ଏହି ଚାରି ଧାମକୁ ପ୍ରବେଶ କରନ୍ତି ।[18] ଜୀବନରେ ଥରେ ହେଉ ପଛେ, ଚାରି ଧାମ ଯିବାକୁ ହିନ୍ଦୁମାନେ ଇଚ୍ଛା କରିଥାଆନ୍ତି । [19] ଚାରି ଧାମର ଯାତ୍ରା ପୁରୀରୁ ଆରମ୍ଭ ହୁଏ ଓ ଘଡ଼ି କଣ୍ଟା ଦିଗରେ ଯାତ୍ରା ହୁଏ । ସକାଳ ୬ ଟାରୁ ଦିନ ଗୋଟାଏ ଓ ସନ୍ଧ୍ୟା ୫ଟାରୁ ରାତି ୯୩୦ ପର୍ଯ୍ୟନ୍ତ ମନ୍ଦିର ଖୋଲେ। କୃଷ୍ଣ ଜନ୍ମାଷ୍ଟମୀ ବା ଗୋକୁଳାଷ୍ଟମୀ ଦିନ ପାଳନ ପାଇଁ ଭଲ୍ଲବ (୧୪୭୩-୧୫୩୧) ନିୟମ କରିଥିଲେ ।[20] କିମ୍ବଦନ୍ତୀ ଅନୁସାରେ ରାଜପୂତ କନ୍ୟା ମୀରା ବାଈ ଏହି ମନ୍ଦିରରେ ଠାକୁରଙ୍କ ଦେହରେ ଲୀନ ହୋଇଯାଇଥିଲେ । ଭାରତର ସପ୍ତ ପୁରୀ bଏହା ଗୋଟିଏ ବୋଲି କୁହାଯାଏ । ମନ୍ଦିରର ଚାରି ମହଲା ଚାରି ପୀଠର ସୂଚନା ଦିଏ । ମନ୍ଦିର କାନ୍ଥରେ ସଙ୍କରାଚାର୍ଯ୍ୟଙ୍କ ଜୀବନୀ ଚିତ୍ର ଅଛି ଓ ଶିଖରରେ ଶିବଙ୍କର ବିଭିନ୍ନ ମୁଦ୍ରାରେ ଥିବା ଖୋଦେଇ ଅଛି ।
ଯୁକ୍ତ ରାଷ୍ଟ୍ର ଆମେରିକାରେ ଥିବା ନିଉ ଜର୍ସିର “ପୃଥିବୀ ପ୍ରତିଭା ସଂସ୍ଥା” ୨୨ ମାର୍ଚ୍ଚ ୨୦୨୧ ମସିହାରେ ଏହି ଦ୍ୱାରକାଧୀଶ ଜଗତ ମନ୍ଦିରକୁ “ପୃଥିବୀର ଆଶ୍ଚର୍ଯ୍ୟଜନକ ସ୍ଥାନ” ସାର୍ଟିଫିକେଟ ଦେଇଛି ।[21][22]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.