From Wikipedia, the free encyclopedia
ଏପିଡୁରାଲ ହେମାଟୋମା (ଇଂରାଜୀ ଭାଷାରେ Epidural hematoma) ହୁଏ ଯେତେବେଳେ ଖପୁରୀ (skull) ଓ ଡୁରାମାଟର (tough outer membrane covering the brain) ମଧ୍ୟରେ ରକ୍ତସ୍ରାବ ହୁଏ ।[3] ଅଧିକାଂଶ ସମୟରେ ମୁଣ୍ଡ ଆଘାତ ପରେ ରୋଗୀ ଚେତନା ଶୂନ୍ୟ ହେବା ପରେ କିଛି ସମୟ ଚେତନା ଫେରେ ଓ ପୁନଶ୍ଚ ଚେତାନା ଶୂନ୍ୟ ହୋଇଯାଏ ।[2] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡ ବିନ୍ଧା, ଦ୍ୱନ୍ଦ୍ୱ, ବାନ୍ତି ଓ ପାରାଲିସିସ (inability to move parts of the body) ହୋଇଯାଏ ।[1] ଅବସ୍ଥା ସାଂଘାତିକ ହେଲେ ଅପସ୍ମାର ବାତ (seizures) ହୁଏ । [1]
ଏପିଡୁରାଲ ହେମାଟୋମା (Epidural hematoma) | |
---|---|
Extradural hematoma, epidural hemorrhage, epidural haematoma, epidural bleeding | |
ବିଭାଗ | ନିଉରୋସର୍ଜରୀ (Neurosurgery), ଆଶୁ ଭେଷଜ (emergency medicine) |
ଲକ୍ଷଣ | ମୁଣ୍ଡ ବିନ୍ଧା, ଦ୍ୱନ୍ଦ୍ୱ (confusion), ପାରାଲିସିସ (paralysis)[1] |
ଆକ୍ରାନ୍ତ ସମୟ | ଦୃତ[2] |
କାରଣ | ମୁଣ୍ଡ ଆଘାତ (Head injury), କୋଆଗୁଲୋପାଥି (bleeding disorder), ଭାସ୍କୁଲାର ମାଲଫର୍ମେସନ (blood vessel malformation)[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ମେଡିକାଲ ଇମେଜିଙ୍ଗ (Medical imaging) ସିଟି ସ୍କାନ (CT scan)[1] |
ସଠିକ ରୋଗ ନିର୍ଣ୍ଣୟ | ସବଡୁରାଲ ହେମାଟୋମା (Subdural hematoma), ସବଆରାକନଏଡ ହେମୋରେଜ (subarachnoid hemorrhage), (traumatic brain injury)[1] |
ଚିକିତ୍ସା | ଅପରେଶନ - କ୍ରାନିଓଟୋମି (craniotomy, ବରହୋଲ (burr hole)[1] |
ମୁଣ୍ଡ ଆଘାତ (head injury) ହୋଇ ଟେମ୍ପୋରାଲ ହାଡ଼ (temporal bone) ଭାଙ୍ଗିଯିବା ଯୋଗୁ ଓ ତା ସହିତ ମିଡିଲ ମେନିଞ୍ଜିଆଲ ଧମନୀରୁ ରକ୍ତସ୍ରାବ (middle meningeal artery) ହୋଇ ଏହି ଅବସ୍ଥା ଉପୁଜେ ।[3] ବେଳେ ବେଳେ ରକ୍ତସ୍ରାବ ବେମାରୀ (bleeding disorder) ବା ରକ୍ତନଳୀ ମାଲଫର୍ମେସନ (blood vessel malformation) ଯୋଗୁ ଏହା ହୁଏ ।[1] ସିଟି ସ୍କାନ (CT scan ବା ଏମଆରଆଇ MRI କରି ରୋଗ ନିର୍ଣ୍ଣୟ କରାଯାଏ ।[1] ଏହି ଭଳି ରକ୍ତସ୍ରାବ ମେରୁଅସ୍ଥିରେ ହେଲେ ତାହାକୁ ଏପିଡୁରାଲ ହେମାଟୋମା (spinal epidural hematoma) କୁହାଯାଏ । [3]
ଏହା ନିମନ୍ତେ ଆଶୁ ଚିକିତ୍ସା ଆବଶ୍ୟକ ଓ ତୁରନ୍ତ କ୍ରାନିଓଟୋମି (craniotomy) ବା ବର ହୋଲ (burr hole) କରାଯାଏ ।[1] ଚିକିତ୍ସା ନ ପାଇଲେ ମୃତ୍ୟୁ ହୋଇଯାଏ ।[4] ମୁଣ୍ଡ ଆଘାତ (head injuries) ମଧ୍ୟରୁ ୧-୪% ଲୋକଙ୍କର ଏହି ରୋଗ ହୁଏ ।[1] ସାଧାରଣତଃ ଏହା ନବ ଯୁବକଙ୍କର ହୁଏ ।[1] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଏହି ରୋଗ ଅଧିକ ହୁଏ ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.