ମସ୍ତିଷ୍କକୁ ଘେରି ରହିଥିବା ଡୁରା ମାଟର ଓ ଆରକନଏଡ ମାଟର ମଧ୍ୟବର୍ତ୍ତୀ ସ୍ଥାନରେ ରକ୍ତ ସଂଗ୍ରୁହିତ ହୋଇ ଜମିଗଲ From Wikipedia, the free encyclopedia
ସବଡ଼ୁରାଲ ହେମାଟୋମା (subdural hematoma/ SDH ) ରୋଗରେ ମସ୍ତିଷ୍କକୁ ଘେରି ରହିଥିବା ଡୁରା ମାଟର ଓ ଆରକନଏଡ ମାଟର ମଧ୍ୟବର୍ତ୍ତୀ ସ୍ଥାନରେ ରକ୍ତ ସଂଗ୍ରୁହିତ ହୋଇ ଜମିଯାଏ । [4] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡ ବିନ୍ଧା, ଦ୍ୱନ୍ଦ୍ୱ, ବ୍ୟକ୍ତିତ୍ୱର ପରିବର୍ତ୍ତନ ଏବଂ ଚେତନାହାନୀ ହୋଇପାରେ | [1] ରୋଗ ଜଟିଳ ହେଲେ ମସ୍ତିଷ୍କ ହାର୍ନିଆ ଓ ବାତ ହୋଇପାରେ । [4]
Subdural hematoma | |
---|---|
Subdural haematoma, subdural haemorrhage | |
ବିଭାଗ | Neurosurgery |
ଲକ୍ଷଣ | Headache, confusion, personality change, loss of consciousness[1] |
କାରଣ | Trauma, blood thinners, aneurysms, brain tumors, following lumbar puncture, spontaneous[2] |
ବିପଦ କାରକ | Alcoholism[1] |
ରୋଗ ନିର୍ଣ୍ଣୟ ପଦ୍ଧତି | CT scan[3] |
ସଠିକ ରୋଗ ନିର୍ଣ୍ଣୟ | Hydrocephalus ex vacuo, subdural abscess[4] |
ଚିକିତ୍ସା | Surgery, observation[1] |
ଏହା ସାଧାରଣତଃ ମସ୍ତିଷ୍କ ଆଘାତ ଯୋଗୁ ସବଡ଼ୁରାଲ ପଥ ଦେଇ ଯାଉଥିବା ଶିରା ଛିଣ୍ଡିଗଲେ ସବଡ଼ୁରାଲ ହେମାଟୋମା ସୃଷ୍ଟି ହୋଇଥାଏ | [4] ପିଲାମାନଙ୍କର ଦୁର୍ଘଟଣା ଯୋଗୁ ବା ଇଚ୍ଛାକୃତ ହୋଇପାରେ । [4] ଏଥିରେ କୌଣସି ଆଘାତ ସମ୍ବନ୍ଧୀୟ କାରଣ, ରକ୍ତ ପତଳାକାରୀ, ଆନିୟୁରିଜମ, ମସ୍ତିଷ୍କ ଅର୍ବୁଦ, ଲମ୍ବର ପଙ୍କଚର ଏବଂ ସ୍ୱତଃପ୍ରବୃତ୍ତ ଅନ୍ତର୍ଭୁକ୍ତ ହୁଏ ନାହିଁ | [2] ମଦ୍ୟପାନ ଏକ ବିପଦ କାରକ ଅଟେ | [1] ସାଧାରଣତଃ ସିଟି ସ୍କାନ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ | [5]
ରକ୍ତସ୍ରାବ ହଠାତ୍ ଆରମ୍ଭ ହୋଇ ଆକାରରେ ବଡ଼ ଧରଣର ହେଲେ ଅସ୍ତ୍ରୋପଚାର କରାଯାଏ | [2] ଅସ୍ତ୍ରୋପଚାରରେ ଏକ କ୍ରାନିଓଟୋମି କିମ୍ବା ବର ହୋଲ କରାଯାଏ । [1] ଛୋଟ ସବଡ଼ୁରାଲଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇପାରେ | [1]
ସାଂଘାତିକ ମୁଣ୍ଡ ଆଘାତ ରୋଗୀଙ୍କ ମଧ୍ୟରୁ ୫ରୁ ୨୫% ଲୋକଙ୍କ ମୁଣ୍ଡରେ ସବଡ଼ୁରାଲ ହେମାଟୋମା ହୋଇଥାଏ | [6] ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୩ ଜଣ କ୍ରନିକ୍ ସବଡ଼ୁରାଲ ପ୍ରଭାବିତ ହୋଇଥାଆନ୍ତି | [7] ସାଧାରଣତଃ ଯୁବକ ଏବଂ ବୃଦ୍ଧମାନଙ୍କଠାରେ ଏହି ଅବସ୍ଥା ଅଧିକ ଦେଖାଯାଏ | [4] ଆକ୍ୟୁଟ ସବଡ଼ୁରାଲ୍ ହେମାଟୋମା ଫଳରେ ୫୦ରୁ ୯୦% କ୍ଷେତ୍ରରେ ମୃତ୍ୟୁ ହୋଇପାରେ | [2] ସବଆକ୍ୟୁଟ୍ ଏବଂ କ୍ରୋନିକ୍ ସବଡ଼ୁରାଲ୍ ଗୁଡିକରେ ଫଳାଫଳ ଭଲ ହୁଏ | [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.