ପୋଟାସିଅମ ଆୟୋଡାଇଡ
From Wikipedia, the free encyclopedia
ପୋଟାସିଅମ ଆୟୋଡାଇଡ (Potassium iodide) ଏକ ରାସାୟନିକ ଯୌଗିକ ପଦାର୍ଥ (chemical compound), ଔଷଧ (medication) ଓ ଖାଦ୍ୟ ପରିପୂରକ (dietary supplement) । [1][2] ଔଷଧ ହିସାବରେ ଏହା ହାଇପରଥାଇରଏଡିଜ୍ମ (hyperthyroidism) ଓ କେତେକ ଔଷଧ (radiopharmaceutical) ଯୋଗୁ ରାଡିଏସନ ଏମରଜେନ୍ସି (radiation emergencies) ଉତ୍ପନ୍ନ ହେଉଥିବାରୁ ଥାଇରଏଡ ଗ୍ରନ୍ଥିର (thyroid gland) ସୁରକ୍ଷା ନିମନ୍ତେ ବ୍ୟବହାର କରାଯାଏ ।[3] ବିକାଶଶୀଳ ଦେଶମାନଙ୍କରେ ଚର୍ମ ରୋଗ ସ୍ପୋରୋଟ୍ରାକୋସିସ (sporotrichosis) ଓ ଫାଇକୋମାଇକୋସିସ (phycomycosis) ରୋଗରେ ଦିଆଯାଏ । [3][4] ଯେଉଁ ସ୍ଥାନରେ ଖାଦ୍ୟରେ ଆୟୋଡିନ (iodine) ଅଭାବ ଥାଏ ସେଠାରେ ଏହା ପରିପୂରକ ଭାବରେ ଦିଆଯାଏ ।[2] ଏହା ପାଟିରେ ଦିଆଯାଏ ।[3]
Clinical data | |
---|---|
Trade names | iOSAT, SSKI, ThyroSafe, ThyroShield, others |
AHFS/Drugs.com | monograph |
Pregnancy category |
|
ATC code | |
Legal status | |
Legal status |
|
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.028.782 |
Chemical and physical data | |
Formula | KI |
Molar mass | 166.0028 |
3D model (JSmol) | |
Melting point | 681 °C (1,258 °F) |
Boiling point | 1,330 °C (2,430 °F) |
Solubility in water | 1280 mg/mL (0 °C (32 °F)) 1400 mg/mL (20 °C (68 °F)) 1760 mg/mL (60 °C (140 °F)) 2060 mg/mL (100 °C (212 °F)) |
SMILES
| |
InChI
|
ପୋଟାସିଅମ ଆୟୋଡାଇଡର ସାଧାରଣ ପ୍ରତିକ୍ରିୟାର ବାନ୍ତି, ତରଳ ଝାଡ଼ା, ପେଟ ଯନ୍ତ୍ରଣା, ରାସ୍ ଓ ଲାଳ ଗ୍ରନ୍ଥି (salivary gland) ଫୁଲିବା ଦେଖାଯାଏ ।[3] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ଆଲର୍ଜି ପ୍ରତିକ୍ରିୟା, ମୁଣ୍ଡବଥା, ଗଏଟର (goitre) ଓ ଅବସାଦ (depression) ହୋଇପାରେ ।[4] ଗର୍ଭାବସ୍ଥାରେ ଏହା ଶିଶୁପ୍ରତି କ୍ଷତିକାରକ ହେଲେ ମଧ୍ୟ ରାଡିଏସନ ଏମରଜେନ୍ସିରେ ଦିଆଯାଏ ।[3] ପୋଟାସିଅମ ଆୟୋଡାଇଡର ରାସାୟନିକ ଫର୍ମୁଲା chemical formula ହେଲା କେଆଇ KI ।[5] ପୋଟାସିଅମ ହାଇଡ୍ରକ୍ସାଇଡ (potassium hydroxide) ସହିତ ଆୟୋଡିନ ମିଶେଇ ବ୍ୟବସାୟୀକ ଭିତ୍ତିରେ ପୋଟାସିଅମ ଆୟୋଡାଇଡ ତିଆରି କରାଯାଏ ।[6]
ସନ ୧୮୨୦ରୁ ଚିକିତ୍ସା କ୍ଷେତ୍ରରେ ପୋଟାସିଅମ ଆୟୋଡାଇଡ ବ୍ୟବହାର ହୋଇଆସୁଛି ।[7] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ କୋର୍ଷ ବାବଦ ୨୫ ଆମେରିକୀୟ ଡଲାରରୁ କମ୍ ଖର୍ଚ୍ଚ ହୁଏ ।[9] ଲୁଣରେ ଏହା ମିଶେଇ (iodization of salt) ପୋଟାସିମ ଆୟୋଡାଇଡ କରିବା ନିମନ୍ତେ ମଧ୍ୟ ବ୍ୟବହାର ହୁଏ । [2]