From Wikipedia, the free encyclopedia
ହାଇପରଥାଇରଏଡିଜମ, ଅନ୍ୟ ନାମ over active thyroid ଓ ହାଇପରଥାଇରିଓସିସ, ଏକ ରୋଗ ଯେଉଁଥିରେ ଥାଇରଏଡ ଗ୍ରନ୍ଥିରୁ ଅତ୍ୟଧିକ ଥାଇରଏଡ ହରମୋନ ନିର୍ଗତ ହୁଏ । [1] ଯେ କୌଣସି କାରଣରୁ ଅତ୍ୟଧିକ ଥାଇରଏଡ ହରମୋନ ସ୍ରାବ ହେଲେ ଥାଇରୋଟକ୍ସିକୋସିସ ରୋଗ ହୁଏ ଓ ହାଇପରଥାଇରଏଡିଜମ ଏହାର ଅନ୍ତର୍ଭୁକ୍ତ । [1] ଏହି ଦୁଇ ନାମକୁ ଅନେକ ଇଚ୍ଛାନୁଯାୟୀ ବ୍ୟବହାର କରନ୍ତି । [2] ଲୋକ ଅନୁସାରେ ଚିହ୍ନ ଓ ଲକ୍ଷଣ ବିବିଧ ହୁଏ । ଏହି ଲକ୍ଷଣ ଗୁଡ଼ିକ: ମାଂସପେଶୀ ଦୁର୍ବଳତା, ଶୋଇବା ଅସୁବିଧା, ଦୃତ ହୃତ୍ ସ୍ପନ୍ଦନ, ଉତ୍ତାପ ଅସହିଷ୍ଣୁତା, ତରଳ ଝାଡ଼ା, ବର୍ଦ୍ଧିଷ୍ଣୁ ଥାଇରଏଡ ଗ୍ରନ୍ଥି ଓ ଓଜନ ହ୍ରାସ । ବୟସ୍କ ଲୋକ ଓ ଗର୍ଭାବସ୍ଥାରେ ଏହି ରୋଗ ଲକ୍ଷଣ କମ ଦେଖାଯାଏ । [3] ଏକ ଅସାଧାରଣ ଜଟିଳତାର ନାମ ଥାଇରଏଡ ଝଡ଼ ଯେଉଁଥିରେ ସଂକ୍ରମଣ ହୋଇ ମାନସିକ ଦ୍ୱନ୍ଦ ଓ ଉଚ୍ଚ ଉତ୍ତାପ ହୁଏ ଓ ଶେଷରେ ମୃତ୍ୟୁ ହୁଏ । [4] ଏହି ରୋଗର ଏକ ବିପରୀତ ଅବସ୍ଥା ହେଉଛି ହାଇପୋଥାଇରଏଡିଜମ ଯେଉଁଥିରେ ସ୍ୱଳ୍ପ ଥାଇରଏଡ ହରମୋନ ସ୍ରାବ ହୁଏ । [5]
ଆମେରିକାରେ ହେଉଥିବା ହାଇପରଥାଇରଏଡିଜମ ରୋଗର କାରଣ ମଧ୍ୟରୁ ୫୦ %ରୁ ୮୦% କେବଳ ଗ୍ରେଭସ ଡିଜିଜ । [3][6] ଅନ୍ୟାନ୍ୟ କାରଣ: ମଲ୍ଟିନୋଡ୍ୟୁଲାର ଗଏଟର, ଟକସିକ ଆଡେନୋମା, ଥାଇରଏଡ ପ୍ରଦାହ ଓ ଅତ୍ୟଧିକ ଆୟୋଡିନ ଖାଦ୍ୟ ବା ସିନଥେଟକ ଥାଇରଏଡ ହରମୋନ ଖାଇଲେ ଏହି ରୋଗ ହୁଏ । [3][4] ଅସାଧାରଣ କେଶ ମଧ୍ୟରେ ପିଟୁଇଟାରି ଆଡେନୋମା ସମ୍ଭବ । ଚିହ୍ନ ଓ ଲକ୍ଷଣ ଦେଖି ରୋଗ ସନ୍ଦେହ କରାଯାଏ ଓ ନିର୍ଣ୍ଣୟ ନିମନ୍ତେ ରକ୍ତ ପରୀକ୍ଷା ଆବଶ୍ୟକ । ରକ୍ତ ପରୀକ୍ଷାରେ କମ ଥାଇରଏଡ ସ୍ଟିମୁଲେଟିଙ୍ଗ ହରମୋନ (ଟିଏସଏଚ) ଓ ଅଧିକ ଟି୩ କିମ୍ବା ଟି୪ ଥାଏ ।. ଥାଇରଏଡର ରେଡିଓଆୟୋଡିନ ଅପଟେକ, ଥାଇରଏଡ ସ୍କାନ, ଓ ଟିଏସଆଇ ଆଣ୍ଟିବଡି ପରୀକ୍ଷା ରୋଗ କାରଣ ନିର୍ଣ୍ଣୟରେ ସାହାଯ୍ୟ କରନ୍ତି । [3]
ରୋଗର କାରଣ ଓ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ । ଏହା ନିମନ୍ତେ ତିନି ପ୍ରକାର ଚିକିତ୍ସା ଉପଲବ୍ଧ ଯଥା ରେଡିଓଆୟୋଡିନ ଥେରାପି, ଔଷଧ ଓ ଥାଇରଏଡ ଅପରେଶନ । ରେଡିଓଆୟୋଡିନ ଥେରାପିରେ ପାଟିବାଟେ ଆୟୋଡିନ-୧୩୧ ଦିଆଯାଏ ଯାହା ଥାଏରଏଡ ଗ୍ରନ୍ଥିରେ ଗାଢ଼ ହୋଇ ତାହାକୁ କିଛି ସପ୍ତାହରୁ କିଛ ମାସ ମଧ୍ୟରେ ନଷ୍ଟ କରିଦିଏ । ଏହା ଫଳରେ ଜାତ ହେଉଥିବା ହାଇପୋଥାଇରଏଡିଜମ ରୋଗକୁ କୃତ୍ରିମ ଥାଇରଏଡ ହରମୋନ ଦେଇ ଚିକିତ୍ସା କରାଯାଏ । ବିଟା ବ୍ଲକରଦ୍ୱାରା ଲକ୍ଷଣ ନିୟନ୍ତ୍ରଣ କରାଯାଏ ଓ ଆଣ୍ଟିଥାଇରଏଡ ଔଷଧ ଯେପରିକି ମେଥିମାଜୋଲ ଦେଇ ଉପରୋକ୍ତ ଚିକିତ୍ସାର ଫଳ ଆସିବା ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀ କାଳୀନ ଚିକିତ୍ସା କରାଯାଏ । ଅପରେଶନ କରି ଥାଇରଏଡ ଗ୍ରନ୍ଥି ବାହାର କରିଦେବା ଆଉ ଏକ ପନ୍ଥା । କର୍କଟ ସଙ୍କଟ ଥିଲେ ବା ଅତି ବଡ଼ ଥାଇରଏଡ ହୋଇଥିଲେ ଏହି ଚିକିତ୍ସା କରାଯାଏ । [3] ଜନସଂଖ୍ୟାର ୧.୨ % ଲୋକଙ୍କୁ ଆମେରିକାରେ ଏହି ରୋଗ ହୁଏ । [1] ମହିଳାଙ୍କର ୨ରୁ ୧୦ ଗୁଣ ଅଧିକ ପୁରୁଷମାନଙ୍କୁ ଏହି ରୋଗ ହୁଏ । [3] ଏହି ରୋଗ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ଆରମ୍ଭ ହୁଏ । [4] ୬୦ ବର୍ଷ ବୟସ ପରେ ଏହି ରୋଗ ସାଧାରଣ ହୋଇଯାଏ । [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.