ବୃକ୍‌କ ବିଫଳତା (ଇଂରାଜୀ ଭାଷାରେ Kidney failure, ଅନ୍ୟ ନାମ end-stage kidney disease) ଏକ ବେମାରୀ ଯେଉଁଥିରେ ବୃକ୍‌କ ବା କିଡନି ତାର କାମ କରିବାକୁ ଅକ୍ଷମ ହୋଇଯାଏ ।[1] ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଏ ଯଥା:- ଆକ୍ୟୁଟ କିଡନି ଫେଲ୍ୟୁର (acute kidney failure) ଯାହା ବ‌ହୁତ ଶୀଘ୍ର ବୃଦ୍ଧି ପ୍ରାପ୍ତ ହୋଇଯାଏ ଓ କ୍ରନିକ କିଡନି ଫେଲ୍ୟୁର (chronic kidney failure) ଯେଉଁଥିରେ ଦୀର୍ଘ ସମୟ ଧରି ରୋଗ ରହେ ।[2] ପାଦ ଇଡିମା (Leg swelling), ଥକ୍କା ଅନୁଭବ, ଅରୁଚି, ବାନ୍ତି (vomiting) ଦ୍ୱନ୍ଦ୍ୱ (confusion) ଇତ୍ୟାଦି ଲକ୍ଷଣ ଏହି ରୋଗରେ ଦେଖାଯାଏ ।[1] ଆକ୍ୟୁଟ କେଶ୍ ଜଟିଳ ହେଲେ ଆକ୍ୟୁଟ: ଯୁରିମିଆ (Uremia), ଅଧିକ ରକ୍ତ ପୋଟାସିଅମ (high blood potassium), ଭଲ୍ୟୁମ ଓଭରଲୋଡ (volume overload) ଜାତ ହୁଏ[3]କ୍ରନିକ କେଶ୍ ଜଟିଳ ହେଲେ ହୃଦରକ୍ତନାଳୀ ରୋଗ, ଉଚ୍ଚ ରକ୍ତଚାପ ବା ଆନିମିଆ ଜାତ ହୁଏ । [7][8]

Quick Facts ବୃକ୍‌କ ବିଫଳତା/କିଡନି ଫେଲ୍ୟୁର (Kidney failure), ବିଭାଗ ...
ବୃକ୍‌କ ବିଫଳତା/କିଡନି ଫେଲ୍ୟୁର (Kidney failure)
Renal failure, end-stage renal disease (ESRD)
Thumb
ବୃକ୍‌କ କାର୍ଯ୍ୟ ବଦଳରେ ବ୍ୟବ‌ହୃତ ହେଉଥିବା ହେମୋଡାଏଲିସିସ (hemodialysis) ମେସିନ
ବିଭାଗମୂତ୍ରରୋଗ ବିଜ୍ଞାନ (Nephrology)
ଲକ୍ଷଣପାଦ ଇଡିମା (Leg swelling), ଥକ୍କା ଅନୁଭବ, ଅରୁଚି, ଦ୍ୱନ୍ଦ୍ୱ [1]
କାରଣଆକ୍ୟୁଟ: ନିମ୍ନ ରକ୍ତଚାପ (Low blood pressure), ମୂତ୍ର ପଥ (urinary tract) ଅବରୋଧ, କେତେକ ଔଷଧ, ରାବଡୋମାୟୋଲାଇସିସ ଓ ହେମୋଲାଇଟିକ ୟୁରେମିକ ସିଣ୍ଡ୍ରୋମ (hemolytic uremic syndrome).[2]
କ୍ରନିକ: ମଧୁମେହ, ଉଚ୍ଚ ରକ୍ତଚାପ, (nephrotic syndrome), ପଲିସିସ୍ଟିକ କିଡନି ଡିଜିଜ (polycystic kidney disease)[2]
ରୋଗ ନିର୍ଣ୍ଣୟ ପଦ୍ଧତିଆକ୍ୟୁଟ: ଓଲିଗୁରିଆ (Decreased urine production), ଅଧିକ ସେରମ କ୍ରିଏଟିନିନ (serum creatinine)[3]
କ୍ରନିକ:କମ୍ ଜିଏଫଆର (Glomerular filtration rate) (GFR) <୧୫[4]
ଚିକିତ୍ସାଆକ୍ୟୁଟ: କାରଣ ଅନୁସାରେ[5]
କ୍ରନିକ: ହେମୋଡାଏଲିସିସ (Hemodialysis), ପେରିଟୋନିଆଲ ଡାଏଲିସିସ (peritoneal dialysis), ବୃକ୍‌କ ଟ୍ରାନ୍ସପ୍ଲାଣ୍ଟ (kidney transplant)[1]
ପୁନଃପୌନିକଆକ୍ୟୁଟ: ବାର୍ଷିକ ୧,୦୦୦ରେ ୩ ଜଣ [6]
କ୍ରନିକ:୧,୦୦୦ରେ ଜଣେ (US)[4]
Close

ଆକ୍ୟୁଟ ରୋଗର କାରଣ ମଧ୍ୟରେ ନିମ୍ନ ରକ୍ତଚାପ (Low blood pressure), ମୂତ୍ର ପଥ (urinary tract) ଅବରୋଧ, କେତେକ ଔଷଧ, ରାବଡୋମାୟୋଲାଇସିସ ଓ ହେମୋଲାଇଟିକ ୟୁରେମିକ ସିଣ୍ଡ୍ରୋମ (hemolytic uremic syndrome) ରୋଗମାନଙ୍କ ନାମ ଉଲ୍ଲେଖନୀୟ ।[2] କ୍ରନିକ କେଶ୍‌ରେ ମଧୁମେହ, ଉଚ୍ଚ ରକ୍ତଚାପ, (nephrotic syndrome), ପଲିସିସ୍ଟିକ କିଡନି ଡିଜିଜ (polycystic kidney disease) ନାମ ନିଆଯାଏ ।[2] ଓଲିଗୁରିଆ (Decreased urine production) ଓ ଅଧିକ ସେରମ କ୍ରିଏଟିନିନ (serum creatinine) ଥିଲେ ଆକ୍ୟୁଟ ବୃକ୍‌କ ବିଫଳତା ନିର୍ଣ୍ଣୟ କରାଯାଏ । [3] ଜିଏଫଆର (Glomerular filtration rate) (GFR) ୧୫ରୁ କମ୍ ଥିଲେ ଓ ରେନାଲ ରିପ୍ଲେସମେଣ୍ଟ ଥେରାପିର ଆବଶ୍ୟକତା ଥିଲେ କ୍ରନିକ ବୃକ୍‌କ ବିଫଳତା ନିର୍ଣ୍ଣୟ କରାଯାଏ ।[4] ଏହା କ୍ରନିକ ବୃକ୍‌କ ରୋଗର ସ୍ଟେଜ ୫ ସ‌ହ ସମକକ୍ଷ ।[4]

ଆକ୍ୟୁଟ ରୋଗର କାରଣ ଅନୁସାରେ ଚିକିତ୍ସା କରାଯାଏ ।[5] କ୍ରନିକ ରୋଗର ଚିକିତ୍ସାରେ ହେମୋଡାଏଲିସିସ (Hemodialysis), ପେରିଟୋନିଆଲ ଡାଏଲିସିସ (peritoneal dialysis), ବୃକ୍‌କ ଟ୍ରାନ୍ସପ୍ଲାଣ୍ଟ (kidney transplant) ଇତ୍ୟାଦି କରାଯାଏ ।[1] ରକ୍ତକୁ ଫିଲଟର କରି ବିଶୁଦ୍ଧ କରିବା ନିମନ୍ତେ ଶରୀର ବାହାରେ ହେମୋଡାଏଲିସିସ ଯନ୍ତ୍ର ବ୍ୟବ‌ହାର କରାଯାଏ ।[1] ପେରିଟୋନିଆଲ ଡାଏଲିସିସ ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ତରଳ ପଦାର୍ଥ ଉଦର ଗ‌ହ୍ୱର (abdominal cavity) ମଧ୍ୟକୁ ପ୍ରବେଶ କରେଇ ଦେବା ପରେ ନିଷ୍କାସିତ କରିଦିଆଯାଏ ଓ ଏହି ପଦ୍ଧତିର ଦିନରେ ଅନେକ ଥର ପୁନରାବୃତ୍ତି କରିବାକୁ ପଡ଼େ ।[1] ବୃକ୍‌କ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲେ ଅନ୍ୟ ଏକ ଦାତାଠାରୁ ଏକ ବୃକ୍‌କ ଆଣି ପ୍ରତିସ୍ଥାପନ କରାଯାଏ ଓ ରିଜେକସନ (rejection) ନହେବା ନିମନ୍ତେ ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressant) ଦିଆଯାଏ ।[1] କ୍ରନିକ କେଶ୍‌ରେ ଖାଦ୍ୟ ପରିବର୍ତ୍ତନ ଓ ସକ୍ରିୟ ରହିବାକୁ ଉପଦେଶ ଦିଆଯାଏ । [1]

ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ପ୍ରତି ବର୍ଷ ୧,୦୦୦ ଲୋକରେ ୩ ଜଣ ଆକ୍ରାନ୍ତ ହୁଅନ୍ତି ।[6] ପ୍ରତି ୧,୦୦୦ରେ ଜଣକୁ କ୍ରନିକ ରୋଗ ଥିଲା ବେଳେ ପ୍ରତି ୧୯,୦୦୦ ଲୋକରେ ୩ ଜଣକୁ ସଦ୍ୟ ଆକ୍ରମଣ ହୁଏ ।[4][9] ଆକ୍ୟୁଟ ରୋଗ ଉପଶମ ହୋଇ ଭଲ ହୁଏ କିନ୍ତୁ କ୍ରନିକ ରୋଗ ଭଲ ହୁଏନି ।[2] କ୍ରନିକ ରୋଗୀ ଉପ‌ଯୁକ୍ତ ଚିକିତ୍ସାରେ ରହିଲେ କାର୍ଯ୍ୟକ୍ଷମ ରହନ୍ତି । [1]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.