ତୀବ୍ର ବୃକ୍କ ଆଘାତ ଅବସ୍ଥାରେ ହଠାତ ବୃକ୍କର କାର୍ଯ୍ୟ କମିଯାଏ । From Wikipedia, the free encyclopedia
ତୀବ୍ର ବୃକ୍କ ଆଘାତ/ ଏକେଆଇ (AKI ), ପୂର୍ବ ନାମ ତୀବ୍ର ବୃକକ୍ ବିଫଳତା (ARF), ଅବସ୍ଥାରେ ହଠାତ ବୃକ୍କର କାର୍ଯ୍ୟ କମିଯାଏ ।[2] ଏହାର ଲକ୍ଷଣରେ ପରିସ୍ରା ପରିମାଣ ହ୍ରାସ ହେବା ଦେଖାଯାଏ ।[2] ରୋଗ ଜଟିଳ ହେଲେ ଫୁସଫୁସ ଇଡିମା, ୟୁରେମିଆ ଏବଂ ହାଇପରକାଲେମିଆ ତଥା ମେଟାବୋଲିକ ଏସିଡୋସିସ ଭଳି ଅସ୍ୱାଭାବିକ ଇଲେକ୍ଟ୍ରୋଲାଇଟ ପରିବର୍ତ୍ତନ ହୁଏ ।[2]
Acute kidney injury | |
---|---|
Acute renal failure (ARF)[1] | |
ବିଭାଗ | Nephrology, urology |
କାରଣ | Prerenal: Bleeding, vomiting, diarrhea, sepsis, NSAIDs[2] Intrinsic: acute tubular necrosis, interstitial nephritis, glomerulonephritis[2] Post-renal: kidney stones, bladder cancer, urinary obstruction[2] |
ରୋଗ ନିର୍ଣ୍ଣୟ ପଦ୍ଧତି | 50% increase serum creatinine in 7 days, 26.5 umol/L (0.3 mg/dL) increase in 2 days, urine output < 0.5 mL/kg per hour x 6hrs[2] |
ଚିକିତ୍ସା | Prerenal: Intravenous fluids[2] Intrinsic: Supportive care, furosemide, immunosuppressants[2] Post-renal: Urinary tract drainage[2] |
Prognosis | Often reversible[2] |
ପୁନଃପୌନିକ | Common[2] |
ଏହାର କାରଣଗୁଡିକ ତିନି ଭାଗରେ ବିଭକ୍ତ କରାଯାଏ, ଯଥା:- ବୃକ୍କ ପୂର୍ବ, ବୃକ୍କ ଅନ୍ତର୍ନିହିତ ଓ ବୃକ୍କ ପରବର୍ତ୍ତୀ ।[2] ବୃକ୍କ ପୂର୍ବ କାରଣଗୁଡ଼ିକରେ ବୃକ୍କକୁ ରକ୍ତ ପ୍ରବାହ କମୁଥିବା କାରଣ ଯେପରିକି ରକ୍ତସ୍ରାବ, ବାନ୍ତି, ତରଳ ଝାଡ଼ା, ସେପ୍ସିସ୍ ଏବଂ ନନଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ ସେବନ ଯୋଗୁ ହୋଇଥାଏ । [2] ବୃକ୍କ ଅନ୍ତର୍ନିହିତ କାରଣରେ ତୀବ୍ର ଟ୍ୟୁବୁଲାର ନେକ୍ରୋସିସ ଓ ଗ୍ଲୋମେରୁଲାରନେଫ୍ରାଇଟିସ ଥାଇପାରେ ।[2] ବୃକ୍କ ପରବର୍ତ୍ତୀ କାରଣରେ ବୃକ୍କ ପଥର ରୋଗ, ମୂତ୍ରାଶୟ କର୍କଟ ଏବଂ ୟୁରିନାରି ରିଟେନସନ ଅନ୍ତର୍ଭୁକ୍ତ ଥାଏ । [2] ସେରମ କ୍ରିଏଟିନିନ ସ୍ତର ୭ ଦିନ ମଧ୍ୟରେ ୫୦% ବୃଦ୍ଧି ହେଲେ, ଦୁଇ ଦିନ ମଧ୍ୟରେ ୨୬.୫ ୟୁମୋଲ/ ଲି (୦.୩ ମିଗ୍ରା / ଡେଲି) କିମ୍ବା ଅତି କମରେ ଛଅ ଘଣ୍ଟା ପାଇଁ ଘଣ୍ଟା ପ୍ରତି ୦.୫ ମିଲି/ କିଲୋଗ୍ରାମରୁ କମ୍ ପରିସ୍ରା ଉତ୍ପାଦନ ହେଉଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[2]
ଅନ୍ତର୍ନିହିତ କାରଣ ଉପରେ ଆଂଶିକ ପରିଚାଳନା ନିର୍ଭର କରେ | [2] ଯଦି ମୂତ୍ରାଶୟ ଅବରୋଧ ଥାଏ, ତେବେ ନିଷ୍କାସନ ଆବଶ୍ୟକ ହୁଏ | [2] ଯଦି ବ୍ୟକ୍ତିର ରକ୍ତ ପରିମାଣ କମ୍ ଥାଏ, ତା'ହେଲେ ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ | [2] ବୃକ୍କ କାରଣ ଥିଲେ ଫୁରୋସେମାଇଡ୍ କିମ୍ବା ଇମ୍ମ୍ୟୁନୋସପ୍ରେସାଣ୍ଟ ବ୍ୟବହାର କରାଯାଇପାରେ | [2] ଅନ୍ୟାନ୍ୟ ସହାୟକ ପଦକ୍ଷେପରେ କମ୍ ପଟାସିୟମଯୁକ୍ତ ଖାଦ୍ୟ ଏବଂ ଡାଏଲିସିସ ଆବଶ୍ୟକ ହୋଇପାରେ | [2] ଏହି ଅବସ୍ଥା ପ୍ରାୟ ପରିବର୍ତ୍ତିତ ହୋଇ ସାଧାରଣ ହୋଇଯାଏ ।[2]
ଏକେଆଇ ଏକ ସାଧାରଣ ରୋଗ ଅଟେ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୭% ଲୋକ ଏବଂ ଆଇସିୟୁରେ ଭର୍ତ୍ତି ହୋଇଥିବା ୩୦% ଲୋକଙ୍କୁ ପ୍ରଭାବିତ କରିଥାଏ | [2] ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ କ୍ଷେତ୍ରରେ ୨୧% ରୋଗ ପ୍ରସବକାଳୀନ, ୬୯% ଅନ୍ତର୍ନିହିତ ବୃକ୍କ ଏବଂ ୧୦% ବୃକ୍କ ପରବର୍ତ୍ତୀ କାରଣରୁ ହୋଇଥାଏ। [2] ଅନ୍ତର୍ନିହିତ ବୃକ୍କ ଗୋଷ୍ଠୀର ତୀବ୍ର ଟ୍ୟୁବୁଲାର୍ ନେକ୍ରୋସିସ୍ ହେଉଛି ସବୁଠାରୁ ସାଧାରଣ କାରଣ | [2] ତୀବ୍ର କିଡନୀ ଆଘାତକୁ ପ୍ରଥମେ ବାଇଜାଣ୍ଟାଇନ ଅବଧିରେ (୩୩୦-୧୪୫୨) ବର୍ଣ୍ଣନା କରାଯାଇଥିଲା | [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.