ଡିମେନ୍ସିଆ ଏକ ବୃହତ୍ ଶ୍ରେଣୀର ମସ୍ତିଷ୍କ ରୋଗ ଯାହା ଦୀର୍ଘକାଳ ଧରି ଧିରେ ଧିରେ ଚିନ୍ତା ଓ ସ୍ମରଣ ଶକ୍ତି କମେଇ ଦିଏ, ଏହା ଯୋଗୁ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହୁଏ ।[1] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଭାବନା ସମସ୍ୟା, ଭାଷା ସମସ୍ୟା ହୁଏ ଓ ଅଭିପ୍ରେରଣ (motivation) କମିଯାଏ । [1][2] ଲୋକର ଚେତନ ଶକ୍ତି କମେନି । [1] ଲୋକର ପାରମ୍ପରିକ ମାନସିକ କାର୍ଯ୍ୟକଳାପରେ ପରିବର୍ତ୍ତନ ଓ ବୟସାଧିକ୍ୟ ଯୋଗୁ ସାଧାରଣ ନ୍ୟନତାଠାରୁ ଅଧିକ ନ୍ୟୁନ ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[1][3] ଏମାନଙ୍କର ଯତ୍ନ ନେଉଥିବା ଲୋକଙ୍କ ଉପରେ ଉଲ୍ଲେଖନୀୟ ପ୍ରଭାବ ପଡ଼େ ।[1]

Quick Facts ଡିମେନ୍ସିଆ, ଶ୍ରେଣୀବିଭାଗ ଓ ବାହାର ସ୍ରୋତ ...
ଡିମେନ୍ସିଆ
Thumb
ସାଧାରଣ ବୟସାଧିକ୍ୟ ମସ୍ତିଷ୍କ (ବାମ) ଓ ଆଲଜିମର ମସ୍ତିଷ୍କର ତୁଳନାତ୍ମକ ଚିତ୍ର ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpsychiatry[*], neurology[*]
ଆଇସିଡ଼ି-୧୦F00.-F07.
ଆଇସିଡ଼ି-୯-ସିଏମ୍290-294
ରୋଗ ଡାଟାବେସ29283
ମେଡ଼ିସିନ-ପ୍ଲସ000739
Patient UKଡିମେନ୍ସିଆ
MeSHD003704
Close

ସବୁଠାରୁ ଅଧିକ ହେଉଥିବା ସାଧାରଣ ଡିମେନ୍ସିଆର ୫୦ରୁ ୭୦% ରୋଗର ନାମ ଆଲଜିମର ରୋଗ । ଅନ୍ୟ ଡିମେନ୍ସିଆ ନାମ: ରକ୍ତନଳୀ ଡିମେନ୍ସିଆ ୨୫ % (vascular dementia),ଲିୟୁଇ ବଡି ଡିମେନ୍ସିଆ ୧୫ % (Lewy body dementia) ଓ ଫ୍ରଣ୍ଟୋଟେମ୍ପୋରାଲ ଡିମେନ୍ସିଆ (frontotemporal dementia) । [1][2] ଅଳ୍ପ ଦେଖାଯାଉଥିବା କାରଣ ମଧ୍ୟରେ ସାଧାରଣ ଚାପ ହାଇଡ୍ରୋସେଫାଲସ୍ (normal pressure hydrocephalus), ପାର୍କିନ୍‌ସନ୍ ରୋଗ, ସିଫିଲିସ୍କ୍ରୁଜ୍‌ଫେଲ୍ଟ-ଜାକୋବ୍ ରୋଗ (Creutzfeldt–Jakob disease) ଉଲ୍ଲେଖ‌ଯୋଗ୍ୟ । [4] ଜଣେ ରୋଗୀ ଏକାଧିକ ଡିମେନ୍ସିଆ ରୋଗରେ ଆକ୍ରାନ୍ତ ହୋଇପାରେ । [1] ଗୋଟିଏ ଛୋଟ ଆନୁପାତିକ ଅଂଶ ପାରିବାରିକ ଥାଏ । [5] ଡି.ଏସ୍.ଏମ୍-୫]]ରେ ଡିମେନ୍ସିଆ ରୋଗr ଗମ୍ଭୀରତା ଅନୁସାରେ ପୁନଃବର୍ଗୀକରଣ (neurocognitive disorder) କରାଯାଇଥିଲା । [6] ରୋଗ ଇତିହାସ, ବୋଧଶକ୍ତି ପରୀକ୍ଷା (en:cognitive testing) ସ‌ହ ମେଡିକାଲ ଇମେଜିଙ୍ଗ ଓ ରକ୍ତ ପରୀକ୍ଷାଆଦି କରି ଅନ୍ୟ ରୋଗର ସମ୍ଭାବ୍ୟ ଉପସ୍ଥିତି ଦୂର କରାଯାଏ । [7] ମିନି ମାନସିକ ଅବସ୍ଥ ପରୀକ୍ଷା ଏକ ସାଧାରଣ ହେଉଥିବା ବୋଧଶକ୍ତି ପରୀକ୍ଷା । [2] ସଙ୍କଟଜନ‌କ ଅବସ୍ଥା ଯେପରିକି ଉଚ୍ଚ ରକ୍ତଚାପ, ଡାଏବେଟିସ୍, ଧୂମ୍ରପାନମୋଟାପଣ ନିୟନ୍ତ୍ରଣ କରି ରହି ରୋଗକୁ ପ୍ରତିରୋଧ କରିବାକୁ ଚେଷ୍ଟା କରାଯାଏ । [1] ସବୁ ଲୋକମାନଙ୍କୁ ଏହି ରୋଗ ଚିହ୍ନଟ ନିମନ୍ତେ ସ୍କ୍ରନିଙ୍ଗ କରିବାକୁ ସୁପାରିସ୍ କରାଯାଏ ନାହିଁ । [8]

ଡିମେନ୍ସିଆ ଆରୋଗ୍ୟ ହୁଏ ନାହିଁ । [1] ଆସେଟିଲ୍ କୋଲିନଇସ୍ଟରେଜ ଇନ୍‌ହିବିଟର୍ (Cholinesterase inhibitor) ଯେପରିକି ଡନ୍‌ପେଜିଲ୍ (donepezil) ଅଧିକାଂଶ ସମୟରେ ବ୍ୟବ‌ହାର କରାଯାଏ ଓ ଉପକାର ମିଳେ । [9][10][11] ମୋଟା ମୋଟି ଅଳ୍ପ ଉପକାର ମିଳେ । [11][12] ରୋଗୀଙ୍କର ଜୀବଚ‌ଚର୍ଯ୍ୟା ଉନ୍ନତ କରିବା ନିମନ୍ତେ କେତେ ଗୁଡ଼ିଏ ଉପାୟ ଅବଲମ୍ବନ କରାଯାଇପାରେ । [1] କଗ୍‌ନିଟିଭ୍ ବିହେଭିଓରାଲ (Cognitive and behavioral interventions) ଚିକିତ୍ସା ଉପ‌ଯୁକ୍ତ ହୋଇପାରେ । [1] ରୋଗୀ ଯତ୍ନ‌କାରୀଙ୍କୁ ଶିକ୍ଷା ଓ ନୈତିକ ସମର୍ଥନ ଦିଆଯିବା ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । [1] ବ୍ୟାୟାମ କଲେ ଦୈନ‌ନ୍ଦିନ କାର୍ଯ୍ୟ ସ‌ହ ଫଳାଫଳ ଉନ୍ନତ ହୁଏ । [13] ଡିମେନ୍ସିଆ ଯୋଗୁ ବ୍ୟବ‌ହାରିକ ଗଣ୍ଡଗୋଳ ବା ସାଇକୋସିସ୍ ହେଲେ ଆଣ୍ଟିସାଇକୋଟିକ୍ ଦିଆଯାଏ କିନ୍ତୁ ଏହାର ଉପକାରୀତା ନ‌ଗନ୍ୟ ଓ ମୃତ୍ୟୁ ସଙ୍କଟ ଅଧିକ । [14][15] ପୃଥିବୀରେ ୩୬ ନିୟୁତ ଲୋକଙ୍କୁ ଡିମେନ୍ସିଆ ରୋଗ ଧରେ । [1] ଜୀବନରେ କେତେବେଳେ ହେଲେ ୧୦% ଲୋକ ଏହି ରୋଗର ଶୀକାର ହୁଅନ୍ତି । [5] ବୟସ ବୃଦ୍ଧି ସ‌ହିତ ଏହା ସାଧାରଣ ହୋଇଯାଏ । [16] ରୋଗୀ ସଂଖ୍ୟାର ୩ % ମଧ୍ୟରେ ୬୫ରୁ ୭୪ ବର୍ଷ ବୟସ୍କ ଲୋକ, ୧୯ % ମଧ୍ୟରେ ୭୫ରୁ ୮୪ ବର୍ଷ ବୟସ୍କ, ଏହାଠାରୁ ଅଧିକ ବୟସ୍କ ଲୋକ ସଂଖ୍ୟାର ପ୍ରାୟ ଅଧା ଲୋକ ଏହି ରୋଗ ଭୋଗ କରନ୍ତି । [17] ସନ ୧୯୯୦ରେ ଏହି ରୋଗରେ ୦.୮ ନିୟୁତ ମୃତ୍ୟୁ ହୋଇଥିବାବେଳେ ସନ ୨୦୧୩ରେ ୧.୭ ନିୟୁତ ମୃତ୍ୟୁ ହୋଇଥିଲା । [18] ଜନସଂଖ୍ୟା ଯେତେ ଅଧିକ ହୁଏ ଏହି ରୋଗୀ ସଂଖ୍ୟା ସେତେ ଅଧିକ ଓ ସାଧାରଣ ହୁଏ । [16] ବିକଶିତ ଦେଶମାନଙ୍କରେ ସଙ୍କଟପ୍ରଦ କାରକ ଗୁଡ଼ିକ କମିଯିବାରୁ ନିର୍ଦ୍ଦିଷ୍ଟ ବୟସ ଦଳରେ ଏହି ରୋଗୀ ସଂଖ୍ୟା କମୁଛି । [16] ବୃଦ୍ଧ ବୟସରେ ଅକ୍ଷମତାର ଏହା ଏକା ସାଧାରଣ କାରଣ । [2] ଏହା ଯୋଗୁ ବାର୍ଷିକ ୬୦୪ ବିଲିଅନ୍ ଆମେରିକୀୟ ଡଲାର କ୍ଷତି ହେଉଥିବା ବିଶ୍ୱାସ କରାଯାଏ । [1] ଡିମେନ୍ସିଆ ରୋଗୀଙ୍କୁ ଆବଶ୍ୟକତାରୁ ଅଧିକ ଶାରୀରିକ ଓ ରାସାୟନିକ ନିୟନ୍ତ୍ରଣ କରୁଥିବାରୁ ହ୍ୟୁମାନ ରାଇଟ ଉଲ୍ଲଘଂନ ହେଉଥିବାର ପ୍ରଶ୍ନବାଚୀ ଚିହ୍ନ ଉଠେ । [1] ଏହି ରୋଗୀଙ୍କୁ ସାମାଜିକ କଳଙ୍କରୂପେ (Social stigma) ଧରାଯାଉଥିଲା । [2]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.