ଫ୍ରଣ୍ଟୋଟେମ୍ପୋରାଲ ଡିମେନ୍ସିଆ ( FTD ) ରୋଗରେ ଫ୍ରଣ୍ଟାଲ ଏବଂ ଟେମ୍ପୋରାଲ ଲୋବ ସହିତ ଜଡିତ ଅନେକ ପ୍ରକାରର ଡିମେନ୍ସିଆ ଥାଏ | [8] [9] ପ୍ରାଥମିକ ଲକ୍ଷଣଗୁଡ଼ିକ ମଧ୍ୟରେ ଆଚରଣ କିମ୍ବା ଭାଷା ଅନିୟମିତ ଥାଏ | [7] ଏଥିରେ ବ୍ୟକ୍ତିତ୍ୱ ପରିବର୍ତ୍ତନ, ଭାବପ୍ରବଣତାର ଅଭାବ, ବ୍ୟବହାରର ପୁନରାବୃତ୍ତି, ବାକ୍ ଶକ୍ତି ହରାଇବା ଏବଂ ଭାଷା ବୁଝିବାର କ୍ଷମତା ହ୍ରାସ ହୋଇପାରେ | [3] [10] ଏହି ରୋଗ ସାଧାରଣତଃ ଧୀରେ ଧୀରେ ଆରମ୍ଭ ହୋଇ ଅନେକ ବର୍ଷ ମଧ୍ୟରେ ଖରାପ ଦିଗକୁ ଗତି କରନ୍ତି | [11] ସ୍ମୃତି ଏବଂ ମୋଟୋର କାର୍ଯ୍ୟଗୁଡ଼ିକ ଅପେକ୍ଷାକୃତ ସଂରକ୍ଷିତ ରହିଥାଏ | [3]
Frontotemporal dementia | |
---|---|
Frontotemporal degeneration disease,[1] frontotemporal neurocognitive disorder[2] | |
ବିଭାଗ | Psychiatry, neurology |
ଲକ୍ଷଣ | Personality changes, lack of emotions, repetitive behavior, loss of vocabulary, decreased ability to understand language[3][4] |
ଆକ୍ରାନ୍ତ ସମୟ | 50s and 60s[5] |
କାରଣ | Unknown[6] |
ବିପଦ କାରକ | Family history, head injury, thyroid disease[7][4] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and MRI[5] |
ସଠିକ ରୋଗ ନିର୍ଣ୍ଣୟ | Alzheimer, vascular dementia, Lewy body dementia, alcoholism[4] |
ଚିକିତ୍ସା | Supportive care[5] |
Prognosis | Life expectancy 7.5 yrs[4] |
ପୁନଃପୌନିକ | 2 per 10,000 (45 to 65 year old)[5] |
ଏହାର କାରଣ ଜଣା ପଡିନାହିଁ। [12] ପାରିବାରିକ ଇତିହାସ, ମୁଣ୍ଡରେ ଆଘାତ ଓ ଥାଇରଏଡ ରୋଗ ଥିଲେ ଫ୍ରଣ୍ଟୋଟେମ୍ପୋରାଲ ଡିମେନ୍ସିଆ ସଙ୍କଟ ରହେ । [9] [10] ଅନ୍ତର୍ନିହିତ ପ୍ରଣାଳୀରେ ନିଉରନ ଗୁଡ଼ିକ ନଷ୍ଟ ହୋଇଯାଇଥାଏ ବିଶେଷତଃ ସ୍ପିଣ୍ଡଲ ନିଉରନ | [4] [13] ତିନୋଟି ମୁଖ୍ୟ ଉପ-ପ୍ରକାର ଅଛି: ଆଚରଣଗତ ପ୍ରକାର (bvFTD), ପ୍ରାଥମିକ ପ୍ରଗତିଶୀଳ ଆଫାସିଆ-ସେମାଣ୍ଟିକ ଭାରିଆଣ୍ଟ ଓ ନନ୍ଫ୍ଲୁଏଣ୍ଟ ଭାରିଆଣ୍ଟ (nfvPPA) | [7] [14] ସମ୍ପର୍କୀୟ ରୋଗମାନଙ୍କର ନାମ ପ୍ରଗତିଶୀଳ ସୁପ୍ରାନିଉକ୍ଲିଆର ପାଲସି, କର୍ଟିକୋବାସାଲ ସିଣ୍ଡ୍ରୋମ ଏବଂ ଆମାୟୋଟ୍ରୋଫିକ୍ ଲାଟେରାଲ୍ ସ୍କ୍ଲେରୋସିସ୍ (FTD-ALS) | [11]
ଏହି ରୋଗର କୌଣସି ଉପଶମ ନାହିଁ | [12] ପରିଚାଳନାରେ ସାମାଜିକ ସମର୍ଥନ, ଆଚରଣବିଧି ଚିକିତ୍ସା ଏବଂ ବକ୍ତବ୍ୟ ଚିକିତ୍ସା ଆବଶ୍ୟକ ହୁଏ | [10] ଅନ୍ୟାନ୍ୟ ପ୍ରୟାସରେ ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର, ଆଣ୍ଟିସାଇକୋଟିକ୍ସ ଏବଂ ଗାଲାଟାମାଇନ ସାହାଯ୍ୟରେ ଲକ୍ଷଣ ଉନ୍ନତ କରିବାକୁ ଚେଷ୍ଟା କରାଯାଏ | [6] ଅନେକ ପ୍ରକାରର ଚିକିତ୍ସା ଅନୁଶୀଲନ ଚାଲିଛି ।[4] ରୋଗ ନିର୍ଣ୍ଣୟ ପରେ ହାରାହାରି ଆୟୁଷ ପ୍ରାୟ ୭.୫ ବର୍ଷ ।[4]
ଏହି ରୋଗ ବର୍ଷକୁ ପ୍ରାୟ ୪୦ ବର୍ଷ ଦଶକରେ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ହୁଅନ୍ତି, ୫୦ ବର୍ଷ ଦଶକରେ ୧୦୦,୦୦୦ରେ ୩ ଜଣ ଏବଂ ୬୦ ବର୍ଷ ଦଶକରେ ୧୦୦,୦୦୦ ଜଣରେ ୯ ଜଣ ପ୍ରଭାବିତ ହୁଅନ୍ତି | [10] ୬୫ ବର୍ଷ ବୟସ ପୂର୍ବରୁ ବାରମ୍ବାର ରୋଗ ହେବାରେ ଆଲଜିମର ରୋଗ (AD) ପରେ ଏହା ଦ୍ୱିତୀୟ ଅଟେ | [11] ୪୦ରୁ ୬୦ଦଶକରେ ଥିବା ଲୋକମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି | [5] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି | [5] ଏହାକୁ ପ୍ରଥମେ ୧୮୯୨ମସିହାରେ ଆର୍ନୋଲ୍ଡ ପିକ ବର୍ଣ୍ଣନା କରିଥିଲେ ଏବଂ ଏହାକୁ ପ୍ରଥମେ ପିକ୍ ରୋଗ କୁହାଯାଉଥିଲା, ଯାହା ବର୍ତ୍ତମାନ bvFTD ପାଇଁ ସଂରକ୍ଷିତ | [15] [12]
ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.