![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/3a/Aspirin-B-3D-balls.png/640px-Aspirin-B-3D-balls.png&w=640&q=50)
ଆସ୍ପିରିନ
ଔଷଧ / From Wikipedia, the free encyclopedia
ଆସ୍ପିରିନ (ଇଂରାଜୀ ଭାଷାରେ ଆସ୍ପିରିନ/Aspirin, ରାସାୟନିକ ନାମ ଆସେଟାଇଲ ସାଲିସାଲିକ ଏସିଡ/acetylsalicylic acid ବା ଏଏସଏ/ASA) ଏକ ପ୍ରକାର ଔଷଧ ଯାହା ପ୍ରଦାହ, ଯନ୍ତ୍ରଣା ଓ ଜ୍ୱର ନିବାରଣ ନିମନ୍ତେ ଦିଆଯାଏ ।[3] କାୱାସାକି ଡିଜିଜ, ପେରିକାର୍ଡ଼ାଇଟିସ (pericarditis) ଓ ରିଉମାଟିକ ଜ୍ୱର ଇତ୍ୟାଦି ରୋଗରେ ଏହା ନିର୍ଦ୍ଦିଷ୍ଟ ଭାବରେ ଦିଆଯାଏ । ହୃଦ୍ଘାତ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଆସ୍ପିରିନ ଦେଲେ ମୃତ୍ୟୁ ସଙ୍କଟ କମିଯାଏ । ଉଚ୍ଚ ସଙ୍କଟ ଥିବା ଲୋକଙ୍କର ହୃଦ୍ଘାତ, ସ୍ଟ୍ରୋକ ଓ ଥ୍ରୋମ୍ବସ (blood clots) ରୋଗମାନଙ୍କର ପ୍ରତିରୋଧ ନିମନ୍ତେ ଦୀର୍ଘକାଳୀନ ଆସ୍ପିରିନ ଦିଆଯାଏ ।[3] ଆସ୍ପିରିନ ଦେଲେ କୋଲୋରେକ୍ଟାଲ କର୍କଟ ଭଳି କେତେକ କର୍କଟ ରୋଗମାନଙ୍କର ସଙ୍କଟ କମିଯାଏ ।[4] ଜ୍ୱର ଓ ଯନ୍ତ୍ରଣା ନିମନ୍ତେ ଦେଲେ ଏହି ଔଷଧର କାର୍ଯ୍ୟ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇଯାଏ ।[3]
![]() | |
![]() | |
Clinical data | |
---|---|
Pronunciation | acetylsalicylic acid /əˌsiːtəlˌsæl[invalid input: 'ɨ']ˈsɪl[invalid input: 'ɨ']k/ |
Synonyms | 2-acetoxybenzoic acid acetylsalicylate acetylsalicylic acid O-acetylsalicylic acid |
AHFS/Drugs.com | monograph |
MedlinePlus | a682878 |
data |
|
Pregnancy category |
|
Routes of administration | Most commonly by mouth, also rectal, lysine acetylsalicylate may be given intravenously or intramuscularly |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 80–100%[1] |
Protein binding | 80–90%[2] |
Metabolism | Liver, (CYP2C19 and possibly CYP3A), some is also hydrolysed to salicylate in the gut wall.[2] |
Elimination half-life | Dose-dependent; 2–3 hours for low doses, 15–30 hours for large doses.[2] |
Excretion | Urine (80–100%), sweat, saliva, feces[1] |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL |
|
PDB ligand | |
ECHA InfoCard | 100.000.059 ![]() |
Chemical and physical data | |
Formula | C9H8O4 |
Molar mass | 180.157 g/mol |
3D model (JSmol) | |
Density | 1.40 g/cm3 |
Melting point | 135 °C (275 °F) |
Boiling point | 140 °C (284 °F) (decomposes) |
Solubility in water | 3 mg/mL (20 °C) |
SMILES
| |
InChI
| |
(verify) |
ଏହି ଔଷଧ ଯୋଗୁ ପେଟ ଗୋଳମାଳ (upset stomach) ଭଳି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ପାକସ୍ଥଳୀ ଘାଆ, ପାକସ୍ଥଳୀ ରକ୍ତସ୍ରାବ ଓ ଆଜ୍ମା ଅଧିକ ହେବା ଦେଖାଯାଏ । ମଦ୍ୟପାନ ଓ କେତେକ ଔଷଧ ଯେପରିକି ନନ୍ସ୍ଟିରଏଡାଲ ଆଣ୍ଟିନଫ୍ଲାମେଟରି (nonsteroidal anti-inflammatory drug) ବା ଆଣ୍ଟିକୋଆଗୁଲାଣ୍ଟ (blood thinners) ସେବନ କଲେ ଓ ବୟସ୍କ ଲୋକଙ୍କର ରକ୍ତସ୍ରାବ ସଙ୍କଟ ଅଧିକ ରହେ । ଗର୍ଭାବସ୍ଥାର ଶେଷ ଭାଗରେ ଆସ୍ପିରିନ ଦେବାକୁ ସୁପାରିସ କରାଯାଏ ନାହିଁ । ରେ ସିଣ୍ଡ୍ରୋମ ହେବା ସମ୍ଭାବନା ଥିବାରୁ ସଂକ୍ରମଣ ଥିବା ପିଲାଙ୍କୁ ଆସ୍ପିରିନ ଦିଆଯାଏ ନାହିଁ । ଅଧିକ ଡୋଜ ଦେଲେ ଟିନାଇଟସ ହୁଏ । ଅନ୍ୟାନ୍ୟ ଏନଏସଆଇଡି ଭଳି ଏହା କାମ କରିବା ସହ ପ୍ଲାଟେଲେଟର କାର୍ଯ୍ୟବିଧି ଅବରୋଧ କରିଦିଏ ।[3]
ଅତି କମରେ ପ୍ରାୟ ୨୪୦୦ ବର୍ଷ ଧରି ଔଷଧୀୟ ଗୁଣ ଥିବା ଯୋଗୁ ଆସ୍ପିରିନ ଥିବା ଉଇଲୋ ଗଛର ପତ୍ର ବ୍ୟବହୃତ ହୋଇଆସିଛି ।[5] ସନ ୧୭୬୩ରେ ଏଡ଼ୱାର୍ଡ଼ ସ୍ଟୋନ (Edward Stone) ଏହାର ଛାଲି ରସ ନେଇ ଜ୍ୱର ନିମନ୍ତେ ପ୍ରଥମ ଅନୁଶୀଳନ କରିଥିଲେ ।[6][5] ସନ ୧୮୯୭ରେ ରାସାୟନିକ ପଦ୍ଧତିରେ ଆସ୍ପିରିନ ପ୍ରସ୍ତୁତ କରିଥିବା ଯୋଗୁ ବେୟର କମ୍ପାନୀର କେମିଷ୍ଟ ଫେଲିକ୍ସ ହଫମ୍ୟାନଙ୍କୁ (Felix Hoffmann) ଶ୍ରେୟ ଦିଆଯାଏ ।[7]
ପୃଥିବୀରେ ସର୍ବାଧିକ ବ୍ୟବହୃତ ଔଷଧମାନଙ୍କ ମଧ୍ୟରୁ ଆସ୍ପିରିନ ଗୋଟିଏ ଯାହା ଲୋକମାନେ ପ୍ରତିବର୍ଷ ୪୦,୦୦୦ ଟନ (୫୦ରୁ ୧୨୦ ନିୟତ ବଟିକା) ଗ୍ରହଣ କରୁଛନ୍ତି ।[8][5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[9] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । ସନ ୨୦୧୪ରେ ଏହାର ବିକାଶଶୀଳ ଦେଶମାନଙ୍କରେ ଏହାର ହୋଲସେଲ ମୂଲ୍ୟ ଡୋଜ ପିଛା ୦.୦୦୨ରୁ ୦.୦୨୫ ଆମେରିକୀୟ ଡଲାର ।[10] ସନ ୨୦୧୫ରେ ଗୋଟିଏ ମାସର ଆସ୍ପିରିନ ଖର୍ଚ୍ଚ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୨୫ ଡଲାରରୁ କମ ।[11]