From Wikipedia, the free encyclopedia
୨୦୧୧ ମସିହାରେ ହେଇଥିବା ICC କ୍ରିକେଟ ବିଶ୍ୱ କପ, ବିଶ୍ୱ କପ ଇତିହାସରେ ୧୦ ମ ବିଶ୍ୱ କପ ଥିଲା । ଏହା ମିଳିତ ଭାବରେ ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶରେ ଆୟୋଜିତ ହେଇଥିଲା । ଭାରତ ଏହି ଟୁର୍ଣାମେଣ୍ଟ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଜିତିଥିଲା । ଏହା ଭାରତର ୧୯୮୩ ପରେ ଜିତିଥିବା ଅନ୍ୟତମ ବିଶ୍ୱ କପ ବିଜୟ । ଏହା ଜିତିବା ପରେ ଭାରତ ନିଜ ଦେଶରେ ଆୟୋଜିତ ହଉଥିବା ବିଶ୍ୱ କପ ଜିତିବାରେ ପ୍ରଥମ ଦେଶ ମଧ୍ୟ ହେଲା । ଏହି ବିଶ୍ୱ କପରେ ଯୁବରାଜ ସିଂହ "man of the tournament ପୁରସ୍କାର ଜିତିଥିଲେ । ପ୍ରଥମ ଥର ପାଇଁ ୨ଟି ଏସୀୟ ଦେଶ ବିଶ୍ୱ କପ ଫାଇନାଲ ଖେଳିଥିଲେ ଓ ଅଷ୍ଟ୍ରେଲିଆ ୧୯୯୨ ପରେ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇ ନଥିଲା ।
ଏହି ବିଶ୍ୱ କପରେ ୧୪ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏଥିରେ ଟେଷ୍ଟ ମାନନ୍ୟତା ପ୍ରାପ୍ତ ୧୦ଟି ଦେଶ ସମେତ ICCର ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟରୁ ବାକି ୪ଟି ଦଳ ଚୟନ କରା ଯାଇଥିଲା ।
୨୦୦୭ ମସିହାରେ ICCଦ୍ୱାରା ଆହୁତ ସମ୍ମିଳନୀରେ ବିଶ୍ୱ କପର ପ୍ରଚଳିତ ଫର୍ମାଟର ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ୧୪ଟି ଦଳକୁ ନେଇ ଦୁଇଟି ଗ୍ରୁପରେ ୭ଟି ଲେଖା ଦଳ ଭିତରେ ରାଉଣ୍ଡ ରବୀନ ପଦ୍ଧତିରେ ମେଚ ଅନୁଷ୍ଠିତ କରି ପ୍ରତି ଗ୍ରୁପରୁ ଶ୍ରେଷ୍ଠ ୪ଟି ଲେଖା ଟିମକୁ ନେଇ ସୁପର ୮ ପ୍ରତିଯୋଗିତା ହେବାର ସ୍ଥିର ହେଇଥିଲା ।
ICC ଟେଷ୍ଟ ମାନ୍ୟତାରେ ଥିବା ୧୦ଟି ଦଳକୁ ସିଧା ସଳଖ ପ୍ରବେଶ ଦିଅ ଯାଇ ଅବଶିଷ୍ଟ ୪ଟି ସ୍ଥାନ ପାଇଁ ଯୋଗ୍ୟତା ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଏହି ଯୋଗ୍ୟତା ପ୍ରତିଯୋଗିତାରେ ଆୟରଲଣ୍ଡ, କାନାଡା, ହଲାଣ୍ଡ ଓ କେନିୟା ଏହି ପ୍ରତିଯୋଗତାର ପ୍ରଥମ ୪ଟି ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କଲେ ।
୧୪ଟି ଅଂଶ ଗ୍ରହଣ ଯୋଗ୍ୟ ଦଳଙ୍କ ମଧ୍ୟରେ ଗ୍ରୁପ A ଓ ଗ୍ରୁପ B ଗଠିତ ହେଲା
Group A | Group B | ||
---|---|---|---|
Rank | Team | Rank | Team |
Full Members | |||
1 | Australia | 2 | India (co-host) |
3 | Pakistan | 4 | South Africa |
5 | New Zealand | 6 | England |
7 | Sri Lanka(co-host) | 8 | West Indies |
9 | Zimbabwe | 10 | Bangladesh (co-host) |
Associate Members | |||
11 | Canada | 12 | Ireland |
13 | Kenya | 14 | Netherlands |
ଏହି ପ୍ରତିଯୋଗିତା ପାଇଁ ପାକିସ୍ତାନ ମଧ୍ୟ ସହ ଆୟୋଜକ ହେବାର ସ୍ଥିର ହେଇଥିଲା । ତେବେ ୨୦୦୯ ମସିହାରେ ଆତଙ୍କବାଦୀମାନଙ୍କଦ୍ୱାରା ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ବସରେ ଆକ୍ରମଣ ହେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନକୁ ମେଚ ଆୟୋଜନ ସୁଯୋଗରୁ ବାଦ ଦିଆ ଯିବାର ନିଷ୍ପତ୍ତି ନିଆଯାଇଥିଲା ।
Group A | Group B | ||
---|---|---|---|
Rank | Team | Rank | Team |
Full Members | |||
1 | Australia | 2 | India (co-host) |
3 | Pakistan | 4 | South Africa |
5 | New Zealand | 6 | England |
7 | Sri Lanka(co-host) | 8 | West Indies |
9 | Zimbabwe | 10 | Bangladesh (co-host) |
Associate Members | |||
11 | Canada | 12 | Ireland |
13 | Kenya | 14 | Netherlands |
ଏହି ବିଶ୍ୱ କପ ପାଇଁ ହିନ୍ଦୀ, ସିଂହଳୀ ଓ ବାଂଲା ଭାଷାରେ ୩ଟି ଗାନ ଚୟନ କରାଯାଇଥିଲା । ଉଦ୍ଧଘାଟନ ସମାରୋହରେ ଏହି ସବୁ ଗାନ ପରିବେଷିତ ହେଇଥିଲା ।
" ସ୍ତୁମ୍ପି " ନାମ ଦିଅ ହେଇଥିବା ଏକ ହାତିଶାବକକୁ ମାସ୍କଟ ଭାବରେ ସ୍ୱୀକୃତି ଦିଅ ଯାଇଥିଲା । ଏକ ଅନଲାଇନ ପ୍ରତିଯୋଗିତା ମାଧ୍ୟମରେ ଏହା ବଛା ଯାଇଥିଲା ।
ବାଂଲାଦେଶର ରାଜଧାନୀ ଢାକାର ବଙ୍ଗବନ୍ଧୁ ଜାତୀୟ ଷ୍ଟାଡିଅମରେ ୧୭ ଫେବୃଆରୀ, ୨୦୧୧ରେ ଏହି ବିଶ୍ୱ କପର ଉଦଘାଟନ ସମାରୋହ ଅନୁଷ୍ଠିତ ହେଇଥିଲା ।
ଏହି ପ୍ରତିଯୋଗିତାରେ ଦଳ ମାନଙ୍କ ପାଇଁ ପୁରସ୍କାର ରାଶିର ବର୍ଦ୍ଧନ କରା ଯାଇଥିଲା
India | ||||
---|---|---|---|---|
Kolkata | Chennai | New Delhi | Nagpur | Ahmedabad |
Eden Gardens | M. A. Chidambaram Stadium | Feroz Shah Kotla Ground | Vidarbha Cricket Association Stadium |
Sardar Patel Stadium |
Capacity: 66,349 | Capacity: 37,220 | Capacity: 40,715 | Capacity: 45,000 | Capacity: 54,000 |
Mumbai | Mohali | Bangalore | ||
Wankhede Stadium | Punjab Cricket Association Stadium |
M. Chinnaswamy Stadium | ||
Capacity: 32,000 | Capacity: 42,000 | Capacity: 36,430 | ||
Sri Lanka | Bangladesh | |||
Colombo | Pallekele | Hambantota | Chittagong | Dhaka |
R. Premadasa Stadium | Pallekele International Cricket Stadium |
Mahinda Rajapaksa International Stadium |
Zohur Ahmed Chowdhury Stadium |
Sher-e-Bangla National Cricket Stadium |
Capacity: 35,000 | Capacity: 35,000 | Capacity: 35,000 | Capacity: 20,000 | Capacity: 26,000 |
ପ୍ରତେକ ଦଳରେ ୧୫ ଜଣ ଖେଳାଳିଙ୍କୁ ଆସିବାକୁ ଅନୁମତି ଦିଆ ଯାଇଥିଲା ।
ପରିସ୍ଥିତି ସହ ଖାପ ଖୁଆଇବାକୁ ବିଶ୍ୱ କପ ମେଚ ଆରମ୍ଭ ହେବା ଆଗରୁ ପ୍ରତି ଦଳ ପାଇଁ ଅଭ୍ଯାସ ମେଚ ସବୁର ଆୟୋଜନ କରା ଯାଇଥିଲା ।
ଗ୍ରୁପର ୭ଟି ଦଳ ମଧ୍ୟରୁ ଶ୍ରେଷ୍ଠ ୪ଟି ଦଳ କ୍ୱାଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ
ଗ୍ରୁପର ୭ଟି ଦଳ ମଧ୍ୟରୁ ଶ୍ରେଷ୍ଠ ୪ଟି ଦଳ କ୍ୱାଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.