୧୨ଶ ଲୋକ ସଭା
From Wikipedia, the free encyclopedia
ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୨ଶ ଲୋକ ସଭାକୁ ୧୯୯୮ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୦ ମାର୍ଚ୍ଚ ୧୯୯୮ରୁ ୨୬ ଅପ୍ରେଲ ୧୯୯୯ । ୧୯୯୮ ସାଧାରଣ ନିର୍ବାଚନ ଫେବୃଆରୀ-ମାର୍ଚ୍ଚ ୧୯୯୮ରେ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ସଭା ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୯ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।[1]
ଏହି ଲୋକ ସଭା ନିର୍ବାଚନରେ ପୂର୍ବ ଦୁଇ ଲୋକ ସଭା ୧୦ମ ଲୋକ ସଭା ଓ ୧୧ଶ ଲୋକ ସଭା ଭଳି ଝୁଲା ସରକାର ହୋଇଥିଲା, କାରଣ କୌଣସି ନିର୍ଦ୍ଦିଷ୍ଟ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନଥିଲେ । ଅଟଳ ବିହାରୀ ବାଜପେୟୀ ଏହି ଲୋକ ସଭାର ପ୍ରଧାନମନ୍ତ୍ରୀ ହୋଇଥିଲେ, ମାତ୍ର ସ୍ପଷ୍ଟ ଜନାଦେଶ ନ ହେବାରୁ ତାଙ୍କର ସରକାର ମାତ୍ର ୧୩ ମାସ ଚାଲିଥିଲା । ଏ.ଆଇ.ଏ ଡି.ଏମ୍.କେର ସମର୍ଥନ ପ୍ରତ୍ୟାହାର ପରେ ଅନ୍ୟାନ୍ୟ ରାଜନୈତିକ ଦଳମାନେ ସଂଖ୍ୟାଗରିଷ୍ଠତା ପାଇଁ ସମର୍ଥନ ଦେଇ ନଥିଲେ ।[2] ଅଟଳ ବିହାରୀ ବାଜପେୟୀଙ୍କର ଇସ୍ତଫା ପରେ ରାଷ୍ଟ୍ରପତି କେ. ଆର. ନାରାୟଣନ ଲୋକ ସଭାର ବିରୋଧୀ ଦଳର ନେତା ସୋନିଆ ଗାନ୍ଧୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଦେଇଥିଲେ, ମାତ୍ର ସେମାନେ ମଧ୍ୟ ସଂଖ୍ୟା ଗରିଷ୍ଠତା ପାଇଁ ସମର୍ଥନ ପାଇନଥିଲେ । ଫଳରେ ରାଷ୍ଟ୍ରପତି ଏହି ଲୋକ ସଭାକୁ ଭାଙ୍ଗିଦେଇଥିଲେ । ଏହାପରେ ୧୯୯୯ ମସିହାରେ ଦେଶରେ ୧୩ଶ ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେତେବେଳେ ଏକ ସ୍ଥାୟୀ ସରକାର ଗଠନ ହୋଇଥିଲା ଏବଂ ପାଞ୍ଚବର୍ଷଯାଏଁ କାର୍ଯ୍ୟ କରିଥିଲେ ।