ହାଇପୋକ୍ୟାଲସେମିଆ
From Wikipedia, the free encyclopedia
ହାଇପୋକ୍ୟାଲସେମିଆ (ଇଂରାଜୀ ଭାଷାରେ Hypocalcaemia ବା hypocalcemia ନାମ ଦିଆଯାଏ ଯେତେବେଳେ ରକ୍ତରେ (blood serum) କ୍ୟାଲସିଅମ (calcium) ମାତ୍ରା କମ ଥାଏ ।[1] କ୍ୟାଲସିଅମ ମାତ୍ରା ସାଧରଣତଃ ୨.୧ରୁ ୨.୬ ମିମୋଲ/ଲି (୮.୮–୧୦.୭ ମିଗ୍ରା/ଡେଲି, ୪.୩–୫.୨ ମିଇକ୍ୟୁ/ଲି) ଥାଏ ଓ ଏହି ମାତ୍ରା ୨.୧ ମିମୋଲ/ଲିରୁ କମ ଥିଲେ ହାଇପୋକ୍ୟାଲସେମିଆ ନାମ ଦିଆଯାଏ ।[2][3][4] ସ୍ୱଳ୍ପ ମାତ୍ରାର କମ କ୍ୟାଲସେମିଆ ଥଲେ ପ୍ରାୟ ବିଶେଷ ଲକ୍ଷଣ ଦେଖାଯାଏ ନାହିଁ ।[5][6] ଅନ୍ୟଥା ପାରେସ୍ଥେସିଆ (numbness) (କାଲୁଆ ଅନୁଭବ) , ପେଶୀ ସ୍ପାଜ୍ମ (muscle spasms), ଅପସ୍ମାର ବାତ (seizures), ସ୍ୱନ୍ଦ (confusion) ବା ହୃଦ୍ରୋଧ (cardiac arrest) ହୋଇପାରେ ।[2][5]
ହାଇପୋକ୍ୟାଲସେମିଆ | |
---|---|
![]() Calcium within the ସାରଣୀ ପର୍ଯ୍ୟାୟରେ (periodic table) କ୍ୟାଲସିଅମର ସ୍ଥାନ | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Endocrinology |
ଆଇସିଡ଼ି-୧୦ | E83.5{{{2}}}.{{{3}}} |
ଇ-ମେଡ଼ିସିନ | article/241893 |
Patient UK | ହାଇପୋକ୍ୟାଲସେମିଆ |
ଏହି ଅବସ୍ଥାର ମୂଖ୍ୟ କାରଣ ଦୁଇଟିର ନାମ ଯଥାକ୍ରମେ:- ହାଇପୋପାରାଥାଇରଏଡିଜ୍ମ (hypoparathyroidism) ଓ ଜୀବସାର ଘ ଅଭାବ (vitamin D deficiency).[5] ଅନ୍ୟାନ୍ୟ କାରଣ ମଧ୍ୟରେ ବୃକ୍କ ଅକର୍ମଣ୍ୟ (kidney failure), ଅଗ୍ନାଶୟ ପ୍ରଦାହ, କ୍ୟାଲସିଅମ ଚ୍ୟାନେଲ ବ୍ଲକର ଅତିମାତ୍ରା (calcium channel blocker overdose), ରାବଡୋମାୟୋଲାଇସିସ, ଟ୍ୟୁମର ଲାଇସିସ ସିଣ୍ଡ୍ରୋମ (tumor lysis syndrome ଓ ବାଇଫସଫୋନେଟ (bisphosphonates) ଭଳି ଔଷଧ ।[2] କରେକ୍ଟେଡ କ୍ୟାଲସିଅମ (corrected calcium) ବା ଆୟୋନାଇଜ୍ଡ କ୍ୟାଲସିଅମ (ionized calcium) ସ୍ତର ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[5] ଇସିଜିରେ (electrocardiogram (ECG) ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଦେଖାଯାଏ ।[2]
ରୋଗ ସାଂଘାତିକ ହୋଇଥିଲେ ପ୍ରାରମ୍ଭିକ ଚିକିତ୍ସାରେ ଶିରାଭ୍ୟନ୍ତର କ୍ୟାଲସିଅମ କ୍ଲୋରାଇଡ (calcium chloride) ଓ ସମ୍ଭବତଃ ମ୍ୟାଗନେସିଅମ ସଲଫେଟ (magnesium sulfate) ଦିଆଯାଏ ।[2] ଏହା ବ୍ୟତୀତ ଜୀବସାର ଘ (vitamin D), ମ୍ୟାଗନେସିଅମ (magnesium), ଓ କ୍ୟାଲସିଅମ ଅନୁପୂରକ (calcium supplements) ଇତ୍ୟାଦି ଦିଆଯାଏ । ହାଇପୋପାରାଥାଇରଏଡିଜ୍ମ (hypoparathyroidism) ଯୋଗୁ ହୋଇଥିଲେ ହାଇଡ୍ରୋକ୍ଲୋରୋଥିଆଜାଇଡ, ଫସଫେଟ ବାଇଣ୍ଡର (phosphate binders), ଓ ସ୍ୱଳ୍ପ ଲବଣଯୁକ୍ତ ଖାଦ୍ୟ (low salt diet) ଦିଆଯାଏ ।[5] ଡାକ୍ତରଖାନାରେ ଆଡମିଶନ ହୋଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୮% ଲୋକଙ୍କର ହାଇପୋକ୍ୟାଲସେମିଆ ଥାଏ ।[6]