ଏହି ରୋଗରେ ପାରାଥାଇରଏଡ୍ ଗ୍ରନ୍ଥିଗୁଡିକରୁ ପାରାଥାଇରଏଡ୍ ହରମୋନ (PTH) ଉତ୍ପାଦନ କମିଯାଏ । From Wikipedia, the free encyclopedia
ହାଇପୋପାରାଥାଇରଏଡିଜ୍ମ ନାମ ଦିଆଯାଏ ଯେତେବେଳେ ପାରାଥାଇରଏଡ୍ ଗ୍ରନ୍ଥିଗୁଡିକରୁ ପାରାଥାଇରଏଡ୍ ହରମୋନ (PTH) ଉତ୍ପାଦନ କମିଯାଏ ।[2] ଏହା ଫଳରୁ କମ୍ ରକ୍ତ କ୍ୟାଲସିୟମ୍ ଏବଂ ଉଚ୍ଚ ରକ୍ତ ଫସଫରସ୍ ସୃଷ୍ଟି ହୁଏ, ମାଂସପେଶୀ ଫଡ଼ଫଡ଼ ହୁଏ ଏବଂ ମାଂସପେଶୀ କ୍ରାମ୍ପ ହୋଇପାରେ ।[2] ଅନ୍ୟାନ୍ୟ ଲକ୍ଷଣଗୁଡ଼ିକରେ ହାତ ଏବଂ ପାଦ ଝିମ ଝିମ ହୁଏ ଏବଂ ଅବସାଦ ହୋଇପାରେ ।[2] ଖରାପ ବିକଶିତ ଦାନ୍ତ, ଖଦଡ଼ା କାତି ଥିବା ଚର୍ମ, ଭଙ୍ଗା ନଖ ଏବଂ ଅଳ୍ପ କେଶ ବୃଦ୍ଧି ହୋଇପାରେ ।[4] ଜଟିଳତାରେ ଓଷ୍ଟିଓପୋରୋସିସ ଏବଂ ବୃକ୍କ ପଥର ରୋଗ ହୋଇପାରେ ।[3][1]
Hypoparathyroidism | |
---|---|
Parathyroid hormone deficiency[1] | |
ବିଭାଗ | Endocrinology |
ଲକ୍ଷଣ | Muscle cramps, muscle twitching, tingling of the hands and feet, depression, rough skin, loss of hair[2] |
କାରଣ | Complication of thyroid removal, DiGeorge syndrome, immune system-related damage, hemochromatosis, radiation therapy, low magnesium[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Low blood calcium and PTH[3] |
ସଠିକ ରୋଗ ନିର୍ଣ୍ଣୟ | Pseudohypoparathyroidism[1] |
ଔଷଧ | Recombinant parathyroid hormone (rhPTH)[3] |
ଚିକିତ୍ସା | Calcium and vitamin D supplementation[3] |
ପୁନଃପୌନିକ | Rare[2] |
ଥାଇରଏଡ ଅପସାରଣ କିମ୍ବା ବେକରେ ଅନ୍ୟ କୌଣସି ଅସ୍ତ୍ରୋପଚାର ଯୋଗୁ ସାଧାରଣତଃ ଏହି ଜଟିଳତା ହୋଇପାରେ ।[1] [2] ଅନ୍ୟାନ୍ୟ କାରଣ ମଧ୍ୟରେ ଜେନେଟିକ୍ ବ୍ୟାଧି ଡାଇଜର୍ଜ ସିଣ୍ଡ୍ରୋମ, ପ୍ରତିରକ୍ଷା ପ୍ରଣାଳୀ ସମ୍ବନ୍ଧୀୟ କ୍ଷତି, ହେମୋକ୍ରୋମାଟୋସିସ୍, ବିକିରଣ ଚିକିତ୍ସା ଏବଂ କମ୍ ମ୍ୟାଗ୍ନେସିୟମ ହୋଇପାରେ ।[1] ପିଟିଏଚ (PTH) ଏବଂ ରକ୍ତ କ୍ୟାଲସିୟମ ସ୍ତର ଉପରେ ରୋଗ ନିର୍ଣ୍ଣୟ କରାଯାଏ ।[3]
ପ୍ରାଥମିକ ଚିକିତ୍ସା ହେଉଛି କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ପରିପୂରଣ ।[3] ପ୍ରାରମ୍ଭରେ ବହୁ ପରିମାଣର କ୍ୟାଲସିୟମ୍ ଗ୍ଲୁକୋନାଟ୍ ଇଞ୍ଜେକ୍ସନଦ୍ୱାରା ଦିଆଯାଇପାରେ ।[3] [1] ଯଦି ଏହା ପର୍ଯ୍ୟାପ୍ତ ହୁଏନି ତେବେ ରିକମ୍ବିନାଣ୍ଟ ପାରାଥାଇରଏଡ୍ ହରମୋନ୍ (rhPTH) ବ୍ୟବହାର କରାଯାଇପାରେ ।[3] ଅଧିକ କ୍ୟାଲସିୟମ ଏବଂ କମ ଫସଫରସରେ ଖାଦ୍ୟ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଏ ।[2] ଉପଯୁକ୍ତ ଚିକିତ୍ସା କଲେ ଫଳାଫଳ ଭଲ ହୁଏ ।[1]
ହାଇ ପୋପାରାଥାଇରଏଡିଜ୍ମ ଏକ ବିରଳ ରୋଗ ଅଟେ ।[2] ଯୁକ୍ତରାଷ୍ଟ୍ରରେ ପ୍ରତି ୧୦,୦୦୦ ଲୋକରେ ପ୍ରାୟ ୩ ଜଣ ପ୍ରଭାବିତ ହୁଅନ୍ତି ।[1] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି ।[5] ଥାଇରଏଡ ଅପସାରଣ ଏବଂ ମାଂସପେଶୀ ସ୍ପାଜ୍ମ ମଧ୍ୟରେ ସମ୍ପର୍କକୁ ୧୮୮୪ ମସିହାରେ ବର୍ଣ୍ଣନା କରାଯାଇଥିଲା ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.