ପ୍ରାକୃତିକ ଉପାୟରେ ଶିଶୁକୁ ସ୍ତନରୁ କ୍ଷୀର ପାନ କରେଇବା From Wikipedia, the free encyclopedia
ସ୍ତନ୍ୟପାନ, (ଇଂରାଜୀ ଭାଷାରେ ବ୍ରେଷ୍ଟଫିଡ/breastfeed ବା ନର୍ସିଙ୍ଗ/nursing) ଶବ୍ଦ ମହିଳା ସ୍ତନରୁ ଶିଶୁ ଦୁଗଧ ପାନ କରିବାକୁ ବୁଝାଏ । [1] ଶିଶୁ ଜନ୍ମ ପରେ ପରେ ସ୍ତନ୍ୟପାନ ଆରମ୍ଭ କରିବା ଉଚିତ ଓ ଶୁଶୁର ଇଚ୍ଛା ଅନୁଯାୟୀ ଦେବା ଉଚିତ । [2][3] ଜୀବନର ପ୍ରଥମ କିଛି ସପ୍ତାହ ପର୍ଯ୍ୟନ୍ତ ଛୁଆକୁ ଦିନକୁ ୮ରୁ ୧୨ ଥର ପିଏଇବା ଉଚିତ । ପ୍ରତ୍ୟେକ ସ୍ତନରୁ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ପିଆଯାଏ । [4] ଶିଶୁର ବୟସ ବୃଦ୍ଧି ସହିତ ସ୍ତନ୍ୟପାନର ଆବୃତ୍ତି କମିଯାଏ । [5] କେତେକ ମାତା ସ୍ତନରୁ ପମ୍ପ ସାହାଯ୍ୟରେ ଦୁଧ ପରବର୍ତ୍ତୀ ବ୍ୟବହାର ନିମନ୍ତେ ବା ଅନ୍ୟମାନଙ୍କ ନିମନ୍ତେ ବାହାର କରି ଗଚ୍ଛିତ କରି ରଖନ୍ତି । [1] ସ୍ତନ୍ୟପାନ ଉଭୟ ମାତା ଓ ଶିଶୁର ଉପକାର କରେ । [3][6] ଇନଫ୍ୟାଣ୍ଟ ଫର୍ମୁଲା ଏକ ବ୍ୟବସାୟ ପ୍ରସ୍ତୁତ ଶିଶୁ ଖାଦ୍ୟ ଯାହାର ଅନେକ ଉପକାରୀତା ନାହିଁ । [3]
ହିସାବ କରି ଦେଖାଯାଇଛି ସାରା ପୃଥିବୀରେ ପ୍ରତି ବର୍ଷ ଏକ ନିୟୁତରୁ ଅଧିକ ଶିଶୁ ସ୍ତନ୍ୟପାନକରି ବଞ୍ଚି ପାରିବେ । ସ୍ତନ୍ୟପାନଦ୍ୱାରା ଶ୍ୱାସକ୍ରିୟା ନଳୀ ସଂକ୍ରମଣ ଓ ତରଳ ଝାଡ଼ା ରୋଗ ସଙ୍କଟ କମିଯାଏ । [3] ଏହି ସତ୍ୟ ଉଭୟ ବିକଶିତ ଓ ବିକାଶଶୀଳ ଦେଶମାନଙ୍କ ନିମନ୍ତେ ପ୍ରଯୁଜ୍ୟ । [2] ଅନ୍ୟ ଉପକାର ମଧ୍ୟରେ ଆଜମା, ଖାଦ୍ୟ ଆଲର୍ଜି, ସିଲିଆକ ରୋଗ, ଟାଇପ ୧ ଡାଏବେଟିସ ଓ ଲିଉକେମିଆ ରୋଗମାନଙ୍କ ସଙ୍କଟ କମିଯାଏ । [3] ସ୍ତନ୍ୟପାନ କଲେ ବୋଧଶକ୍ତି ଉନ୍ନତ ହୁଏ ଓ ବଡ଼ ହେଲେ ମୋଟାପା ସମ୍ଭାବନା କମିଯାଏ । [2] କେତେକ ମାତା ସ୍ତନ୍ୟପାନ ନିମନ୍ତେ ଚାପ ଅନୁଭବ କରନ୍ତି, କିନ୍ତୁ ସ୍ତନ୍ୟପାନ ନ କରି ମଧ୍ୟ ପିଲାମାନେ ଉଲ୍ଲେଖନୀୟ କ୍ଷତି ବିନା ସାଧାରଣ ଭାବେ ବଢ଼ିପାରନ୍ତି । [7]
ସ୍ତନ୍ୟପାନ କରେଇଲେ ପ୍ରସବ ପରେ ମାଆର ରକ୍ତସ୍ରାବ କମ ହୁଏ, ଜରାୟୁ ସଙ୍କୋଚନ ଭଲ ହୁଏ, ଓଜନ ହ୍ରାସ କମ ହୁଏ ଓ ପ୍ରସବ ପରବର୍ତ୍ତୀ ଅବସାଦ କମ ହୁଏ । ପରବର୍ତ୍ତୀ ଋତୁସ୍ତାବ ସମୟ ବଢ଼ିଯାଏ ଓ ଏହି ଦୁଗ୍ଧ ସ୍ରବଣ ଋତୁରୋଧ (lactational amenorrhea) ଫଳରେ ପ୍ରଜନନ କ୍ଷମତା ବିଳମ୍ବରେ ଆସେ । ଦୀର୍ଘକାଳୀନ ଉପକାର ମଧ୍ୟରେ ସ୍ତନ କର୍କଟ, ହୃତପିଣ୍ଡରକ୍ତନଳୀ ରୋଗ ଓ ରିଉମାଟଏଡ ରୋଗ ସଙ୍କଟ କମିଯାଏ । [3] ବଜାର ଶିଶୁଖାଦ୍ୟ ଅପେକ୍ଷା ସ୍ତନ୍ୟପାନ ନିଃଶୁଳ୍କ ଅଟେ । [8][9]
ଛଅ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମର୍ଥନ କରୁଛି । [2][10] ଏହାର ଅର୍ଥ ଭିଟାମିନ ଡି ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ବା ପାନୀୟ ଦିଆଯାଏ ନାହିଁ । [11] ଏକ ବର୍ଷ ବୟସ ପର୍ଯ୍ୟନ୍ତ ନିରନ୍ତର ସ୍ତନ୍ୟପାନ କରେଇବାକୁ ଉପଦେଶ ଦିଆଯାଏ । [3] ସାରା ପୃଥିବୀରେ ପ୍ରାୟ ୩୮ % ଶିଶୁ ପ୍ରଥମ ୬ ମାସ ଧରି କେବଳ ସ୍ତନ୍ୟପାନ କରନ୍ତି । [2] ଆମେରିକାରେ ୭୫ % ମହିଳା ସ୍ତନ୍ୟପାନ ଆରମ୍ଭ କରନ୍ତି ଓ ୪୩ % ଛଅ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାନ୍ତି । [3] ସ୍ତନ୍ୟପାନ ବନ୍ଦ କରିବାକୁଥିବା ଡାକ୍ତରୀ ଉପଦେଶ ଅତି ଅସାଧାରଣ । [3] ସ୍ତନ୍ୟପାନ ସମୟରେ ଅନେକ ଔଷଧ ଖାଇବାକୁ ମନା କରାଯାଏ । [12]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.