![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/7e/Cinacalcet_ball-and-stick.png/640px-Cinacalcet_ball-and-stick.png&w=640&q=50)
ସିନାକାଲସେଟ
ଏହାଦ୍ୱାରା ସେକେଣ୍ଡାରୀ ହାଇପରପାରାଥାଇରଏଡିଜ୍ମ, ପାରାଥାଇରଏଡ କର୍କଟ ରୋଗ ଏବଂ ପ୍ରଥମିକ ହାଇପରପାରାଥାଇରଏଡି / From Wikipedia, the free encyclopedia
ସିନାକାଲସେଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସେନ୍ସିପାର, ଏହା ଏକ ମାଧ୍ୟମ ଯାହାଦ୍ୱାରା ସେକେଣ୍ଡାରୀ ହାଇପରପାରାଥାଇରଏଡିଜ୍ମ, ପାରାଥାଇରଏଡ କର୍କଟ ରୋଗ ଏବଂ ପ୍ରଥମିକ ହାଇପରପାରାଥାଇରଏଡିଜ୍ମ ରୋଗମାନଙ୍କର ଚିକିତ୍ସା କରାଯାଏ ।[4] [5] ଡାଏଲିସିସ ଆବଶ୍ୟକ ହେଉଥିବା ସେକେଣ୍ଡାରୀ ହାଇପରପାରାଥାଇରଏଡିଜ୍ମରେ ଏହା ବ୍ୟବହୃତ ହୁଏ; ପାରାଥାଇରଏଡ୍ କର୍କଟ ରୋଗରେ ଏହା ଉଚ୍ଚ ରକ୍ତ କ୍ୟାଲସିୟମ ସ୍ତରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[6] ଏହାକୁ ଖାଦ୍ୟ ସହିତ ପାଟିରେ ନିଆଯାଏ ।[4]
![]() | |
![]() | |
Clinical data | |
---|---|
Trade names | Sensipar, Mimpara |
AHFS/Drugs.com | monograph |
MedlinePlus | a605004 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 20 to 25% increases if taken with food |
Protein binding | 93 to 97% |
Metabolism | Liver (CYP3A4-, CYP2D6- and CYP1A2-mediated) |
Elimination half-life | 30 to 40 hours |
Excretion | Kidney (80%) and fecal (15%) |
Identifiers | |
IUPAC name
| |
ECHA InfoCard | 100.208.116 ![]() |
Chemical and physical data | |
Formula | C22H22F3N |
Molar mass | ୩୫୭.୪୨ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଓ ବାନ୍ତି ହୋଇପାରେ ।[5] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉପର ପାକଅନ୍ତନଳୀରୁ ରକ୍ତସ୍ରାବ, କମ ରକ୍ତ କ୍ୟାଲସିୟମ୍ ସ୍ତର, ନିମ୍ନ ରକ୍ତଚାପ ଏବଂ ଆଡାଇନାମିକ ଅସ୍ଥି ରୋଗ ହୋଇପାରେ। [4] କମ୍ ରକ୍ତ କ୍ୟାଲସିୟମ୍ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ । [5] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ।[7] ଏହା ଏକ କାଲସିମାଇମେଟିକ୍ ଔଷଧ, ଅର୍ଥାତ୍ ଏହା ଶରୀରରେ କ୍ୟାଲସିୟମର କାର୍ଯ୍ୟକ୍ରମକୁ ଅନୁକରଣ କରେ ।[5]
୨୦୦୪ ମସିହାରେ ଆମେରିକା ଏବଂ ୟୁରୋପରେ ସିନାକାଲସେଟ ବ୍ୟବହାର ଅନୁମୋଦିତ ହୋଇଥିଲା ।[4] [5] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[8] ଯୁକ୍ତରାଷ୍ଟ୍ରରେ ୩୦ମିଗ୍ରାର ୩୦ଟି ବଟିକାର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୧୭ ଡଲାର ଥିଲା ।[8] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧୪ ପାଉଣ୍ଡ ଅଟେ ।[6]