ସିକ୍ଲେସୋନାଇଡ
From Wikipedia, the free encyclopedia
ସିକ୍ଲେସୋନାଇଡ (ଇଂରାଜୀ ଭାଷାରେ Ciclesonide), ଅନ୍ୟମାନଙ୍କ ମଧ୍ୟରେ ଓମନାରିସ ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଆଜମା ଏବଂ ଆଲର୍ଜିକ ନାକ ପ୍ରଦାହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] [2] ଆଜମା ପାଇଁ ଏହା ପ୍ରଶ୍ୱାସରେ ନାକ ସ୍ପ୍ରେ ଭାବରେ ନିଆଯାଏ । ବ୍ୟବହୃତ ହୁଏ ।[1] [2]
Clinical data | |
---|---|
Trade names | Alvesco, Omnaris, Omniair, others |
Synonyms | (11β, 16α)-16, 17-[[(R)-cyclohexylmethylene]bis(oxy)]-11-hydroxy-21- (2-methyl-1-oxopropoxy)- pregna-1, 4-diene-3, 20-dione |
AHFS/Drugs.com | Inhaled: monograph Nose: monograph |
MedlinePlus | a607008 |
Pregnancy category |
|
Routes of administration | Inhalation, nose spray |
Legal status | |
Legal status |
|
Identifiers | |
IUPAC name
| |
ECHA InfoCard | 100.210.908 |
Chemical and physical data | |
Formula | C32H44O7 |
Molar mass | ୫୪୦.୭0 g·mol−1 |
3D model (JSmol) | |
SMILES
| |
InChI
| |
(verify) |
ପ୍ରଶ୍ୱାସରେ ନେବା ବ୍ୟବହାର କଲାବେଳେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଉପର ଶ୍ୱାସନଳୀ ସଂକ୍ରମଣ, ଯନ୍ତ୍ରଣା, ଥ୍ରଶ୍ ବା କବକ ସଂକ୍ରମଣ ଏବଂ ନିମୋନିଆ ହୋଇପାରେ ।[1] ନାକରେ ସ୍ପ୍ରେ କରାଯିବା ସମୟରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ରକ୍ତସ୍ରାବ, ମୁଣ୍ଡବିନ୍ଧା, କାନ ଯନ୍ତ୍ରଣା ଏବଂ ଗଳା ଯନ୍ତ୍ରଣା ହୋଇପାରେ ।[2] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗ୍ଲୁକୋମା ଏବଂ ଆଡ୍ରେନାଲ୍ ଅଭାବ ହୋଇପାରେ | [3] ଗର୍ଭାବସ୍ଥାରେ ସୁରକ୍ଷା ବିଷୟ ଭଲ ଅଧ୍ୟୟନ କରାଯାଇ ନାହିଁ ।[3] ଏହା ଏକ କର୍ଟିକୋଷ୍ଟେରଏଡ୍, ବିଶେଷ ଭାବରେ ଏକ ଗ୍ଲୁକୋକର୍ଟିକଏଡ୍ ।[1] [2]
୧୯୯୦ରେ ସିକ୍ଲୋନାଇଡ ପେଟେଣ୍ଟ ହୋଇଥିଲା ଏବଂ ୨୦୦୫ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[4] ୨୦୦୬ରେ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା ।[5] ବୁଡୋସୋନାଇଡର ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି ।[6] ଯୁକ୍ତରାଜ୍ୟରେ ୧୬୦ ମାଇକ୍ରୋଗ୍ରାମ୍ ବିଶିଷ୍ଟ ୧୨୦ ମାତ୍ରାର ଇନହେଲରର ମୂଲ୍ୟ ୩୮ ପାଉଣ୍ଡ ଅଟେ ।[7] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬୦ ଡଲାର ଅଟେ । [8]