![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/44/Shahrukh_interacts_with_media_after_KKR%2527s_maiden_IPL_title.jpg/640px-Shahrukh_interacts_with_media_after_KKR%2527s_maiden_IPL_title.jpg&w=640&q=50)
ସାହାରୁଖ ଖାଁ
ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତା / From Wikipedia, the free encyclopedia
ଶାହାରୁଖ ଖାଁ (ଜନ୍ମ ୨ ନଭେମ୍ବର ୧୯୬୫) ଭାରତର ସିନେ ଜଗତର ଜଣେ ଅଭିନେତା ଓ ପ୍ରଯୋଜକ । ସାଧାରଣତଃ "କିଙ୍ଗ୍ ଖାନ", "ଏସ.ଆର.କେ", "କିଙ୍ଗ ଅଫ୍ ବଲିଉଡ଼" ତଥା "ବଲିଉଡ଼ ବାଦଶାହ" ଭାବରେ ସେ ଜଣାଶୁଣା । ୧୯୯୨ ମସିହାରେ "ଦିୱାନା" ଚଳଚ୍ଚିତ୍ର ଜରିଆରେ ପଦାର୍ପଣ କରିଥିବା ଶାହାରୁଖ ତା' ଆଗରୁ ଟେଲିଭିଜନରେ ଜଣେ ଶ୍ରେଷ୍ଠ ଧାରାବାହିକ ଅଭିନେତା ଭାବରେ ନାଁ କରିଥିଲେ । ଶାହାରୁଖ ୧୪ଟି ଫିଲ୍ମଫେୟାର୍ ପୁରସ୍କାର ବର୍ତ୍ତମାନ ସୁଦ୍ଧା ଜିତିଛନ୍ତି, ଯହିଁରୁ ୮ ଗୋଟି ଶ୍ରେଷ୍ଠ ଅଭିନେତା ବିଭାଗରେ ଅଛି, ତଥା ଏହା ଏକ ରେକର୍ଡ଼ ଦିଲ୍ଲିପ କୁମାରଙ୍କ ସହିତ ।
![]() | ଏହି ପ୍ରସଙ୍ଗଟିରେ ବୋଧ ହୁଏ ବ୍ୟାକରଣ, ଲିଖନ ଶୈଳୀ, ସନ୍ଧି, ଢଙ୍ଗ ବା ବନାନ ସୁଧାରିବାକୁ ପଡ଼ିପାରେ । ଆପଣ ସମ୍ପାଦନ କରି ଏହାକୁ ସୁଧାରି ପାରନ୍ତି । |
ଶାହରୁଖ ଖାଁ | |
---|---|
![]() Khan at a media event for Kolkata Knight Riders in 2012 | |
ଜନ୍ମ | Shahrukh Khan (1965-11-02) ୨ ନଭେମ୍ବର ୧୯୬୫ (ବୟସ ୫୮) |
ଜାତୀୟତା | ଭାରତୀୟ |
ଶିକ୍ଷା | Hansraj College, Delhi University [1] |
ବୃତ୍ତି(ସମୂହ) | Film actor, producer, television host |
ସକ୍ରିୟ ବର୍ଷ | 1988–present |
ବୈବାହିକ-ସାଥୀ |
ଗୌରୀ ଖାଁ (m. ୧୯୯୧) |
ସନ୍ତାନ | ୩ |
ଦସ୍ତଖତ | |
![]() |
ଶାହାରୁଖ ଖାଁ ୧୯୮୯ ମସିହାରେ ଟେଲିଭିଜନ୍ ସିରିୟଲ ଫୈାଜୀରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୯୨ ମସିହାରେ ଦିୱାନା ଚଳଚ୍ଚିତ୍ର ଜରିଆରେ ବଲିଉଡରେ ପ୍ରବେଶ କଲେ । ଖାଁ ଅଭିନୀତ କେତେଗୋଟି ପ୍ରମୁଖ ଚଳଚ୍ଚିତ୍ର ଭିତରୁ "ଡର୍" (୧୯୯୩), "ବାଜିଗର୍" (୧୯୯୩), "ଅଞ୍ଜାମ୍" (୧୯୯୪), "ରାଜୁ ବନଗୟା ଜେନ୍ଟଲ୍-ମ୍ୟାନ୍" , କରନ-ଅର୍ଜୁନ, କୋଇଲା, ପରଦେଶ୍, ଦିଲ ତୋ ପାଲ ହୈ, ବାଦଶାହ, ହେ ରାମ, ଦିଲବାଲେ ଦୁଲହନିଆଁ ଲେ ଜାଏଙ୍ଗେ, କୁଛ୍ କୁଛ୍ ହୋତା ହୈ, ଦେବଦାସ, ମହୋବ୍ୱତେ, ଅଶୋକା, କଲ୍ ହୋ ନା ହୋ, ମେ ହୁଁ ନା, ବୀର୍-ଜାରା, ସ୍ୱଦେଶ୍, ପହେଲି, କଭି ଅଲବିଦା ନା କହ ନା, ଡନ, ଚକ ଦେ ଇଣ୍ଡିଆ, ଓଁ ଶାନ୍ତି ଓଁ, ରବ୍ ନେ ବନା ଦି ଜୋଡି, ବିଲ୍ଲୁ, ମାଇ ନେମ ଇଜ୍ ଖାଁ, ରା.୧ ଓ ଡନ-୨ ଆଦି ବହୁତ ଜନାଦୃତି ଲାଭ କରିଛନ୍ତି । ଶାହରୁଖ ୟଶ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ତାଙ୍କର ଶେଷ ଚଳଚ୍ଚିତ୍ର 'ଜବ୍ ତକ୍ ହେ ଜାନ୍'ରେ ଆସିଥିଲେ । ଖାଁଙ୍କର ୨୦୧୩ -ମୁକ୍ତିପ୍ରାପ୍ତ ଚଳଚ୍ଚିତ୍ର 'ଚେନ୍ନାଇ ଏକ୍ସପ୍ରେସ୍' , ଯାହାକୁ ରୋହିତ୍ ସେଟ୍ଟୀ ନିର୍ଦ୍ଦେଶନା ଦେଇଛନ୍ତି, ତାହା ଏ ଯାବତ୍ ହିନ୍ଦୀ ଚଳଚ୍ଚିତ୍ର-ଜଗତର ସର୍ବାଧିକ ବ୍ୟାପାର କରିଥିବା ଚିତ୍ର । ଖାଁଙ୍କର ଆଗାମୀ ଚଳଚ୍ଚିତ୍ର କିଛି ହେଲା ଫାରା ଖାନ ନିର୍ଦ୍ଦେଶିତ 'ହାପି ନ୍ୟୁ ଇୟର୍' ଓ ରାହୁଲ ଢୋଲକିଆ ନିର୍ଦ୍ଦେଶିତ 'ରଈସ' । ବର୍ତ୍ତମାନ ସୁଦ୍ଧା ଖାଁ ଭାରତର ତଥା ବିଶ୍ୱର ଜଣେ ଅପ୍ରତିଦ୍ୱନ୍ଦୀ ଅଭିନେତା ଭାବରେ ଅନେକ ସମାଲୋଚକ ତଥା ଜନସାଧାରଣ ସାଦରେ ସ୍ୱୀକାର କରିଛନ୍ତି । ସେ ଭାରତ ସରକାରଙ୍କଦ୍ୱାରା ପଦ୍ମଶ୍ରୀ ଉପାଧିରେ ଭୁଷିତ ହୋଇଛନ୍ତି । ତାଙ୍କୁ ଫ୍ରାନ୍ସ, ମାଲେସିଆ, ଦକ୍ଷିଣ କୋରିଆ ତଥା ବିଶ୍ୱର ବିଭିନ୍ନ ଦେଶ ସମ୍ମାନ ଦେଇ ତାଙ୍କର ତଥା ଭାରତର ଚଳଚ୍ଚିତ୍ର ଜଗତର ନାମ ସମୁଜ୍ଜ୍ୱଳ କରିଛନ୍ତି । ଲଣ୍ଡନର ପ୍ରସିଦ୍ଧ ମାଡାମ ଟୁଷଡ୍ ସଂଗ୍ରହାଳୟ ତଥା ବିଶ୍ୱର ବିଭିନ ସ୍ଥାନରେ ତାଙ୍କ ମହମ ପ୍ରତିମୁର୍ତ୍ତି ସ୍ଥାପନା କରାଯାଇଛି । ବିଶ୍ୱ ଚଳଚ୍ଚିତ୍ର ଜଗତରେ ତାଙ୍କ ଅଭୁତପୂର୍ବ ପ୍ରଭାବ ପାଇଁ ତାଙ୍କୁ ନିକଟରେ ଆମେରିକାର ପ୍ରସିଦ୍ଧ "ନିଉଜ-ଉଇକ" ପତ୍ରିକା ପୃଥିବୀର ପ୍ରଥମ ୫୦ଜଣ ଶକ୍ତିଶାଳୀ ଲୋକଙ୍କ ଭିତରେ ସ୍ଥାନ ଦେଇଛି । ସେହିପରି ଆମେରିକାର ଜର୍ଜ୍-ଟାଉନ୍ ଇଉନିଭର୍ସିଟି ତାଙ୍କୁ ବିଶ୍ୱର ୫୦୦ ପ୍ରଭାବଶାଳୀ ମୁସଲମାନଙ୍କ ତାଲିକାରେ ସାମିଲ କରିଥିଲା ।
ତାଙ୍କ ପତ୍ନୀଙ୍କ ନାଁ ଗୌରୀ ଖାଁ । ତାଙ୍କର ଆର୍ଯନ୍ ଓ ସୁହାନା ନାମରେ ଗୋଟିଏ ପୁଅ ଆଉ ଗୋଟିଏ ଝିଅ ଅଛନ୍ତି । ଶାହାରୁଖ ଖାଁ ଏକାଧାରରେ ଜଣେ ଅଭିନେତା, ଜଣେ ପ୍ରଯୋଜକ, ଜଣେ ନିର୍ଦ୍ଦେଶକ ତଥା ଜଣେ କ୍ରିକେଟ୍ ମାଲିକ (ତାଙ୍କ ଦଳର ନାମ ହେଲା କୋଲକାତା ନାଇଟ ରାଇଡର୍ସ୍) ଭାବରେ ଜନମାନସରେ ଆନ୍ଦୋଳନ ସୃଷ୍ଟି କରିଛନ୍ତି । ଭାରତ ତଥା ସମଗ୍ର ବିଶ୍ୱର ଅନେକ ନୂତନ ଓ ଅଧୁନାତନ କଳାକାରମାନେ ଶାହାରୁଖ ଖାଁଙ୍କୁ ନିଜର ଦକ୍ଷତାର ମାପକାଠି ହିସାବରେ ଗ୍ରହଣ କରି ତାଙ୍କ ପ୍ରବାଦତ୍ୱରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ସେ କେବଳ ଜଣେ ଅଭିନେତା ହିସାବରେ ନୁହେଁ, ସମଗ୍ର ବିଶ୍ୱରେ ଭାରତର ଜଣେ ପ୍ରତିମୁଖ ଭାବରେ ଅନେକ ସ୍ଥାନରେ ଗୃହିତ ହେଉଛନ୍ତି[2] [3]