୨୦୧୭ର ହିନ୍ଦୀ କଥାଚିତ୍ର From Wikipedia, the free encyclopedia
ରଇଜ ହେଉଛି ୨୦୧୭ ମସିହାରେ ରାହୁଲ ଢୋଲକିୟାଙ୍କଦ୍ୱାରା ନିର୍ଦ୍ଦେଶୀତ ଏବଂ ଗୌରୀ ଖାଁଙ୍କ, ରିତେଶ ସିଡବନି ଏବଂ ଫରହନ ଅକ୍ଷତରଙ୍କଦ୍ୱାରା ନିର୍ମିତ ଏକ ଅପରାଧ ଭିତ୍ତିକ ଚଳଚ୍ଚିତ୍ର । ଏହା ରେଡ଼ ଚିଲିସ ଏଣ୍ଟରଟେଂମେଣ୍ଟ ଏବଂ ଏକସେଲ ଏଣ୍ଟରଟେଂମେଣ୍ଟ ବ୍ୟାନରରେ ଉନ୍ମୋଚନ ହୋଇଥିଲା । ଏହାର ମୁଖ୍ୟ ଭୂମିକାରେ ସରୁଖ ଖାନ, ମହୀରା ଖାନ ଏବଂ ନବାଜୁଦ୍ଦିନ ସୀଦ୍ଦୀକି ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଭାରତ ବର୍ଷରେ ବହୁଳ ଆଦୃତ ହୋଇଛି ।
କୁହା ଯାଉଛି ଯେ, ଏହି ଚଳଚ୍ଚିତ୍ରଟି ଅପରାଧୀ ଅବଦୁଲ ଲତିଫଙ୍କ ଜୀବନ ଶୈଳୀ ଉପରେ ଆଧାରିତ। [1][2][3] କିନ୍ତୁ ଚଳଚ୍ଚିତ୍ରର ପ୍ରଯୋଜକ ଏହି କଥାଟିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।
ଚଳଚ୍ଚିତ୍ରର ନିର୍ମାଣ ଏପ୍ରିଲ ୨୦୧୫ରେ ଆରମ୍ଭ ହୋଇଥିଲା । ଏହା ପ୍ରଥମ କରି ଭାରତର ସହର ମୁମ୍ବାଇରେ ଆରମ୍ଭ ହୋଇଥିଲା । ଏହାର ସୁଟିଙ୍ଗ ସ୍ଥାନ ଗୁଡିକୁ ଅହମଦାବାଦର ବସ୍ତିଗୁଡ଼ିକ ପରି କରାଯାଇଥିଲା । ଏହାର ଶେଷ ଭାଗଟି ୨୦୧୬ ମସିହାରେ ଗୁଜରାଟରେ ସୁଟିଂ କରାଯାଇଥିଲା । ବହୁତ ବିରୋଧ ସତ୍ତ୍ୱେ ଏହାକୁ ଜାନୁଆରୀରୁ ଫେବୃଆରୀ ୨୦୧୬ ମଧ୍ୟରେ ଭୁଜଠାରେ ମଧ୍ୟ ସୁଟିଂ ଜରାଯାଇ ଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.