ଭାରତୀୟ ଉତ୍ସବ From Wikipedia, the free encyclopedia
୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । [1]
ସାଧାରଣତନ୍ତ୍ର ଦିବସ | |
---|---|
ପାଳନକାରୀ | ଭାରତ |
ପ୍ରକାର | ଜାତୀୟ |
ପାଳନ | ପ୍ୟାରେଡ଼, ପତାକା ଉତ୍ତୋଳନ |
ତାରିଖ | ୨୬ ଜାନୁଆରୀ |
ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।
ଭାରତୀୟ ସେନା (ନୋସେନା, ସ୍ଥଳସେନା, ବାୟୁସେନା) ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି ।
ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।
ଇଂରେଜ ଶାସନରୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଓ ଅହିଂସାପୂର୍ଣ୍ଣ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଫଳରେ ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନ ହେଲା । ଇଂଲଣ୍ଡର ପାର୍ଲିଆମେଣ୍ଟରେ ଭାରତୀୟ ସ୍ୱାଧୀନତା ଆକ୍ଟ ୧୯୪୭ (୧୦ ଓ ୧୧ ଜିଇଓ ୬ ସି ୩୦) ବଳରେ ବ୍ରିଟିସ ଭାରତ ଦ୍ୱିଖଣ୍ଡିତ ହୋଇ ଦୁଇଟି ନୂଆ ଦେଶ ଭାରତ ଓ ପାକିସ୍ଥାନରେ ବିଭକ୍ତ ହୋଇ କମନୱେଲ୍ଥ ନେସନରେ ସଂଯୁକ୍ତ ହେଲା ।[2] ୧୫ ଅଗସ୍ଟ ୧୯୪୭ ଦିନଠାରୁ ଜର୍ଜ ୬ ଭାରତର ମୂଖ୍ୟ ହେଲେ, ମାଉଣ୍ଟ ବ୍ୟଟେନ ପ୍ରଥମ ଗଭର୍ଣ୍ଣର ଜେନେରାଲ ହେଲେ ଯାହାକୁ କନସ୍ଟିଚ୍ୟୁସନାଲ ମୋନାର୍କି କୁହାଯାଉଥିଲା । ସେତେବେଳେ ପରିବର୍ତ୍ତିତ କଲୋନିଆଲ ଗଭର୍ନମେଣ୍ଟ ଇଣ୍ଡିଆ ଆକ୍ଟ, ୧୯୩୫ଦ୍ୱାରା ଭାରତର ଶାସନ ପରିଚାଳିତ ହେଉଥିଲା । ତାପରେ ଭାରତର ସଂବିଧାନ ତିଆରି କରିବା ନିମନ୍ତେ ୨୮ ଅଗଷ୍ଟ ୧୯୪୭ରେ ଗୋଟିଏ ଚିଠା କମିଟି ତିଆରି କରାଗଲା ଯାହାର ଚେୟାରମ୍ୟାନ ବା ମୂଖ୍ୟ ବି ଆର ଆମ୍ବେଦକର ଥିଲେ । ଏହି କମିଟି ୪ ନଭେମ୍ବର ୧୯୪୭ ଦିନ ସମ୍ବିଧାନ ଚିଠା ଆସେମ୍ବ୍ଲିକୁ ହସ୍ତାନ୍ତର କଲେ ।[3] ଦୀର୍ଘ ୧୬୬ ଦିନ ଧରି ଏହା ନାଗରିକଙ୍କ ନିମନ୍ତେ ଖୋଲା ଥିଲା ଓ ଆସେମ୍ବ୍ଲି ଥରକୁ ଥର ବସି ଏହା ଉପରେ ଆଲୋଚନା କଲେ । ଶେଷରେ ୨୪ ଜାନୁଆରୀ ୧୯୫୦ ତାରିଖ ଦିନ ଏହି ଚିଠା ପ୍ରସ୍ତାବର ଇଂରାଜୀ ଓ ହିନ୍ଦିରେ ଲିଖିତ ଦୁଇ କପି ଉପରେ ୩୦୮ ସଦସ୍ୟ ଦସ୍ତଖତ କଲେ । ଏହି ସମ୍ବିଧାନ ଜାନୁଆରୀ ୨୬, ୧୯୫୦ ତାରିଖ ଦିନ ବଳବତ୍ତର ହେଲା ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରୁଛୁ ।
ପ୍ରତିବର୍ଷ ଅନ୍ୟ ଏକ ଦେଶର ରାଷ୍ଟ୍ର ମୁଖ୍ୟ ବା ରାଷ୍ଟ୍ର ପ୍ରତିନିଧିଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରାଯାଏ । ୧୯୫୦ ମସିହାରୁ ଏହି ପରମ୍ପରା ଚଳି ଆସୁଛି ।
ବର୍ଷ | ପ୍ରମୁଖ ଅତିଥି | ଦେଶ |
---|---|---|
୧୯୫୦ | ରାଷ୍ଟ୍ରପତି ସୁକର୍ଣ୍ଣୋ[4] | ଇଣ୍ଡୋନେସିଆ |
୧୯୫୧ | – | |
୧୯୫୨ | – | |
୧୯୫୩ | – | |
୧୯୫୪ | ରାଜା ଜିଗ୍ମେ ଦୋର୍ଜୀ ୱାଙ୍ଗଚୁକ [5] | ଭୁଟାନ |
୧୯୫୫ | ଗଭର୍ଣ୍ଣର ଜେନରାଲ ମଲିକ ଘୁଲାମ ମୁହମ୍ମଦ [4] | ପାକିସ୍ତାନ |
୧୯୫୬ | – | |
୧୯୫୭ | – | |
୧୯୫୮ | – | |
୧୯୫୯ | – | |
୧୯୬୦ | ରାଷ୍ଟ୍ରପତି କ୍ଲିମେଂଟ ବୋରୋଶିଲୋଭ[6] | ସୋଭିଏତ ସଂଘ |
୧୯୬୧ | ରାଣୀ ଏଲିଝାବେଥ ଦ୍ୱିତୀୟ[4] | ଯୁକ୍ତରାଜ୍ୟ ବ୍ରିଟେନ |
୧୯୬୨ | – | |
୧୯୬୩ | ରାଜା ନୋରୋଡୋମ ସିହାଂନୌକ[7] | କାମ୍ପୁଚିଆ |
୧୯୬୪ | – | |
୧୯୬୫ | ଖାଦ୍ୟ ଓ ଶେତୀମଂତ୍ରୀ ରାଣା ଅବ୍ଦୂଲ ହମିଦ | ପାକିସ୍ତାନ |
୧୯୬୬ | – | |
୧୯୬୭ | – | |
୧୯୬୮ | ପ୍ରଧାନମନ୍ତ୍ରୀ ଅଲେକ୍ସେଇ କୋସିଜିନ | ସୋଭିଏତ ସଂଘ |
ରାଷ୍ଟ୍ରପତି ଜୋସେଫ ବ୍ରୋଝ ଟିଟୋ[8] | ୟୁଗୋସ୍ଲାଭିଆର ସାମ୍ୟବାଦୀ ସଂଘୀୟ ସାଧାରଣତନ୍ତ୍ର | |
୧୯୬୯ | ପଂତପ୍ରଧାନ ଟୋଡୋର ଝିବ୍ହକୋବ୍ହ[9] | ବୁଲଗାରିଆ |
୧୯୭୦ | – | |
୧୯୭୧ | ରାଷ୍ଟ୍ରପତି ଜ୍ୟୁଲିଅସ ନ୍ୟରେରେ[10] | ତାଞ୍ଜାନିଆ |
୧୯୭୨ | ପ୍ରଧାନମନ୍ତ୍ରୀ ଶିବସାଗର ରାମଗୁଲାମ[11] | ମରିସସ |
୧୯୭୩ | ରାଷ୍ଟ୍ରପତି ମୋବୁଟୁ ସେସେ ସେକୋ[12] | ଜେରେ |
୧୯୭୪ | ରାଷ୍ଟ୍ରପତି ଜୋସେଫ ବ୍ରୋଝ ଟିଟୋ | ୟୁଗୋସ୍ଲାଭିଆର ସାମ୍ୟବାଦୀ ସଂଘୀୟ ସାଧାରଣତନ୍ତ୍ର |
ପ୍ରଧାନମନ୍ତ୍ରୀ ସିରିମାଭୋ ବନ୍ଦରନାୟକେ[13] | ଶ୍ରୀଲଙ୍କା | |
୧୯୭୫ | ରାଷ୍ଟ୍ରପତି କେନେଥ କାଣ୍ଡା[14] | ଜାମ୍ବିଆ |
୧୯୭୭ | ପ୍ରଧାନମନ୍ତ୍ରୀ ଜାକ ଶିରାକ[4] | ଫ୍ରାନ୍ସ |
୧୯୭୭ | ପ୍ରଥମ ସଚୀବ ଏଡୱାର୍ଡ଼ ଜିରିଏକ[15] | ପୋଲାଣ୍ଡ |
୧୯୭୮ | ରାଷ୍ଟ୍ରପତି ପେଟ୍ରିକ ହିଲେରି[16] | ଆୟରଲାଣ୍ଡ |
୧୯୭୯ | ପ୍ରଧାନମନ୍ତ୍ରୀ ମାଲ୍କମ ଫ୍ରେଝର[17] | ଅଷ୍ଟ୍ରେଲିଆ |
୧୯୮୦ | ରାଷ୍ଟ୍ରପତି ବ୍ହେଲେରୀ ଜିସ୍କେର ଦେସ୍ତେଂ[4] | ଫ୍ରାନ୍ସ |
୧୯୮୧ | ରାଷ୍ଟ୍ରପତି ହୋଜେ ଲୋପେଝ ପୋର୍ତିୟୋ[18] | ମେକ୍ସିକୋ |
୧୯୮୨ | ରାଜା ହୁଆନ କାର୍ଲୋସ ପହିଲା[19] | ସ୍ପେନ |
୧୯୮୩ | ରାଷ୍ଟ୍ରପତି ଶେହୁ ଶଗାରୀ[20] | ନାଇଜେରିଆ |
୧୯୮୪ | ରାଜା ଜିଗ୍ମେ ସିଂଗ୍ୟେ ୱାଙ୍ଗଚୁକ[21] | ଭୁଟାନ |
୧୯୮୫ | ରାଷ୍ଟ୍ରପତି ରାଉଲ ଅଲ୍ଫୋନ୍ସିନ[22] | ଆର୍ଜେଣ୍ଟିନା |
୧୯୮୬ | ପ୍ରଧାନମନ୍ତ୍ରୀ ଆନ୍ଦ୍ରିଆସ ପାପେନ୍ଦ୍ରୁ[23] | ଗ୍ରୀସ୍ |
୧୯୮୭ | ରାଷ୍ଟ୍ରପତି ଅେଲନ ଗାର୍ଶିୟା[24] | ପେରୁ |
୧୯୮୮ | ରାଷ୍ଟ୍ରପତି ଜୂନିଅସ ରିଚର୍ଡ ଜୟବର୍ଧନେ[25] | ଶ୍ରୀଲଙ୍କା |
୧୯୮୯ | ଜନରଲ ସେକ୍ରେଟ୍ରୀ ଙୁୟେନ ବେନ ଲିନ୍ହ[26] | ଭିଏତନାମ |
୧୯୯୦ | ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥ[27] | ମରିସସ |
୧୯୯୧ | ରାଷ୍ଟ୍ରପତି ମୋମୂନ ଅବ୍ଦୁଲ ଗୟ୍ୟୂମ[27] | ମାଳଦ୍ୱୀପ |
୧୯୯୨ | ରାଷ୍ଟ୍ରପତି ମାରିଓ ସୋଆରେସ[27] | ପର୍ତ୍ତୁଗାଲ |
୧୯୯୩ | ପ୍ରଧାନମନ୍ତ୍ରୀ ଜୋନ ମେଜର[4] | ଯୁକ୍ତରାଜ୍ୟ ବ୍ରିଟେନ |
୧୯୯୪ | ପ୍ରଧାନମନ୍ତ୍ରୀ କୋହ ଚୋକ ଥୋଂଗ[4] | ସିଙ୍ଗାପୁର |
୧୯୯୫ | ରାଷ୍ଟ୍ରପତି ନେଲ୍ସନ ମଣ୍ଡେଲା[28] | ଦକ୍ଷିଣ ଆଫ୍ରିକା |
୧୯୯୬ | ରାଷ୍ଟ୍ରପତି ଡୋ. ଫର୍ଣ୍ଣାଣ୍ଡୋ ହେନରିକେ କାର୍ଦୋସୋ[27] | ବ୍ରାଜିଲ |
୧୯୯୭ | ପ୍ରଧାନମନ୍ତ୍ରୀ ବସଦେବ ପାଣ୍ଡେ[27] | ଟ୍ରିନିଡାଡ ଓ ଟ୍ରୋଭାଗୋ |
୧୯୯୮ | ରାଷ୍ଟ୍ରପତି ଜେକ ଶିରାକ[4] | ପ୍ରାନ୍ସ |
୧୯୯୯ | ରାଜା ବୀରେନ୍ଦ୍ର ବୀର ବିକ୍ରମ ଶାହ ଦେବ[27] | ନେପାଳ |
୨୦୦୦ | ରାଷ୍ଟ୍ରପତି ଓଲୁସେଗୁନ ଓବାସାନ୍ଜୋ[4] | ନାଇଜେରିଆ |
୨୦୦୧ | ରାଷ୍ଟ୍ରପତି ଅବ୍ଦେଲଅଝୀଝ ବୁଟେଫ୍ଲିକା[27] | ଆଲଜେରିଆ |
୨୦୦୨ | ରାଷ୍ଟ୍ରପତି କସ୍ସାମ ଉତୀମ[27] | ମରିସସ |
୨୦୦୩ | ରାଷ୍ଟ୍ରପତି ମୋହମ୍ମଦ ଖାତାମୀ[4] | ଇରାନ |
୨୦୦୪ | ରାଷ୍ଟ୍ରପତି ଲୁଈଝ ଇନାଚିୟୋ ଲୁଲା ଦା ସିଲଭ[4] | ବ୍ରାଜିଲ |
୨୦୦୫ | ରାଜା ଜିଗ୍ମେ ସିଂଗ୍ୟେ ୱାଙ୍ଗଚୁକ[27] | ଭୁଟାନ |
୨୦୦୬ | ଦେଶପ୍ରଧାନ ଅବ୍ଦୁଲ୍ଲା ବିନ ଅବ୍ଦେଲଅଝୀଝ ଅଲ-ସୌଦ[27] | ସାଉଦି ଆରବ |
୨୦୦୭ | ରାଷ୍ଟ୍ରପତି ବ୍ଲାଦିମିର ପୁତିନ[4] | ଋଷିଆ |
୨୦୦୮ | ରାଷ୍ଟ୍ରପତି ନିକୋଲା ସାର୍କୋଝୀ[4] | ଫ୍ରାନ୍ସ |
୨୦୦୯ | ରାଷ୍ଟ୍ରପତି ନୁରସୁଲ୍ତାନ ନଝରବାୟେବ[4] | କାଜାଖସ୍ତାନ |
୨୦୧୦ | ରାଷ୍ଟ୍ରପତି ଲୀ ମ୍ୟୁଂଗ ବାକ[27] | ଦକ୍ଷିଣ କୋରିଆ |
୨୦୧୧ | ରାଷ୍ଟ୍ରପତି ସୁସିଲୋ ବାଂବାଂଗ ୟୁଧୋୟୋନୋ[29] | ଇଣ୍ଡୋନେସିଆ |
୨୦୧୨ | ପ୍ରଧାନମନ୍ତ୍ରୀ ୟିଂଗଲକ ଶିନାବତ[30] | ଥାଇଲାଣ୍ଡ |
୨୦୧୩ | ରାଜା ଜିଗମେ କେଶର ନାମଗେଲ ୱାଙ୍ଗଚୂକ [31] | ଭୁଟାନ |
୨୦୧୪ | ପ୍ରଧାନମନ୍ତ୍ରୀ ଶିଂଜୋ ଆବେ [32] | ଜାପାନ |
୨୦୧୫ | ରାଷ୍ଟ୍ରପତି ବାରାକ ଓବାମା [33] | ଯୁକ୍ତରାଷ୍ଟ୍ର ଆମେରିକା |
୨୦୧୬ | ରାଷ୍ଟ୍ରପତି ଫ୍ରାଙ୍କୋଇସ ହୋଲାଣ୍ଡେ [34] | ଫ୍ରାନ୍ସ |
୨୦୧୭ | ଯୁବରାଜ ମହମଦ ବିନ ଜାୟେଡ ଆଲ ନହ୍ୟାନ [35] | ସଂଯୁକ୍ତ ଆରବ ଏମିରେତ |
୨୦୧୮[36] | ସୁଲତାନ ହାସନାଲ ବୋଲକିଆ | ବ୍ରୁନେଇ |
ପ୍ରଧାନମନ୍ତ୍ରୀ ହୁଂ ସୁନ | କମ୍ବୋଡିଆ | |
ରାଷ୍ଟ୍ରପତି ଜୋକୋ ୱିଡୋଡୋ | ଇଣ୍ଡୋନେସିଆ | |
ପ୍ରଧାନମନ୍ତ୍ରୀ ନଜିବ ରଜାକ | ମାଲେସିଆ | |
ପ୍ରଧାନମନ୍ତ୍ରୀ ଠୋଂଗ୍ଲୁନ ସିସୋଲିଥ | ଲାଓସ | |
ଡ ଅଙ୍ଗ ସାଂ ସୁ କୀ | ମ୍ୟାନମାର | |
ରାଷ୍ଟ୍ରପତି ରୋଡ଼ରୀଗୋ ରୋଆ ଡୁଟର୍ଟ | ଫିଲିପାଇନ୍ସ | |
ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାଁ ଓଚା | ଥାଇଲ୍ୟାଣ୍ଡ | |
ପ୍ରଧାନମନ୍ତ୍ରୀ ଗୁଏନ ଶୁଆନ ଫୁକ | ଭିଏତନାମ | |
ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ | ସିଙ୍ଗାପୁର | |
୨୦୧୯ | ରାଷ୍ଟ୍ରପତି ସିରିଲ ରାମାଫୋସା [37][38] | ଦକ୍ଷିଣ ଆଫ୍ରିକା |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.